୨୪ ଜୁଲାଇ, ରବିବାର: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ

ମେଷ: ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। ରାଜନୀତିକ କ୍ଷେତ୍ରରେ ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ବୁଝାମଣା ଦ୍ୱାରା ପାରିବାରିକ ସମସ୍ୟାର ସମାଧାନ କରିବେ।

ବୃଷ: ନୂତନ କାର୍ଯ୍ୟ କରି ସଫଳତା ଲାଭ କରିବେ। କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ।

ମିଥୁନ: ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ। ଆୟର ନୂଆ ପନ୍ଥା ଖୋଜିବେ। କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ।

କର୍କଟ: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଆର୍ଥିକ ସଙ୍କଟ ଦୂରେଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।

ସିଂହ: ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ମଧ୍ୟସ୍ଥିଙ୍କ ମାଧ୍ୟମରେ ସମାଧାନ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟରେ ଭଲ ଲାଭ ହେବ।

କନ୍ୟା: ଶୁଭ ସମାଚାର ଶୁଣି ଖୁସି ହେବେ। ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବେ। ପତିପତ୍ନୀଙ୍କ ମଧ୍ୟରେ ସଂପର୍କ ଦୃଢ଼ ହେବ।

ତୁଳା: ସମାଜସେବାରେ ନିଜକୁ ନିୟୋଜିତ କରିବେ। ଭବିଷ୍ୟତରେ ମିଳିବାକୁ ଥିବା ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହୋଇଯିବ। ଲୋକଙ୍କ ସହିତ ଜଗିରଖି କଥାବାର୍ତ୍ତା କଲେ ବହୁତ ଭଲ ହେବ।

ବିଚ୍ଛା: କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ସବୁ କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ।

ଧନୁ: ସମାଜରେ ମାନପ୍ରତିଷ୍ଠା ବୃଦ୍ଧି ହେବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିପାରନ୍ତି। ବ୍ୟବସାୟରେ ଉନ୍ନତି ହେବ।

ମକର: ନିଜ କାର୍ଯ୍ୟକୁ ସଠିକ୍ ଭାବେ କରି ସମ୍ମାନର ଅଧିକାରୀ ହେବ। ପରୀକ୍ଷା, ପ୍ରତିଯୋଗିତା ଓ ବାଦବିବାଦରେ ସଫଳତା ହାସଲ କରିବେ।

କୁମ୍ଭ: କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ମାନସମ୍ମାନ ଅତୁଟ ରହିବ। ଅର୍ଥଲାଭ ହେବ। ଦିନଟି ଭଲରେ କଟିବ।

ମୀନ: ବ୍ୟବସାୟ ବଢ଼ିବ ଓ ବିପୁଳ ଲାଭ ମିଳିବ। ଲୋକ ସଂପର୍କ ବୃଦ୍ଧି ହେବ। ଛାତ୍ରଛାତ୍ରୀମାନେ ପରିଶ୍ରମର ମୂଲ୍ୟ ନିଶ୍ଚୟ ପାଇବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।