୨୩ ଅକ୍ଟୋବର, ଶନିବାର: ସବୁ କାର୍ଯ୍ୟ ମନ ଦେଇ କରିବେ

ମେଷ: ସାମ୍ବାଦିକ ମାନେ ଅନେକ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ମାନ, ପ୍ରତିଷ୍ଠା ପ୍ରାପ୍ତି ହେବ। ବୃଷ: କୌଣସି ପ୍ରିୟ ମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଆତ୍ମବିଶ୍ୱାସ ବଢ଼ିବ। କର୍କଟ: ସମସ୍ତ ଜରୁରୀ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ କରି ପାରିବେ। ନୂତନ ବ୍ୟବସାୟ ଆରମ୍ଭ କରିବେ। ସିଂହ: ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ପରିଶ୍ରମ କରି […]

Horoscope

Jitendra Garnayak
  • Published: Saturday, 23 October 2021
  • , Updated: 23 October 2021, 08:09 AM IST

ମେଷ: ସାମ୍ବାଦିକ ମାନେ ଅନେକ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ମାନ, ପ୍ରତିଷ୍ଠା ପ୍ରାପ୍ତି ହେବ।

ବୃଷ: କୌଣସି ପ୍ରିୟ ମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

ମିଥୁନ: କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ଆତ୍ମବିଶ୍ୱାସ ବଢ଼ିବ।

କର୍କଟ: ସମସ୍ତ ଜରୁରୀ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦିତ କରି ପାରିବେ। ନୂତନ ବ୍ୟବସାୟ ଆରମ୍ଭ କରିବେ।

ସିଂହ: ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ପରିଶ୍ରମ କରି ଅଧିକ ଲାଭ ପାଇବେ। ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ।

କନ୍ୟା: ଶତ୍ରୁଙ୍କୁ ପ୍ରତିହତ କରି ଉନ୍ନତି ପଥରେ ଆଗେଇ ଯିବେ। ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ।

ତୁଳା: ବନ୍ଧୁଙ୍କ ସହଯୋଗରେ ଜମିବାଡ଼ି ଓ ଘର ନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ବିଛା: ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ସବୁ କାର୍ଯ୍ୟ ମନ ଦେଇ କରିବେ।

ଧନୁ: ସ୍ୱାସ୍ଥ୍ୟ ଭଲ ରହିବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ।

ମକର: ସାମାଜିକ କ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ। କର୍ମଚରୀମାନେ ନିଜର କର୍ତ୍ତବ୍ୟ କରି ପ୍ରଶଂସିତ ହେବେ।

କୁମ୍ଭ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଧନ ଉପାର୍ଜନ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ।

ମୀନ: ଶରୀର ସୁସ୍ଥ ରହିବ। ପୂର୍ବ ବିବାଦର ସମାଧାନ ହୋଇଯିବ। ଆଶା ପୂରଣ ହେବ।

Related story