୨୭ ଅଗଷ୍ଟ, ଶୁକ୍ରବାର: ସତର୍କତାର ସହ ଯାତାୟତ କରନ୍ତୁ

ମେଷ: ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ରାସ୍ତାଘାଟରେ ସତର୍କତାର ସହ ଯାତାୟତ କରିବା ଉଚିତ। ବୃଷ: କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଆର୍ଥିକ ଉନ୍ନତି ଫଳରେ ନୂତନ ଦ୍ରବ୍ୟ କ୍ରୟ କରିବେ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପାଠପଢାରେ ମନଯୋଗ ଦେବେ । ମିଥୁନ: ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ସୁସ୍ଥ ବାତାବରଣ […]

RASI

Tapaswini Nayak
  • Published: Friday, 27 August 2021
  • , Updated: 27 August 2021, 08:19 AM IST

ମେଷ: ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ପାରିବାରିକ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ରାସ୍ତାଘାଟରେ ସତର୍କତାର ସହ ଯାତାୟତ କରିବା ଉଚିତ।

ବୃଷ: କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଆର୍ଥିକ ଉନ୍ନତି ଫଳରେ ନୂତନ ଦ୍ରବ୍ୟ କ୍ରୟ କରିବେ। ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପାଠପଢାରେ ମନଯୋଗ ଦେବେ ।

ମିଥୁନ: ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ମା’ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ: ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁମାନେ ପରାଜିତ ହେବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।

ସିଂହ:  ଅର୍ଥପ୍ରାପ୍ତିର ସୁଯୋଗ ଆସିବ। କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ।

କନ୍ୟା: ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ଲାଭ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ତୁଳା: ଆର୍ଥିକ ସ୍ଥିତି ସୁଧୁରିବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିପାରେ। ମନ ଖୁସି ରହିବ ।

ବିଚ୍ଛା: ଆର୍ଥିକ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରନ୍ତି। ପାରିବାରିକ ସ୍ତରରେ ବିବାଦୀୟ ପରିସ୍ଥିତିର ସମାଧାନ କରି ପ୍ରଶଂସା ପାଇବେ।

ଧନୁ: ଘରେ ହସଖୁସିର ବାତାବରଣ ସୃଷ୍ଟି ହେବ। ଗୃହୋପକରଣ କ୍ରୟ କରିବା ଯୋଗୁ ବ୍ୟୟ ଅଧିକ ହେବ ।

କୁମ୍ଭ:ସହକର୍ମୀମାନଙ୍କ ସହିତ ବାଦବିବାଦ ମେଣ୍ଟିଯାଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମାନସମ୍ମାନ ବୃଦ୍ଧି ପାଇବ ।

ମୀନ: ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭବାନ ହେବେ । ନ୍ୟାୟମାର୍ଗରେ କର୍ମ କଲେ ପ୍ରଶଂସିତ ହେବେ । କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରଖିଲେ ବିପଦରେ ପଡିବାର ଆଶଙ୍କା ରହିଛି।

Related story