୨୮ ନଭେମ୍ବର, ରବିବାର: ଅଟକି ଯାଇଥିବା ଧନ ସହଜରେ ହସ୍ତଗତ ହେବ

ମେଷ: ଆଶା ପୂରଣ ହେବ। କୌଣସି କାର୍ଯ୍ୟ କରି ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିବ। ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମାନସିକ ସ୍ଥିରତା ଦେଖାଯିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ। ମିଥୁନ: ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଘର, ଜାଗା ଓ ଜମି ଆଦି କ୍ରୟ କରିବା ପାଇଁ ସୁଯୋଗ ଆସିବ। କର୍କଟ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ […]

Horoscope

Horoscope

Jitendra Garnayak
  • Published: Sunday, 28 November 2021
  • Updated: 28 November 2021, 07:38 AM IST

Sports

Latest News

ମେଷ: ଆଶା ପୂରଣ ହେବ। କୌଣସି କାର୍ଯ୍ୟ କରି ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ସଫଳତା ମିଳିବ।

ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ମାନସିକ ସ୍ଥିରତା ଦେଖାଯିବ। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

ମିଥୁନ: ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ଘର, ଜାଗା ଓ ଜମି ଆଦି କ୍ରୟ କରିବା ପାଇଁ ସୁଯୋଗ ଆସିବ।

କର୍କଟ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ପାଇବେ। ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ପରିଶ୍ରମର ଫଳ ମିଳିବ।

ସିଂହ: ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ପରିବାରରେ ସମସ୍ତଙ୍କ ସ୍ନେହ ଓ ଆଦର ପାଇବେ। ଅଟକି ଯାଇଥିବା ଧନ ସହଜରେ ହସ୍ତଗତ ହେବ।

କନ୍ୟା: କିଛି ଗୁରୁତ୍ୱପୂର୍ଣ୍ଣ ଫଇସଲା ନେଇପାରନ୍ତି। ପାରିବାରିକ ଅଶାନ୍ତି ଦୂରେଇ ଯିବ। ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ସାମାଜିକ ପ୍ରତିଷ୍ଠା ବଢ଼ିବ। ଦୂର ସ୍ଥାନକୁ ଯାତ୍ରା ଯୋଗ ଅଛି। ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ।

ବିଛା: ଖୁସି ରହିବେ। ବକେୟା ଅର୍ଥରୁ କିଛି ପ୍ରାପ୍ତି ହେବ। ପ୍ରତିଯୋଗିତାରେ ସଫଳତା ମିଳିବ।

ଧନୁ: ଶତ୍ରୁମାନେ କୌଣସି କ୍ଷତି କରିପାରିବେ ନାହିଁ। କାର୍ଯ୍ୟକ୍ଷେତ୍ରରେ ନୂଆ ଉପଲବ୍ଧି ହାସଲ କରିବେ। ସମସ୍ତଙ୍କ ସହଯୋଗରେ ଆଗକୁ ବଢ଼ିବେ।

ମକର: ସମସ୍ତ ପ୍ରତିକୂଳ ସ୍ଥିତିର ସାମ୍ନା କରିପାରିବେ। ଅଯଥା ଧାଁଦୌଡ଼ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇପାରେ।

କୁମ୍ଭ: ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ।

ମୀନ: କୌଣସି ଶୁଭ ସମାଚାର ମିଳିପାରେ। ପ୍ରଶଂସିତ ହେବେ। ପରିବାରରେ ସବୁ କିଛି ଠିକ୍‌ଠାକ୍ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos