ମେଷ: ମାନସମ୍ମାନ ମିଳିବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଋଣ ପରିଶୋଧ କରିବାକୁ ସକ୍ଷମ ହେବେ। କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ପାଇବେ।
ବୃଷ: ଶୁଭ ସମାଚାର ପାଇବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ରାଜନୀତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ପ୍ରଶଂସିତ ହେବେ।
ମିଥୁନ: ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। ବ୍ୟବସାୟୀଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିବ। ଭଲଭାବେ ଚିନ୍ତା କରି ସବୁ କାର୍ଯ୍ୟ କରନ୍ତୁ।
କର୍କଟ: ସବୁ ଦିଗରୁ ସଫଳତା ମିଳିବ। ଦୁଃଶ୍ଚିନ୍ତା ଦୂର ହୋଇଯିବ। ବ୍ୟବସାୟରେ ଉନ୍ନତି ହେବ। ଆର୍ଥିକ ସ୍ଥିତି ଦୃଢ଼ ହେବ।
ସିଂହ: ଶୁଭ ଖବର ପାଇବେ। ପାରିବାରିକ ସମସ୍ୟାର ସମାଧାନ ହୋଇଯିବ। ନୂଆ ବ୍ୟବସାୟ ପାଇଁ ଯୋଜନା କରିବେ।
କନ୍ୟା: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ବିଜୟୀ ହେବେ। ଆୟ ବଢ଼ିବ। କର୍ମ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ହେବ।
ତୁଳା: ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ବୁଝିବିଚାରି ବ୍ୟବସାୟରେ କୌଣସି ଚୁକ୍ତି ସ୍ୱାକ୍ଷର କରନ୍ତୁ। ନହେଲେ ଠକାମୀରେ ପଡ଼ିବାର ସମ୍ଭାବନା ରହିଛି।
ବିଛା: ସନ୍ତାନଙ୍କୁ ନେଇ କିଛି ଶୁଭ ଖବର ପାଇପାରନ୍ତି। ଜନସେବାରେ ମନ ଦେବେ। ପ୍ରତିଯୋଗିତାରେ ସଫଳ ହେବେ। ସାମାନ୍ୟ ଚେଷ୍ଟାରେ ଜମିଜମା ବିବାଦର ସମାଧାନ ହୋଇଯିବ।
ଧନୁ: ମାନସମ୍ମାନ ମିଳିବ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ସମର୍ଥ ହେବେ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।
ମକର: ଆପଣଙ୍କ ପାଇଁ ଦିନଟି ବେଶ୍ ଅନୁକୂଳ ରହିବ। ମନମୁତାବକ କାର୍ଯ୍ୟ କରିବାକୁ ସମର୍ଥ ହେବେ। ଆର୍ଥିକ ଉନ୍ନତି ଘଟିବ। ମହିଳାମାନେ ଆଶା କରୁଥିବା ଦିଗରୁ ଅର୍ଥ ଓ ମାନସମ୍ମାନ ଲାଭ କରିବେ।
କୁମ୍ଭ: ଜଗିରଖି ଚଳନ୍ତୁ। କୌଣସି ପ୍ରସଙ୍ଗକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଅସ୍ଥିରତା ଦେଖା ଦେଇପାରେ। ନିଜ ଲୋକଙ୍କ ଦ୍ୱାରା ବିରୋଧର ସମ୍ମୁଖୀନ ହୋଇପାରନ୍ତି।
ମୀନ: ସାମାଜିକ ପ୍ରତିଷ୍ଠା ବଢ଼ିବ। ଶତୃମାନେ ପରାଜିତ ହେବେ। ବ୍ୟବସାୟ ପାଇଁ ଦିନଟି ଅନୁକୂଳୁ ରହିବ। ଆୟ ବଢ଼ିବ। ଦାମ୍ପତ୍ୟ ଜୀବନ ଉତ୍ତମ ରହିବ।