୨୫ ଅକ୍ଟୋବର,ସୋମବାର: ସବୁ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ

ମେଷ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। କିଛି ନୂଆ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାରର କେତେକ ସମସ୍ୟା ନେଇ ଚିନ୍ତିତ ରହିବେ। ବୃଷ: ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ସବୁ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ। ମିଥୁନ: ପରିବହନ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟାର ସମାଧାନ ହେବ। ଘରେ ରହିବେ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ। କର୍କଟ: ଶତ୍ରୁମାନେ ପାଖ ମାଡ଼ିବେ ନାହିଁ। […]

RASI

Tapaswini Nayak
  • Published: Monday, 25 October 2021
  • , Updated: 25 October 2021, 07:45 AM IST

ମେଷ: ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। କିଛି ନୂଆ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ। ପରିବାରର କେତେକ ସମସ୍ୟା ନେଇ ଚିନ୍ତିତ ରହିବେ।

ବୃଷ: ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ। ସବୁ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: ପରିବହନ କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟାର ସମାଧାନ ହେବ। ଘରେ ରହିବେ ଓ ପରିବାର ଲୋକଙ୍କ ସହିତ ଆନନ୍ଦରେ ଦିନଟି ଅତିବାହିତ କରିବେ।

କର୍କଟ: ଶତ୍ରୁମାନେ ପାଖ ମାଡ଼ିବେ ନାହିଁ। ଧନଲାଭ ହୋଇପାରେ। ଯଦି କୌଣସି ନୂତନ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି, ତା’ହେଲେ ସେଥିରେ ଆଗେଇ ଯା’ନ୍ତୁ।

ସିଂହ: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମାନସମ୍ମାନ ବଢ଼ିବ। କୌଣସି ଶୁଭ ଖବର ମିଳିପାରେ। ଟିକେ ଚେଷ୍ଟା କଲେ କାହାକୁ ଦେଇଥିବା ଅର୍ଥ ମିଳିଯିବ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ବିରୋଧୀମାନେ ଦୂରେଇ ରହିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ତୁଳା: ଅଶାନ୍ତିରୁ ମୁକ୍ତି ପାଇବେ। ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଛୋଟ ଛୋଟ କାମକୁ ବୁଝି ବିଚାରି ନକଲେ ଅକଳରେ ପଡ଼ିବେ।

ବିଚ୍ଛା: ମାନସମ୍ମାନ ବୃଦ୍ଧି ହେବ। ଆୟବୃଦ୍ଧି ହେବ ଓ ଋଣମୁକ୍ତିରେ ଏହା ସହାୟକ ହେବ। ମାନସିକ ଶାନ୍ତି ଅନୁଭବ କରିବେ।

ଧନୁ: ଦୀର୍ଘ ଦିନରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ, ତାହାର ସମାଧାନ ହୋଇଯିବ।

ମକର: ଜୀବନସାଥୀଙ୍କ ସହ ଥିବା ଭୁଲ୍ ବୁଝାମଣାର ଅନ୍ତ ହେବ ଏବଂ ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପଢ଼ାପଢ଼ିରେ ମନଦେବେ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟର ହାତ ବଢ଼େଇବେ। କୌଣସି ସହକର୍ମୀ ଆପଣଙ୍କ ପ୍ରତି ଈର୍ଷାନ୍ୱିତ ହେବେ, ତେବେ କିଛି କ୍ଷତି କରିପାରିବେ ନାହିଁ।

ମୀନ: କର୍ମକ୍ଷେତ୍ରରେ କିଛି ନୂଆ ସୁଯୋଗ ମିଳିପାରେ। ସନ୍ତାନସନ୍ତତିଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହୋଇଯିବ। ଲୋକ ସମ୍ପର୍କ ବୃଦ୍ଧି ହେବ। ଆତ୍ମବିଶ୍ୱାସ ବଢ଼ିବ।

 

 

Related story