୯ ଫେବ୍ରୁଆରୀ, ମଙ୍ଗଳବାର: ସନ୍ତାନମାନଙ୍କ କାର୍ଯ୍ୟକଳାପ ମନକୁ ଭାରାକ୍ରାନ୍ତ କରିବ

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଅପେକ୍ଷାରତ ସୁସମ୍ବାଦଟି ପାଇ ଆନନ୍ଦିତ ହେବେ। ପ୍ରତିକାର– କିଛି ମହୁଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ। ବୃଷ: ନିନ୍ଦା ପାଇବେ। ଅଫିସ୍‌ରେ କୌଣସି ମିଥ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବେ। ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହ ବିବାଦ ଦେଖା ଦେଇପାରେ। ପ୍ରତିକାର– ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ। ମିଥୁନ: କୌଣସି ଶୁଭ କାର୍ଯ୍ୟରେ ଯୋଗଦାନ […]

Daily Horoscope

Daily Horoscope

Jitendra Garnayak
  • Published: Tuesday, 09 February 2021
  • Updated: 09 February 2021, 08:37 AM IST

Sports

Latest News

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଅପେକ୍ଷାରତ ସୁସମ୍ବାଦଟି ପାଇ ଆନନ୍ଦିତ ହେବେ। ପ୍ରତିକାର- କିଛି ମହୁଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ।

ବୃଷ: ନିନ୍ଦା ପାଇବେ। ଅଫିସ୍‌ରେ କୌଣସି ମିଥ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବେ। ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହ ବିବାଦ ଦେଖା ଦେଇପାରେ। ପ୍ରତିକାର- ଶ୍ରୀ ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମିଥୁନ: କୌଣସି ଶୁଭ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଉତ୍ତମ ଭୋଜନ ସହିତ ନୂତନ ବସ୍ତ୍ର ଓ ଆଭୂଷଣ ପ୍ରାପ୍ତି ହେବ। ପ୍ରତିକାର- ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ।

କର୍କଟ: ଗୃହକୁ ବନ୍ଧୁଙ୍କ ଆଗମନ ହେବ। ଫଳରେ ମନ ଖୁସି ରହିବ। ମହିଳାମାନଙ୍କ କାର୍ଯ୍ୟ ଘରେ ତଥା ବାହାରେ ପ୍ରଶଂସନୀୟ ହେବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ। ପ୍ରତିକାର- ଧଳା ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।

ସିଂହ: ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। କାହାକୁ କଟୁ କଥା କୁହନ୍ତୁ ନାହିଁ। ପ୍ରତିକାର- କିଛି ଗୁଡ଼ ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା: କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଜୀବନସାଥୀଙ୍କ ପ୍ରେରଣା ପାଇ ଉପକୃତ ହେବେ। ବ୍ୟବସାୟୀମାନେ ଆଶାନୁରୂପ ଲାଭ ପାଇବେ। ପ୍ରତିକାର- ଗାଧୋଇବା ପରେ ତୁଳସୀ ମୂଳରେ ଜଳ ପ୍ରଦାନ କରନ୍ତୁ।

ତୁଳା: ଗୁପ୍ତଶତ୍ରୁ ଭୟ ମନରେ ଆଶଙ୍କା ସୃଷ୍ଟି କରିବ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହେବେ। ନିଜ ଲୋକମାନେ ପରୋକ୍ଷରେ ଆପଣଙ୍କ ବିରୋଧରେ କାର୍ଯ୍ୟ କରିବେ। ପ୍ରତିକାର- ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ।

ବିଛା: ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ ହେବ। ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବୃତ୍ତିଗତ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ। ପ୍ରତିକାର- ହନୁମାନ ଚାଳିଶା ୧୧ଥର ପାଠ କରନ୍ତୁ।

ଧନୁ: ନିଜ ଯୋଜନା ଅନୁସାରେ କାମ କରି ସଫଳତା ପାଇବେ। ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ମାନସମ୍ମାନର ଅଧିକାରୀ ହେବେ। ନୃତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ। ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କ ପାଖରେ ଘୃତ ଦୀପଟିଏ ପ୍ରଦାନ କରନ୍ତୁ।

ମକର: ଗୁପ୍ତଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ସନ୍ତାନମାନଙ୍କ କାର୍ଯ୍ୟକଳାପ ମନକୁ ଭାରାକ୍ରାନ୍ତ କରିବ।  ପ୍ରତିକାର- କୌଣସି ଦରିଦ୍ର ବ୍ୟକ୍ତିଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କୁମ୍ଭ: କାହାକୁ ସମାଲୋଚନା କରନ୍ତୁ ନାହିଁ। ମହିଳାମାନଙ୍କ ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇପାରେ। ଘରକୁ ଅତିଥି ଆସିପାରନ୍ତି। ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

ମୀନ: ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟଗୁଡ଼ିକ ଠିକ୍ ଭାବରେ ସମ୍ପନ୍ନ ହେବ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ। ପ୍ରତିକାର- ସାତଟି ବୁନ୍ଦି ଲଡୁ ସାତଜଣ ପିଲାଙ୍କୁ ବାଣ୍ଟନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos