ମେଷ: ପ୍ରଶଂସା ପାଇବେ। ଗୁରୁଜନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ସଞ୍ଜମତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ।
ବୃଷ:ଶୁଭଫଳ ପ୍ରାପ୍ତି ହେବ। ଶାନ୍ତି ଅନୁଭବ କରିବେ। କ୍ରୀଡ଼ା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ମିଥୁନ:ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ସୁସ୍ଥ ରହିବେ। ବନ୍ଧୁମାନଙ୍କ ସହଯୋଗରେ ସମସ୍ୟାର ସମାଧାନ ହେବ।
କର୍କଟ:ସମାଜ ସେବା କରି ସୁନାମ ଅର୍ଜନ କରିବେ। ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ଶୁଭ ସମ୍ବାଦ ପାଇବେ। ଆର୍ଥିକ ସମସ୍ୟା ଦୂର ହେବ।
ସିଂହ:ଶୁଭ ସମାଚାର ପାଇବେ। ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା କାର୍ଯ୍ୟକାରୀ କରିବେ। ଲକ୍ଷ୍ୟ ପୂରଣ ହେବ।
କନ୍ୟା:ବ୍ୟବସାୟରେ ମନ ଦେଇ କାମ କଲେ ଭଲ ଲାଭ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ। ରାଜନୀତି କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ।
ତୁଳା:ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବେ ଓ ସଫଳତା ପାଇବେ। ନୂଆ ବ୍ୟବସାୟରୁ ଭଲ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।
ବିଛା:ବ୍ୟବସାୟରେ ବୁଦ୍ଧି ପ୍ରୟୋଗ କରି ବଡ଼ ଧରଣର ସଫଳତା ପାଇବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ପାରିବାରିକ ଜୀବନ ଭଲ ରହିବ।
ଧନୁ:ଶତୃମାନଙ୍କ ମୁକାବିଲା କରିପାରିବେ। ପିଲାଙ୍କ କାର୍ଯ୍ୟରେ ଖୁସି ହେବେ। କିଛି ନୂଆ କାର୍ଯ୍ୟ କରିବାକୁ ଯୋଜନା କରିବେ।
ମକର:ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ ଓ ନିଷ୍ପତ୍ତି ନେବାରେ କଷ୍ଟ ହେବ।
କୁମ୍ଭ:କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆର୍ଥିକସ୍ଥିତି ସନ୍ତୋଷଜନକ ରହିବ। ଜାଗା, ଜମି ବା ଗୃହ କିଣିବା ପାଇଁ ସୁଯୋଗ ଆସିପାରେ।
ମୀନ:ସମସ୍ତ ସମସ୍ୟା ଦୂର ହେବ। କୌଣସି ବିରାଟ ଯୋଜନା ପାଇଁ ସଙ୍କଳ୍ପ ନେବେ। ପରିବାରରେ ଶାନ୍ତି ବଜାୟ ରହିବ।