ମେଷ: ବ୍ୟବସାୟ କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଯିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ରାଜନୀତି କ୍ଷେତ୍ରରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ହସଖୁସିରେ ସମୟ ବିତେଇବେ।
ବୃଷ: ବିବେକ ବୁଦ୍ଧି ବଳରେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷରେ ନେଇ ପାରିବେ। ଅଧସ୍ତନ କର୍ମୀ ଓ ସହକର୍ମୀଙ୍କ ସାହାଯ୍ୟ ଏବଂ ସମର୍ଥନ ହାସଲ କରିବେ।
ମିଥୁନ: କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ। ସୁଖଶାନ୍ତିରେ ଦିନଟି କଟାଇ ପାରିବେ। ବ୍ୟବସାୟ କ୍ଷେତ୍ରରେ ଅଧିକ ଲାଭ ହେବ। ଦାମ୍ପତ୍ୟ ଜୀବନ ଖୁସିର କଟିବ।
କର୍କଟ: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଶୁଭ ସମ୍ବାଦ ପାଇ ଆନନ୍ଦିତ ହେବେ। ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।
ସିଂହ: ମାନସମ୍ମାନ ବୃଦ୍ଧି ହେବ। ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି।
କନ୍ୟା: ସନ୍ତାନ ସୁଖରେ ସୁଖୀ ହେବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ଦୂରଯାତ୍ରା କରି ମନ ଖୁସି ରହିବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।
ତୁଳା: ଶରୀର ସୁସ୍ଥ ରହିବ। କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ରାଜନୀତି କ୍ଷେତ୍ରରେ ମାନ- ସମ୍ମାନ ବୃଦ୍ଧି ହେବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ।
ବିଚ୍ଛା: ଗୃହରେ ମାଙ୍ଗଳିକ କାର୍ଯ୍ୟ ପାଇଁ ଆୟୋଜନ କରିବେ। ରାଜନୀତିରେ ଶତ୍ରୁମାନେ ଦୁର୍ବଳ ହେବେ। ପରୀକ୍ଷା ଓ ସାକ୍ଷାତକାରରେ ସଫଳତା ମିଳିବ।
ଧନୁ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତଳ ମହଲରୁ ଆଶାତୀତ ଲାଭ ପାଇ ପାରିବାରିକ ଜୀବନ ଆନନ୍ଦରେ କଟିବ। ଘର ପାଇଁ କିଛି ଜିନିଷ କିଣିବେ।
ମକର: ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ପରିବାରରେ ଥିବା ତିକ୍ତତା ଦୂର ହେବ। ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।
କୁମ୍ଭ: ଉଧାର ଦେଇଥିବା ଟଙ୍କା ଫେରି ପାଇବେ। ଅଧ୍ୟୟନ, ଅଧ୍ୟାପନ ଓ ଅନୁସନ୍ଧାନପରି କାର୍ଯ୍ୟରେ ସଫଳତା ମିଳିବ।
ମୀନ: ପରୀକ୍ଷାରେ କୃତକାର୍ଯ୍ୟ ହେବେ । ଦୂରସ୍ଥାନକୁ ଯାତ୍ରା କରିବେ। ଘରକୁ ଅତିଥି ଆସିପାରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।