୨୯ ଡିସେମ୍ବର, ବୁଧବାର: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ

ମେଷ: ସୁଖ,ସମୃଦ୍ଧି ବୃଦ୍ଧି ପାଇବ। ପ୍ରଶଂସିତ ହେବେ। ପୁରାତନ ରୋଗରୁ ଉପଶମ ମିଳିବ। ପାରିବାରିକ ଦ୍ୱନ୍ଦ୍ୱ ଦୂର ହୋଇଯିବ। ବୃଷ: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। କୋର୍ଟ କଚେରୀରେ ଥିବା ମାମଲା ଶେଷ ହେବ। ଜମି, ଜାଗା ଓ ବାସଗୃହ ଆଦି କ୍ରୟ କରିବାର ସୁଯୋଗ ଆସିବ। ମିଥୁନ: ସମାଜସେବାରେ ମନ ଦେବେ। ଆର୍ଥିକ ଦିଗଟି ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ। କର୍କଟ: ଲକ୍ଷ୍ୟ ପୂରଣ ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳ ବଢ଼ାଇବ। […]

Horoscope

Jitendra Garnayak
  • Published: Wednesday, 29 December 2021
  • , Updated: 29 December 2021, 07:42 AM IST

ମେଷ: ସୁଖ,ସମୃଦ୍ଧି ବୃଦ୍ଧି ପାଇବ। ପ୍ରଶଂସିତ ହେବେ। ପୁରାତନ ରୋଗରୁ ଉପଶମ ମିଳିବ। ପାରିବାରିକ ଦ୍ୱନ୍ଦ୍ୱ ଦୂର ହୋଇଯିବ।

ବୃଷ: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ। କୋର୍ଟ କଚେରୀରେ ଥିବା ମାମଲା ଶେଷ ହେବ। ଜମି, ଜାଗା ଓ ବାସଗୃହ ଆଦି କ୍ରୟ କରିବାର ସୁଯୋଗ ଆସିବ।

ମିଥୁନ: ସମାଜସେବାରେ ମନ ଦେବେ। ଆର୍ଥିକ ଦିଗଟି ଭଲ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ।

କର୍କଟ: ଲକ୍ଷ୍ୟ ପୂରଣ ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳ ବଢ଼ାଇବ। ବନ୍ଧୁ ବା କୌଣସି ନିକଟ ସମ୍ପର୍କୀୟ ଆର୍ଥିକ ସାହାଯ୍ୟ କରିବେ।

ସିଂହ: ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବ। ଉଚ୍ଚଶିକ୍ଷା ନିମନ୍ତେ ବିଦେଶରେ ସୁଯୋଗ ମିଳିପାରେ।

କନ୍ୟା: ସମାଜରେ ମାନସମ୍ମାନ ବଢ଼ିବ। ଆର୍ଥିକ ଉନ୍ନତି ଘଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।

ତୁଳା: ବ୍ୟବସାୟରେ ଅଶା ମୁତାବକ ଲାଭ ମିଳିବ। କିଛି ଦାମୀ ଜିନିଷ କ୍ରମ କରିପାରନ୍ତି। ପରିବାରରେ ଶାନ୍ତିର ବାତାବରଣ ରହିବ।

ବିଛା: ଆପଣା ଲୋକଙ୍କ ସାହାଯ୍ୟ ପାଇ କେତେକ ସମସ୍ୟାର ମୁକ୍ତି ପାଇବେ। ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ।

ଧନୁ: ଆୟର ନୂତନ ମାର୍ଗ ଖୋଜିବେ। ଅର୍ଥ ପ୍ରାପ୍ତି ହେବ। ଉତ୍ତମ ଭୋଜନ ପାଇବେ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମକର: ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଓ ତିକ୍ତତା ଦୂର ହେବ। ପଢ଼ାପଢ଼ିରେ ମନ ଦେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କୁମ୍ଭ: ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ବକେୟା ଅର୍ଥ ପ୍ରାପ୍ତି ହେବ। କିଛି ପୁରୁଣା ସମସ୍ୟାର ସମାଧାନ ହେବ।

ମୀନ: ପାରିବାରିକ ସମସ୍ୟାର ସମାଧାନ ହେବ। ପନିପରିବା ବ୍ୟବସାୟୀମାନେ ଭଲ ଲାଭ ପାଇବେ।

Related story