/odisha-reporter/media/post_attachments/uploads/2021/02/rashi5.jpg)
Horoscope
ମେଷ: ବନ୍ଧୁମାନଙ୍କ ସହଯୋଗ ଓ ପରିବାରର ସମର୍ଥନ ହେତୁ ଖୁସି ହେବେ। ଅସୁସ୍ଥ ଅନୁଭବ କରିପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନଦେବେ।
ବୃଷ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ, ତାହା ନିଶ୍ଚିତ ଭାବେ ପାଇବେ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ମିଳିବ।
ମିଥୁନ: ରାଜନୀତିରେ ଥିବା ଲୋକଙ୍କ ସମ୍ମାନ ବୃଦ୍ଧି ହେବ। ସୁନାମ ଅର୍ଜନ କରିବେ। ଧନପ୍ରାପ୍ତିର ସୁଯୋଗ ଅଛି। ଗୃହରେ କୌଣସି ଶୁଭକର୍ମ ସମ୍ପାଦନ କରିପାରନ୍ତି।
କର୍କଟ: କୌଣସି ଦାମୀ ଜିନିଷ କିଣିପାରନ୍ତି। ବ୍ୟବସାୟରେ ପ୍ରଚୁର ଲାଭ କରିବେ। ସୁଖରେ ଚଳିବାରେ ବାଧା ଉପୁଜିବ ନାହିଁ।
ସିଂହ: ଶତ୍ରୁମାନେ ମିତ୍ରଭଳି ଆଚରଣ କରିବେ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।
କନ୍ୟା: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଆୟ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ।
ତୁଳା: ଅପ୍ରୀତିକର ସ୍ଥିତି ଉପୁଜିପାରେ। ତେବେ କୌଶଳକ୍ରମେ ତା’ର ସମାଧାନ କରିବେ। ପରିଶ୍ରମ ନ କଲେ ଲକ୍ଷ୍ୟ ପୂରଣ ହେବ ନାହିଁ।
ବିଛା: ରୋଗରୁ ଉପଶମ ମିଳିବ। ପରିବାର ଲୋକଙ୍କ ସହିତ ଆନନ୍ଦରେ ଦିନଟି କାଟିବେ। ଆର୍ଥିକ ସ୍ଥିତି ଠିକ୍ ରହିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ଧନୁ: କର୍ମକ୍ଷେତ୍ରରେ ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଧନଲାଭ ହୋଇପାରେ।
ମକର: ମିଠା କଥା କହି ପ୍ରତ୍ୟେକ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବ। ଔଷଧ ପ୍ରସ୍ତୁତ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଭାବେ ଲାଭାନ୍ୱିତ ହେବେ।
କୁମ୍ଭ: ବ୍ୟବସାୟରେ ସ୍ଥିତି ସୁଧୁରିବା ସହ ପ୍ରବଳ ଲାଭ ପାଇବେ। ବନ୍ଧୁଙ୍କ ସହିତ ଭୁଲ୍ ବୁଝାମଣା ଦୂର ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତ ଆଦି କ୍ଷେତ୍ରରେ ସମ୍ମାନିତ ହେବେ।
ମୀନ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କମ୍ ପରିଶ୍ରମରେ ଅଧିକ ଲାଭ ପାଇବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
