୨ ଜାନୁଆରୀ, ରବିବାର: ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇବେ। ପରିବାରରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରି ସଫଳ ହେବେ। ବୃଷ: ମାନସିକ ଅସ୍ଥିରତା ଦେଖାଦେବ। କଡ଼ା କଥା କହି ସ୍ଥିତିକୁ ଆହୁରି ବିଗାଡ଼ି ଦେବେ। ଆଜି ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡ଼ିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ। ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ମିଳିବ ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ସୁନାମ […]

Horoscope

Jitendra Garnayak
  • Published: Sunday, 02 January 2022
  • , Updated: 02 January 2022, 07:25 AM IST

ମେଷ: ବନ୍ଧୁମାନଙ୍କ ଅକୁଣ୍ଠ ସାହାଯ୍ୟ ଓ ସମର୍ଥନ ପାଇବେ। ପରିବାରରେ ଥିବା ବିଭିନ୍ନ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରି ସଫଳ ହେବେ।

ବୃଷ: ମାନସିକ ଅସ୍ଥିରତା ଦେଖାଦେବ। କଡ଼ା କଥା କହି ସ୍ଥିତିକୁ ଆହୁରି ବିଗାଡ଼ି ଦେବେ। ଆଜି ଯେତେ ଚେଷ୍ଟା କଲେ ମଧ୍ୟ କାମଗୁଡ଼ିକ ଯଥା ସମୟରେ ସମ୍ପନ୍ନ କରିପାରିବେ ନାହିଁ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆର୍ଥିକ ସମସ୍ୟାର ସମାଧାନ ହେବ। ମିଳିବ ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ସୁନାମ ଅର୍ଜନ କରିବେ।

କର୍କଟ: ମାନସମ୍ମାନ ବଢ଼ିବ। ପ୍ରତିଯୋଗିତାରେ ବିଜୟୀ ହେବେ। ପରିବାରରେ ସୁଖଶାନ୍ତି ଫେରାଇ ଆଣିବାରେ ସଫଳ ହେବେ। ବନ୍ଧୁ ଦର୍ଶନର ଯୋଗ ରହିଛି।

ସିଂହ: ସମସ୍ତ କାର୍ଯ୍ୟ ଭଲରେ ଭଲରେ ସମ୍ପନ୍ନ ହେବ। ସମସ୍ୟା ରହିଥିଲେ ମଧ୍ୟ ନୂଆ ସୁଯୋଗ ମିଳିବ। ଅଫିସରେ ଆପଣଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆସିପାରେ।

କନ୍ୟା: ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି। ଦୂରଯାତ୍ରା ଯୋଗ ରହିଛି।

ତୁଳା: ଆଶା ପୂରଣ ହେବ। ବହୁଦିନରୁ ଅଟକି ଥିବା କାର୍ଯ୍ୟ ସଂପନ୍ନ ହେବ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ।

ବିଛା: ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଆୟ ବଢ଼ିବ। ମହିଳାମାନେ ପ୍ରଶଂସା ପାଇବେ।

ଧନୁ: ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ କୌଣସି କଥାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ସହଯୋଗରେ ସମାଧାନ କରିବେ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବିରକ୍ତ ହୋଇଯିବେ। ପୁରାତନ ରୋଗରୁ ଉପଶମ ମିଳିବ।

କୁମ୍ଭ: ସମ୍ପର୍କୀୟଙ୍କ ସହ ବିବାଦ ଦେଖା ଦେଇପାରେ। ଫେରନ୍ତା ବାଟରେ ହଠାତ୍ ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି।

ମୀନ: ଦିନଟି ଭଲ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।

Related story