Advertisment

୨୪ ଅଗଷ୍ଟ, ସୋମବାର: କୌଣସି ଅସୁବିଧା ନଥିଲେ ମଧ୍ୟ ମନ ଅସ୍ଥିର ରହିବ

ମେଷ: ସକାଳ ସମୟର ମାନସିକ ଦ୍ୱନ୍ଦ୍ୱ ଓ ଆଶଙ୍କା ଅପରାହ୍ନରେ ଦୂର ହୋଇଯିବ। ପତ୍ନୀଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ ନାହିଁ। ପରିଶ୍ରମ କରି ଚାଲନ୍ତୁ, ବିଳମ୍ବ ହେଲେ ମଧ୍ୟ ଫଳ ଲାଭ ହେବ। ବୃଷ: ଖାଦ୍ୟପେୟ ଓ କଥାବାର୍ତ୍ତାରେ ସଂଯମତା ରକ୍ଷା ଜରୁରୀ। ପାରିବାରିକ ଜୀବନରେ ଅନ୍ୟର ହସ୍ତକ୍ଷେପକୁ ବରଦାସ୍ତ କରିବା କଷ୍ଟକର ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ: ଯାହାକୁ ସାଧାରଣ ଭାବୁଥିଲେ, ସେହିମାନଙ୍କ ସହାୟତାରୁ ଉପକୃତ ହେବେ। କାହା ସହ ପ୍ରେମାଳାପରେ ସମୟ ବିତାଇବେ। […]

ଅଦ୍ୟତନ ହୋଇଛି
୧୪ ସେପ୍ଟେମ୍ବର, ସୋମବାର: ନିଜ ମନପସନ୍ଦର କାର୍ଯ୍ୟ କରିବାକୁ ସୁଯୋଗ ପାଇବେ

Daily Horoscope

Advertisment

ମେଷ: ସକାଳ ସମୟର ମାନସିକ ଦ୍ୱନ୍ଦ୍ୱ ଓ ଆଶଙ୍କା ଅପରାହ୍ନରେ ଦୂର ହୋଇଯିବ। ପତ୍ନୀଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ ନାହିଁ। ପରିଶ୍ରମ କରି ଚାଲନ୍ତୁ, ବିଳମ୍ବ ହେଲେ ମଧ୍ୟ ଫଳ ଲାଭ ହେବ।

Advertisment

ବୃଷ: ଖାଦ୍ୟପେୟ ଓ କଥାବାର୍ତ୍ତାରେ ସଂଯମତା ରକ୍ଷା ଜରୁରୀ। ପାରିବାରିକ ଜୀବନରେ ଅନ୍ୟର ହସ୍ତକ୍ଷେପକୁ ବରଦାସ୍ତ କରିବା କଷ୍ଟକର ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ: ଯାହାକୁ ସାଧାରଣ ଭାବୁଥିଲେ, ସେହିମାନଙ୍କ ସହାୟତାରୁ ଉପକୃତ ହେବେ। କାହା ସହ ପ୍ରେମାଳାପରେ ସମୟ ବିତାଇବେ। ନୂତନ ଯୋଜନା ପ୍ରସ୍ତୁତ କରିବେ।

Advertisment

କର୍କଟ: ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଯାନବାହନ ଯାତ୍ରାରେ ସମସ୍ୟା ବା ଦ୍ରବ୍ୟହାନୀର ଆଶଙ୍କା ରହିଛି। ଅଯଥା କାହାରି କଥାରେ ମୁଣ୍ଡ ଖେଳାନ୍ତୁ ନାହିଁ।

ସିଂହ: କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ। ସମସ୍ୟା ନଥିଲେ ମଧ୍ୟ ପ୍ରତିକ୍ଷେତ୍ରରେ ଅଧିକ ସତର୍କତା ଅବଲମ୍ବନ କରିବେ। କିଛି ଭୁଲ୍ ସମ୍ବାଦ ମନକୁ ବିବ୍ରତ କରିବ।

କନ୍ୟା: କୌଣସି ଅସୁବିଧା ନଥିଲେ ମଧ୍ୟ ମନ ଅସ୍ଥିର ରହିବ। ବନ୍ଧୁମାନଙ୍କ ସହଯୋଗ ମିଳିବ। ବଡ଼ମାନଙ୍କ ପରାମର୍ଶକୁ ଅଣଦେଖା କରନ୍ତୁ ନାହିଁ।

ତୁଳା: ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଅର୍ଥ ଲାଭ ପାଇଁ କୁଟନୀତି ପ୍ରୟୋଗ କରିପାରନ୍ତି। ମହାଦେବଙ୍କ ଆରାଧନା କରନ୍ତୁ।

ବିଛା: ସକାଳ ସମୟରେ ପ୍ରତିଟି କ୍ଷେତ୍ରରେ ସଜାଗ ଏବଂ ଯତ୍ନବାନ ହୁଅନ୍ତୁ। ଅସାମାଜିକ ବ୍ୟକ୍ତିମାନଙ୍କ ଦ୍ୱାରା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ମନକଥା କାହାକୁ କହିପାରିବେ ନାହିଁ।

ଧନୁ: ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇପାରେ। ଭୁଲ୍ ନିଷ୍ପତ୍ତି ନେଇ ବ୍ୟବସାୟରେ କ୍ଷତି ସହିବେ। ଧୀରେ ଧୀରେ ପରିବର୍ତ୍ତନ  ହେବ ଏବଂ ସବୁ କିଛି ଠିକ୍ ହୋଇଯିବ।

ମକର: ପରିଶ୍ରମର ପୂର୍ଣ୍ଣଫଳ ପାଇବାରେ କୌଣସି ବାଧା ରହିବ ନାହିଁ। ଆୟର ସ୍ରୋତ ବୃଦ୍ଧି ପାଇବ। ସମାଜରେ ମାନପ୍ରତିଷ୍ଠା ବଢ଼ିବ।

କୁମ୍ଭ: ଦୂରେଇ ଯାଇଥିବା ଲୋକମାନେ ପୁଣି ନିକଟତର ହେବେ। ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ସଫଳତା ମିଳିବ। ସୁଖଦ କଳ୍ପନା ଭିତରେ ବୁଡ଼ି ରହିବେ।

ମୀନ: କଥା ଦେଇଥିବା ଲୋକମାନେ କଥା ରଖିବେ ନାହିଁ। ବନ୍ଧୁଙ୍କ ପ୍ରତି ସନ୍ଦେହ ବଢ଼ିବ। କିଛି ଭୁଲ୍ କଥାବାର୍ତ୍ତା କରି ଅନ୍ୟକୁ କଷ୍ଟ ଦେବେ ଏବଂ ନିଜେ ମଧ୍ୟ କଷ୍ଟ ପାଇବେ।

Daily Horoscope Odia Rasifala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe