୨୯ ନଭେମ୍ବର, ସୋମବାର: ପୁରୁଣା ସମସ୍ୟାର ସମାଧାନ ହୋଇଯିବ

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ। କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିପାରେ। ବୃଷ: ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ବରିଷ୍ଠ କର୍ମଚାରୀ ଓ ସହଯୋଗୀଙ୍କର ସାହାଯ୍ୟ ଓ ସହଯୋଗ ମିଳିବ। ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ। ମିଥୁନ: କୌଣସି ବିଶିଷ୍ଟ ବ୍ୟକ୍ତି ଆପଣଙ୍କ ମନୋବଳକୁ ବଢ଼ାଇ ଦେବେ। ପ୍ରତିଯୋଗିତାରେ ସଫଳତା ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ। କର୍କଟ: କୋର୍ଟରେ କୌଣସି […]

Horoscope

Jitendra Garnayak
  • Published: Monday, 29 November 2021
  • , Updated: 29 November 2021, 07:37 AM IST

ମେଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବ। କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ପାଇବେ। ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିପାରେ।

ବୃଷ: ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ବରିଷ୍ଠ କର୍ମଚାରୀ ଓ ସହଯୋଗୀଙ୍କର ସାହାଯ୍ୟ ଓ ସହଯୋଗ ମିଳିବ।

ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ।

ମିଥୁନ: କୌଣସି ବିଶିଷ୍ଟ ବ୍ୟକ୍ତି ଆପଣଙ୍କ ମନୋବଳକୁ ବଢ଼ାଇ ଦେବେ। ପ୍ରତିଯୋଗିତାରେ ସଫଳତା ମିଳିବ। ରାସ୍ତାରେ ଯା’ଆସ କଲା ବେଳେ ସତର୍କ ରୁହନ୍ତୁ।

କର୍କଟ: କୋର୍ଟରେ କୌଣସି ମାମଲା ଥିଲେ ଆଜି ରାୟ ଆପଣଙ୍କ ସପକ୍ଷରେ ଯିବ। କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ।

ସିଂହ: ଶୁଭ ସମାଚାର ପାଇବେ। ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟମାନେ ଅଧିକ ଲାଭ ପାଇବେ।

କନ୍ୟା: ଶରୀର ସୁସ୍ଥ ରହିବ। ମାନସିକ ଶାନ୍ତି ଦେଖାଦେବ। ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ।

ତୁଳା: ଶତ୍ରୁମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ। କାର୍ଯ୍ୟକ୍ଷେତ୍ରରେ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ।
ସବୁଥିରେ ସଫଳତା ମିଳିବ।

ବିଛା: ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ଜମିବାଡ଼ି ଓ ଘର ଜାଗା ନେଇ ଥିବା ଦ୍ୱନ୍ଦ୍ୱର ସମାଧାନ ହୋଇପାରେ।

ଧନୁ: ଧନପ୍ରାପ୍ତି ହେବ। ଉଚ୍ଚ ସମ୍ମାନ ପାଇବେ। ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ।

ମକର: ଶୁଭ ସୂଚନା ମିଳିବ। ପରିବାରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ। ନିଜ ଯୋଗ୍ୟତା ଓ କ୍ଷମତାରୁ ବହୁତ ଲାଭ ମିଳିବ।

କୁମ୍ଭ: ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ବ୍ୟବସାୟୀମାନେ ଅନେକ ସମସ୍ୟାର ସମାଧାନ କରି ଲାଭବାନ ହେବେ।

ମୀନ: ସାମାଜିକ ପତିଆରା ଅମଳିନ ରହିବା ସହ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ବ୍ୟବସାୟ ବଢ଼ିବା ସହିତ ଆୟ ବି ବଢ଼ିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ।

Related story