୬ ଜାନୁଆରୀ, ଶନିବାର: କୌଣସି ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚକ୍ରାନ୍ତ କରିପାରନ୍ତି

ମେଷ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ ହେବେ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ। ବୃଷ: ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। ସମସ୍ତ ଦିଗରୁ ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ଉନ୍ନତି ହେବ। ଯାତ୍ରା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ମିଥୁନ: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରିବେ। […]

Daily Horoscope

Jitendra Garnayak
  • Published: Saturday, 06 February 2021
  • , Updated: 06 February 2021, 07:58 AM IST

ମେଷ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ପ୍ରତ୍ୟେକ କ୍ଷେତ୍ରରେ ଅପମାନିତ ହେବେ। ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ।

ବୃଷ: ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। ସମସ୍ତ ଦିଗରୁ ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କର ଉନ୍ନତି ହେବ। ଯାତ୍ରା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ମିଥୁନ: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ପ୍ରତିଷ୍ଠା ଅର୍ଜନ କରିବେ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଶତ୍ରୁମାନେ ପରାଜିତ ହେବେ। ଆପଣ ସମସ୍ତ କାର୍ଯ୍ୟରେ ବିଜୟ ଲାଭ କରିବେ।

କର୍କଟ: ଅଚିହ୍ନା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ନହେଲେ ବିପଦରେ ପଡ଼ିପାରନ୍ତି। ସ୍ତ୍ରୀଙ୍କ ଅସୁସ୍ଥତାକୁ ନେଇ ଚିନ୍ତିତ ଓ ଦୁଃଖିତ ରହିବେ। ସାମାନ୍ୟ କଥାକୁ ନେଇ ବନ୍ଧୁଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ତେଣୁ କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ। ପ୍ରତିକାର- ୩ ମୁଠା ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଚକଟି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ: ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଦେବେ। ମାନସିକ ଶାନ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ।

କନ୍ୟା: ଦେହ ଓ ମନ ସୁସ୍ଥ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କୋର୍ଟରେ ଥିବା ମକଦ୍ଦମାରେ ବିଜୟୀ ହେବେ। ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ନୂଆ ସୁଯୋଗ ପାଇପାରନ୍ତି।

ତୁଳା: ବିଭିନ୍ନ ପ୍ରକାର ସମସ୍ୟା ଓ କଳହ ଭିତରେ ଛନ୍ଦି ହେବେ। କୌଣସି ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚକ୍ରାନ୍ତ କରିପାରନ୍ତି। ତେଣୁ ସାବଧାନରେ ଚଳନ୍ତୁ। ପୂର୍ବ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପ୍ରତିକାର- ‘ଓଁ ନମଃ ଶିବାୟଃ’ ମନ୍ତ୍ର କୁ ୧୦୮ ଥର ଜପ କରନ୍ତୁ।

ବିଛା: ଅର୍ଥ, ମାନ-ସମ୍ମାନ ଓ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ ଲାଭ କରିବେ। ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ। ଲାଲ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ, ଶୁଭଫଳ ମିଳିବ।

ଧନୁ: ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟ ସଂପନ୍ନ କରିବାରେ ସମର୍ଥ ହେବେ। ଶାରୀରିକ ଓ ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଭଲ ଲାଭ ମିଳିବ।

ମକର: ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହଯୋଗ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ସାମାଜରେ ଯଶ, ଗୌରବ ବଢ଼ିବ। ଅଶ୍ୱତ୍ଥ ପତ୍ରଟିଏ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।

କୁମ୍ଭ: ଯେଉଁ କାର୍ଯ୍ୟରେ ହାତ ଦେବେ, ସେଥିରେ ସଫଳ ହେବେ। ପରିବାରରେ ସ୍ନେହଶ୍ରଦ୍ଧା ବୃଦ୍ଧି ପାଇବ। କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।

ମୀନ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖାଦେବ। ମାନସିର ଅସ୍ଥିରତା ଦେଖା ଦେଇପାରେ। ନିଜ ଲୋକମାନେ କ୍ଷତି ପହଞ୍ଚାଇବାକୁ କାମ କରିବେ। ତେଣୁ ଜଗିରଖି ଚଳନ୍ତୁ। ପ୍ରତିକାର- ବିଷ୍ଣୁଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

Related story