୨୬ ମାର୍ଚ୍ଚ, ଶନିବାର: ବ୍ୟବସାୟରେ ସଫଳତା ଅର୍ଜନ କରିବେ

ମେଷ: ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରଶଂସିତ ହେବେ।  ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସଫଳ ହେବେ ।

ବୃଷ: ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ କର୍ମ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ। ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇବେ ଓ ଅନ୍ୟର ଉପକାର କରି ପ୍ରଶଂସିତ ହେବେ ।  ଦାମ୍ପତ୍ୟ ଜୀବନରେ ଶାନ୍ତି ବିରାଜମାନ କରିବ ।

ମିଥୁନ: ସମସ୍ତ ସମସ୍ୟାର ଫଇସଲା ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ଆବଶ୍ୟକୀୟ ନୂତନ ବସ୍ତୁ କ୍ରୟ କରି ପାରିବେ ଓ ମନରେ ଥିବା ଇଚ୍ଛା ପୂର୍ଣ୍ଣ ହେବ । ନିଜର ଚତୁରତା ଓ ବିବେକ ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ  ।

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବ। ମାନସିକ ଶାନ୍ତି ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ବିଶେଷ ଲାଭବାନ ହେବାର ସମ୍ଭାବନା ଅଛି । କୌଣସି ଶୁଭ ସମାଚାର ଶୁଣି ହସ ଖୁସିରେ ସମୟ ଅତିବାହିତ କରିବେ  ।

ସିଂହ: ସାମାଜିକ କାର୍ଯ୍ୟରେ ଯୋଗଦାନ ଦେଲେ ଯଶ କୀର୍ତ୍ତିରେ ଉନ୍ନତି ହେବ । ଯେକୌଣସି ପ୍ରତିଯୋଗିତାକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ରହିବେ।   କଳହ, ମାଲି ମକଦ୍ଦମାର ଅପୋଷ ସମାଧାନ ହେବ ।

କନ୍ୟା: ଶାରୀରିକ କଷ୍ଟ ଦୂର ହୋଇ ସ୍ୱାସ୍ଥ୍ୟ ଭଲ ରହିବ। ପରିବାର ବା ଘର ସମ୍ବନ୍ଧୀୟ କୌଣସି ମହତ୍ତ୍ୱପୂର୍ଣ୍ଣ ସୂଚନା ପାଇବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ ଓ ବିରୋଧୀ କିଛି କ୍ଷତି କରିପାରିବେ ନାହିଁ ।

ତୁଳା: ଧନଲାଭ ହେବା ଫଳରେ ସମସ୍ତ କାର୍ଯ୍ୟ ସହଜରେ ପୂର୍ଣ୍ଣ ହେବ। କର୍ମପାଇଁ ଦୂରଯାତ୍ରା କରି ନିଜକୁ ସୁସ୍ଥ ମନେ କରିବେ ଓ କାରବାରରେ ସୁଧାର ଆସିବ। ଉଚ୍ଚଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ।

ବିଚ୍ଛା: ବ୍ୟବସାୟରେ ସଫଳତା ଅର୍ଜନ କରିବେ ଓ ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହକର୍ମୀ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ମାନସିକ ଶାନ୍ତି ଅନୁଭବ କରିବେ ।

ଧନୁ: ସମସ୍ତ ବାଧାକୁ ଅତିକ୍ରମ କରି ଆଗକୁ ବଢି ପାରିବେ ଓ ସହକର୍ମୀମାନଙ୍କ ଦ୍ୱାରା ଲାଭବାନ ହେବେ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ପାଇବା ସହ କେତେକ ବାଧାର ସାମ୍ନା କରିବାକୁ ପଡିପାରେ। ଛାତ୍ରଛାତ୍ରୀମାନେ ଜନକଲ୍ୟାଣ କାର୍ଯ୍ୟ ସମ୍ପନ୍ନ କରିବେ।

ମକର: ସହକର୍ମୀମାନଙ୍କର ସମର୍ଥନ ଓ ଅଧସ୍ତନଙ୍କ ସହଯୋଗ ଯୋଗୁ ସୁନାମ ଅର୍ଜନ କରିବେ । ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ। ପରିବାରରରେ ମନୋମାଳିନ୍ୟକୁ ଏଡ଼େଇ ପାରିଲେ ଶାନ୍ତି ମିଳିବ

କୁମ୍ଭ: ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ଜୀବନରେ ଭରପୁର ଆନନ୍ଦ ପାଇଲା ଭଳି ଫାଇଦା ଉଠେଇବେ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ୱ ଲାଭ କରିବେ ।

ମୀନ: ସନ୍ତାନ ସମ୍ବନ୍ଧିୟ ଶୁଭ ସମାଚାର ପାଇବେ । ପରିବାରରେ ହସଖୁସି ଲାଗି ରହିବ । ନିକଟସ୍ଥ ସ୍ଥାନ ଭ୍ରମଣ କରି ଆନନ୍ଦ ଅନୁଭବ କରିବେ ଓ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ଭାଗୀଦାର ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ।

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।