୨୪ ଅକ୍ଟୋବର, ରବିବାର: ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବାକୁ ପଡ଼ିପାରେ

ମେଷ: ସାମାଜିକ ପତିଆରା ଅମଳିନ ରହିବ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

ବୃଷ: ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ଶୁଭ ସମ୍ବାଦ ପାଇବେ। କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ପାଇବେ।

ମିଥୁନ: ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ମାନସିକ ଶାନ୍ତି ମିଳିବ।

କର୍କଟ: ସୁନାମ ଅର୍ଜନ କରିବେ। କଳା, ସଙ୍ଗୀତ କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ଆୟ ବୃଦ୍ଧି ହେବ।

ସିଂହ: ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ। ବ୍ୟବସାୟରେ ସୁଧାର ଆସିବ।

କନ୍ୟା: ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ସାଧାରଣ ଚଳଣି ଅତୁଟ ରହିବ। ସନ୍ତାନଙ୍କ ଯୋଗୁଁ ଚିନ୍ତା ବୃଦ୍ଧି ପାଇପାରେ।

ତୁଳା: ଘରେ ଅପ୍ରୀତିକର ପରିସ୍ଥିତି ଉପୁଜିପାରେ। ତେବେ କୌଶଳ ପ୍ରୟୋଗ କରି ତା’ର ସମାଧାନ କରିବେ। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବାକୁ ପଡ଼ିପାରେ।

ବିଛା: ସାଙ୍ଗମାନେ ସାହାଯ୍ୟ କରିବେ। ଆଶାଜନକ ଫଳପ୍ରାପ୍ତି ହେବ। ସଂଗଠନ ଓ ଅନୁସନ୍ଧାନ କାର୍ଯ୍ୟରେ ବିଶେଷ ଲାଭ ପାଇବେ।

ଧନୁ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବ। ବଡ଼ ଧରଣର ପ୍ରୋଜେକ୍ଟରେ ଅର୍ଥ ନିବେଶ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର କରିପାରନ୍ତି।

ମକର: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ହେବ। ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବେ।

କୁମ୍ଭ: ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପରିବାର ସଦସ୍ୟଙ୍କ ସହିତ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ସୁଖଶାନ୍ତି ବଜାୟ ରହିବ। ଜମି, ଘର ଆଦି କିଣିବାକୁ ସୁଯୋଗ ମିଳିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।