୨୬ ଡିସେମ୍ବର, ରବିବାର: ଋଣ ଭାରରୁ ମୁକ୍ତି ପାଇବାର ବାଟ ଖୋଲି ଯିବ

ମେଷ: ପାରିବାରିକ ଅଶାନ୍ତି ଦୂରେଇ ଯିବ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳିବ। ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ହୁଅନ୍ତୁ। ବୃଷ: ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କଳା, ସାହିତ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସା ମିଳିବ। ମିଥୁନ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେବ। ଚିନ୍ତା ଦୂର ହେବ। ଅର୍ଥଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। କର୍କଟ: ସମାଜରେ ମାନସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସିଂହ: ଋଣ ଭାରରୁ […]

Horoscope

Jitendra Garnayak
  • Published: Sunday, 26 December 2021
  • , Updated: 26 December 2021, 07:37 AM IST

ମେଷ: ପାରିବାରିକ ଅଶାନ୍ତି ଦୂରେଇ ଯିବ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳିବ। ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ହୁଅନ୍ତୁ।

ବୃଷ: ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କଳା, ସାହିତ୍ୟ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସା ମିଳିବ।

ମିଥୁନ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖାଦେବ। ଚିନ୍ତା ଦୂର ହେବ। ଅର୍ଥଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ।

କର୍କଟ: ସମାଜରେ ମାନସମ୍ମାନ ବଢ଼ିବ। ଧାର୍ମିକ କାର୍ଯ୍ୟପ୍ରତି ରୁଚି ବଢ଼ିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ସିଂହ: ଋଣ ଭାରରୁ ମୁକ୍ତି ପାଇବାର ବାଟ ଖୋଲି ଯିବ। ଶତ୍ରୁମାନେ ପଛଘୁଞ୍ଚା ଦେବେ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ।

କନ୍ୟା: ପାରିବାରିକ ଜୀବନ ସୁଖଶାନ୍ତିରେ କଟିବ। ବ୍ୟବସାୟରେ କମ୍ ପରିଶ୍ରମରେ ଭଲ ଫଳ ପ୍ରାପ୍ତି ହେବ।

ତୁଳା: ଜାଗା, ଜମି ଓ ଗୃହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ସହଜରେ ହୋଇଯିବ। ନୂତନ ବ୍ୟବସାୟ ଆରମ୍ଭ କରିବେ। ଆଶା ପୂରଣ ହେବ।

ବିଛା: ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ମିଳିବ। ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରି ପ୍ରଶଂସା ପାଇବେ।

ଧନୁ: ମିଠା କଥା କହି କାର୍ଯ୍ୟ ହାସଲ କରିବେ। ବନ୍ଧୁଙ୍କ ସହଯୋଗ ମିଳିବ। ପ୍ରତିଯୋଗିତାରେ ସଫଳତା ମିଳିବ।

ମକର: ଦାମ୍ପତ୍ୟ ଜୀବନ ଭଲ ରହିବ। କାହାକୁ ସାହାଯ୍ୟର ହାତ ବଢ଼ାଇ ପାରନ୍ତି। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ।

କୁମ୍ଭ: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ସ୍ୱାସ୍ଥ୍ୟରେ ଆଶାଜନକ ପରିବର୍ତ୍ତନ ଦେଖାଦେବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ମନ ଭଲ ରହିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ସବୁ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ପରିବାରରେ ହସଖୁସିର ବାତାବରଣ ରହିବ।

Related story