୨୩ ଜାନୁଆରୀ, ରବିବାର: ଅନେକ ଦିନର ଇଚ୍ଛା ପୂରଣ ହେବ

ମେଷ: ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ। ପାରିବାରିକ ସମସ୍ୟା ସତ୍ତ୍ୱେ ମନ ଶାନ୍ତ ରହିବ। ରାଜନେତାମାନେ ନିଜ ଲୋକଙ୍କ ତରଫରୁ ଆଶ୍ୱାସନା ବା ସହାନୁଭୂତି ପାଇବେ। ବୃଷ: ପାରିବାରିକ ସମସ୍ୟାର ସମାଧାନ କରିବେ। ଶତ୍ରୁମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ। ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରାତନ ରୋଗର ଯନ୍ତ୍ରଣାରୁ ଉପଶମ ମିଳିପାରେ। କର୍କଟ: ଉଚ୍ଚ ଆଶା କରିବେ। ଅର୍ଥ ଲାଭ ହେବ। ନୂତନ କାର୍ଯ୍ୟ କରିବାର ସୁଯୋଗ […]

Horoscope

Jitendra Garnayak
  • Published: Sunday, 23 January 2022
  • , Updated: 23 January 2022, 07:41 AM IST

ମେଷ: ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ। ପାରିବାରିକ ସମସ୍ୟା ସତ୍ତ୍ୱେ ମନ ଶାନ୍ତ ରହିବ। ରାଜନେତାମାନେ ନିଜ ଲୋକଙ୍କ ତରଫରୁ ଆଶ୍ୱାସନା ବା ସହାନୁଭୂତି ପାଇବେ।

ବୃଷ: ପାରିବାରିକ ସମସ୍ୟାର ସମାଧାନ କରିବେ। ଶତ୍ରୁମାନେ ପରାଜିତ ହେବେ। ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ।

ମିଥୁନ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁରାତନ ରୋଗର ଯନ୍ତ୍ରଣାରୁ ଉପଶମ ମିଳିପାରେ।

କର୍କଟ: ଉଚ୍ଚ ଆଶା କରିବେ। ଅର୍ଥ ଲାଭ ହେବ। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ସିଂହ: ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ପାଇବେ।

କନ୍ୟା: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଅର୍ଥ ସଂପର୍କିତ କୌଣସି ଚୁକ୍ତିପତ୍ରରୁ ଲାଭବାନ ହେବେ। ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇଯିବ।

ତୁଳା: ସନ୍ତାନ ମାନଙ୍କର ଉନ୍ନତିରେ ଖୁସି ହେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ।

ବିଛା: ମାନସିକ ଶାନ୍ତି ଲାଭ କରିବେ। ହଜି ଯାଇଥିବା ଦ୍ରବ୍ୟ ଫେରି ପାଇବେ। ଅନେକ ଦିନର ଇଚ୍ଛା ପୂରଣ ହେବ।

ଧନୁ: ସମାଜ ସେବାରେ ମନ ଦେବେ। ଅଟକି ରହିଥିବା କାମ ଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ।

ମକର: ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ। ଦୂରଯାତ୍ରା କରି ପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ।

କୁମ୍ଭ: ପରିବାରରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖା ଦେବ। ପରୀକ୍ଷା ବା ସାକ୍ଷାତକାରର ପରିଣାମ ଆପଣଙ୍କ ସପକ୍ଷରେ ରହିବ। ଲୋକସମ୍ପର୍କ ବଢ଼ିବ।

ମୀନ: ଶୁଭ ସମାଚାର ମିଳିବ। ନୂଆ ଘର ବା ଜମି ଆଦି କିଣିବାର ସୁଯୋଗ ଆସିପାରେ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ଆଜି ନିଶ୍ଚିତ ଭାବେ ପାଇବେ।

Related story