୭ ନଭେମ୍ବର, ରବିବାର: ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ

ମେଷ: ପାରିବାରିକ ଜୀବନ ଭଲ ରହିବ। ଅଟକି ରହିଥିବା କାମ ଗୁଡ଼ିକୁ କରିବାକୁ ଅଗ୍ରସର ହେବେ। ବୃଷ: ବକେୟା ଅର୍ଥ ହସ୍ତଗତ ହେବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ। ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବଢ଼ିବ। କର୍କଟ: ପରିବାରରେ ବିବାଦ ଦେଖା ଯାଇପାରେ। ବହୁ ଦିନର ଆଶା ପୂରଣ ହେବ। ବନ୍ଧୁମାନଙ୍କ ସହ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। ସିଂହ: ଦିନଟି ଆପଣଙ୍କୁ […]

Horoscope

Jitendra Garnayak
  • Published: Sunday, 07 November 2021
  • , Updated: 07 November 2021, 12:40 PM IST

ମେଷ: ପାରିବାରିକ ଜୀବନ ଭଲ ରହିବ। ଅଟକି ରହିଥିବା କାମ ଗୁଡ଼ିକୁ କରିବାକୁ ଅଗ୍ରସର ହେବେ।

ବୃଷ: ବକେୟା ଅର୍ଥ ହସ୍ତଗତ ହେବ। ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ରହିବ।

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ଆୟ ବଢ଼ିବ।

କର୍କଟ: ପରିବାରରେ ବିବାଦ ଦେଖା ଯାଇପାରେ। ବହୁ ଦିନର ଆଶା ପୂରଣ ହେବ। ବନ୍ଧୁମାନଙ୍କ ସହ ଦୂର ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି।

ସିଂହ: ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ।

କନ୍ୟା: କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଯୋଡ଼ି ହେବ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେବେ।

ତୁଳା: ହସଖୁସିରେ ଦିନଟି କଟିବ। ଆପଣଙ୍କ ନାମରେ ମିଥ୍ୟା ଖବର ପ୍ରଚାର ହୋଇପାରେ। ଅର୍ଥକୁ ନେଇ ବିବାଦ ଦେଖାଯାଇପାରେ।

ବିଛା: ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ହେବ। ଶତ୍ରୁମାନେ ପରାଜିତ ହେବେ।

ଧନୁ: ମନ ଭଲ ରହିବ। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। କିଛି ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଉପାୟ ଚିନ୍ତା କରିବେ।

ମକର: ଆଶା କରିଥିବା ଜିନିଷ ଠିକ୍ ସମୟରେ ନପାଇବା ଫଳରେ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ।

କୁମ୍ଭ: ଦିନଟି ଭଲରେ ଅତିବାହିତ ହେବ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା ଓ ପରିବହନ କ୍ଷେତ୍ରରେ ଥିବା ସମସ୍ୟା କ୍ରମଶଃ ଜଟିଳ ହେବ।

ମୀନ: ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡ଼ିକ ସମ୍ପନ୍ନ ହେବ। ବ୍ୟବସାୟ ଭଲରେ ଚାଲିବ।

Related story