୩୧ ଅକ୍ଟୋବର, ରବିବାର: ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତି ସୁଧୁରିବ। କମ୍ ପରିଶ୍ରମରେ ଆଶାମୁତାବକ ଫଳପ୍ରାପ୍ତି ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ। ବୃଷ: ଦୂରଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକ ସହାୟତା ମିଳିବ। ପରିଶ୍ରମର ପୂରା ଲାଭ ମିଳିବ। ମିଥୁନ: କେତେକ ଦୀର୍ଘସୂତ୍ରୀ ଯୋଜନା ସଫଳ ହେବରୁ ମନ ଭଲ ରହିବ। ମାନସିକ ଶାନ୍ତି ଲାଭ କରିବେ। କର୍କଟ: ସମାନ ବିଚାରଧାରାର ବ୍ୟକ୍ତିଙ୍କ ସହିତ ଭେଟ ହେବା ମନ ପ୍ରଫୁଲ୍ଲ […]

Horoscope

Jitendra Garnayak
  • Published: Sunday, 31 October 2021
  • , Updated: 31 October 2021, 07:58 AM IST

ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତି ସୁଧୁରିବ। କମ୍ ପରିଶ୍ରମରେ ଆଶାମୁତାବକ ଫଳପ୍ରାପ୍ତି ହେବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଳମ୍ବନ କରନ୍ତୁ।

ବୃଷ: ଦୂରଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକ ସହାୟତା ମିଳିବ। ପରିଶ୍ରମର ପୂରା ଲାଭ ମିଳିବ।

ମିଥୁନ: କେତେକ ଦୀର୍ଘସୂତ୍ରୀ ଯୋଜନା ସଫଳ ହେବରୁ ମନ ଭଲ ରହିବ। ମାନସିକ ଶାନ୍ତି ଲାଭ କରିବେ।

କର୍କଟ: ସମାନ ବିଚାରଧାରାର ବ୍ୟକ୍ତିଙ୍କ ସହିତ ଭେଟ ହେବା ମନ ପ୍ରଫୁଲ୍ଲ ରହିବ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ।

ସିଂହ: ସାମାଜିକ କାର୍ଯ୍ୟରେ ଅଧିକ ସମୟ ବ୍ୟୟ କରିବେ। ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ଦିନଟି ଖୁସିରେ ବିତିବ।

କନ୍ୟା: ଦୂରଯାତ୍ରା ଯୋଗ ରହିଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ।

ତୁଳା: ପରିଶ୍ରମ ଅନୁଯାୟୀ ଫଳପ୍ରାପ୍ତି ହେବ। ଅଟକି ଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ପ୍ରୟାସ କରିବେ।

ବିଛା: ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ଧନୁ: ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ଶୁଭ ସମାଚାର ପାଇବେ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ନୂଆ କାମ ନୂଆ ପ୍ରେରଣା ଦେବ।

ମକର: ସାମୂହିକ ପ୍ରୟାସ ଓ ସହଯୋଗ ଦ୍ୱାରା ଆଗକୁ ବଢ଼ିବା ସମ୍ଭବ ହେବ। ପରିବାରରେ ସୁଖଶାନ୍ତି ଅତୁଟ ରହିବ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଜାଗା, ଜମି ଆଦି କ୍ରୟ କରିବା ପାଇଁ ସୁଯୋଗ ଆସିପାରେ। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଲାଭବାନ ହେବେ।

ମୀନ: ବ୍ୟବସାୟରେ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେବେ। କୌଣସି ଦୁଃସାହସିକ ପଦକ୍ଷେପ ନେଇପାରନ୍ତି। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ।

Related story