RASI
ମେଷ: ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ନୃତ୍ୟ ଓ ଅଭିନୟ କ୍ଷେତ୍ରରେ ଥିବା ଲୋକେ ମାନସମ୍ମାନ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ।
ବୃଷ:କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ। ମନ ପସନ୍ଦର କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭ ଫଳ ପାଇବେ।
ମିଥୁନ:ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ଗୁପ୍ତଶତ୍ରୁଙ୍କ କାର୍ଯ୍ୟକଳାପ ମନରେ ଭୟ ସୃଷ୍ଟି କରିବ। କାର୍ଯ୍ୟ କ୍ଷେତ୍ରରେ ଅଶାନ୍ତି ଓ ବାଦବିବାଦ ଦେଖାଦେବ। ପ୍ରତିକାର: ଗଣେଶ ମହାପ୍ରଭୁଙ୍କ ପାଖରେ ଲଡୁ ଭୋଗ କରନ୍ତୁ।
କର୍କଟ:ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ମିଳିବ। ସାମାନ୍ୟ ଘଟଣାକୁ ନେଇ ପରିବାରରେ ଅଶାନ୍ତି ସୃଷ୍ଟି ହେବ। ପ୍ରତିକାର: ମା’ଙ୍କୁ ପ୍ରଣାମ କରନ୍ତୁ।
ସିଂହ: ସମସ୍ତେ ଖୁସିରେ ରହିବେ। ସ୍ୱାସ୍ଥ୍ୟ ଭଲ ରହିବ। ବ୍ୟବସାୟୀ ମାନେ ଉନ୍ନତି କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିଛି।
କନ୍ୟା:ନୂତନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ଲାଭ ମିଳିବ। କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସୁଯୋଗ ମିଳିପାରେ।
ତୁଳା: ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ଓ ଅପମାନିତ ହେବେ। ନିଜ ଲୋକମାନେ କାର୍ଯ୍ୟରେ ବାଧା ଉପୁଜାଇବେ। ଆର୍ଥିକ ଚିନ୍ତା ଯୋଗୁ ମାନସିକ ଅଶାନ୍ତି ଦେଖାଦେବ।
ବିଛା:ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ଦାମ୍ପତ୍ୟଜୀବନ ସୁଖମୟ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ।
ଧନୁ:ବହୁଦିନରୁ ଚିନ୍ତା କରୁଥିବା କାର୍ଯ୍ୟକୁ ସଂପନ୍ନ କରିବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବେ। ସାହିତ୍ୟ, କଳା ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ।
ମକର:ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଛାତ୍ରଛାତ୍ରୀମାନେ କ୍ୟାରିଅରକୁ ନେଇ ଚିନ୍ତାରେ ରହିବେ। ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ପ୍ରତିକାର– ତୁଳସୀ ଗଛ ମୂଳର ମାଟି ମଥାରେ ଲଗାନ୍ତୁ।
କୁମ୍ଭ:ସ୍ୱାମୀସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ। ସୁସ୍ୱାଦୁ ଭୋଜନ ସହିତ ଆଭୂଷଣ ପ୍ରାପ୍ତି ଯୋଗ ରହିଛି।
ମୀନ:ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ବ୍ୟବସାୟରେ ଲାଭ ପାଇବେ। ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ। ପ୍ରତିକାର– ମଥାରେ ଚନ୍ଦନ ଧାରଣ କରନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/11/RASI.jpg)