୩୦ ଅଗଷ୍ଟ, ସୋମବାର: ନୂଆ ଯୋଜନାରେ ସଫଳ ହେବେ

ମେଷ: ଦୂରଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ଭଲ ରହିବ। ବୃଷ: ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ସୁଖସମୃଦ୍ଧି ବୃଦ୍ଧି ହେବ। ସମସ୍ତ ଆଶା ପୂରଣ ହେବ। ମିଥୁନ: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ ହେବ। ଅଟକି ଥିବା କାର୍ଯ୍ୟକୁ ଆଗେଇ ନେବାକୁ ସମସ୍ତ ପ୍ରକାର ପ୍ରୟାସ କରିବେ। ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ। କର୍କଟ: ଶୁଭ ଖବର ପାଇ ମନ ଖୁସି ହେବ। କୌଣସି କଥାରେ ଆଶ୍ୱାସନା ପାଇ ମାନସିକ ଶାନ୍ତି […]

Horoscope

Jitendra Garnayak
  • Published: Monday, 30 August 2021
  • , Updated: 30 August 2021, 07:50 AM IST

ମେଷ: ଦୂରଯାତ୍ରା କରିପାରନ୍ତି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ଭଲ ରହିବ।

ବୃଷ: ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ସୁଖସମୃଦ୍ଧି ବୃଦ୍ଧି ହେବ। ସମସ୍ତ ଆଶା ପୂରଣ ହେବ।

ମିଥୁନ: ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଭଲ ଲାଭ ହେବ। ଅଟକି ଥିବା କାର୍ଯ୍ୟକୁ ଆଗେଇ ନେବାକୁ ସମସ୍ତ ପ୍ରକାର ପ୍ରୟାସ କରିବେ। ପ୍ରତିଯୋଗିତାରେ ଆଶା ମୁତାବକ ଫଳ ପାଇବେ।

କର୍କଟ: ଶୁଭ ଖବର ପାଇ ମନ ଖୁସି ହେବ। କୌଣସି କଥାରେ ଆଶ୍ୱାସନା ପାଇ ମାନସିକ ଶାନ୍ତି ପାଇବେ।

ସିଂହ: ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ନୂଆ ଯୋଜନାରେ ସଫଳ ହେବେ।

କନ୍ୟା: ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ।

ତୁଳା: ବନ୍ଧୁବାନ୍ଧବ ମାନେ ଆର୍ଥିକ ସହାୟତା କରିବେ। ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଦୃଷ୍ଟିରେ ରଖି କାମ କଲେ ଭଲ ହେବ।

ବିଚ୍ଛା: ବ୍ୟବସାୟ କ୍ଷେତ୍ରରେ ଯୋଜନା ଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରିବାକୁ ସକ୍ଷମ ହେବେ। ଯାନବାହନରେ ତ୍ରୁଟି ଦେଖା ଦେଇପାରେ।

ଧନୁ: ଅର୍ଥଲାଭ ହେବ। ମାନସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ। ପଦୋନ୍ନତିର ସୂଚନା ପାଇବେ।

ମକର: ପାରିବାରିକ ଜୀବନ ଭଲ ରହିବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କୁମ୍ଭ: ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ମନ ଭଲ ରହିବ। ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ।

ମୀନ: ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ଅର୍ଥ ଲାଭର ସୁଯୋଗ ପାଇବେ। ନୂତନ ଜମି ବା ଘର ଆଦି କ୍ରୟ କରିବାର ସୁଯୋଗ ପାଇବେ।

Related story