୯ ଜାନୁଆରୀ, ରବିବାର: ଅପରାହ୍ଣରେ କୌଣସି ଶୁଭ ଖବର ଶୁଣିପାରନ୍ତି

ମେଷ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ। ବୃଷ: ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରଙ୍କ ସହିତ ଭେଟ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ମିଥୁନ: ଦିନଟି ଭଲରେ କଟିବ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ ହେବ। ବ୍ୟବସାୟରେ ଆହୁରି ଉନ୍ନତି ହେବ। କର୍କଟ: କର୍ମକ୍ଷେତ୍ରର ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଅପ୍ରିୟ ସତ୍ୟକଥା […]

Horoscope

Jitendra Garnayak
  • Published: Sunday, 09 January 2022
  • , Updated: 09 January 2022, 08:01 AM IST

ମେଷ: ବନ୍ଧୁମାନଙ୍କ ସାହାଯ୍ୟ ମିଳିବ। ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ପରିବାରରେ ସୁଖଶାନ୍ତି ପୂର୍ବ ପରି ଅତୁଟ ରହିବ।

ବୃଷ: ଶୁଭ ସମାଚାର ପାଇବେ। ପୁରୁଣା ତଥା ପିଲାଦିନର ମିତ୍ରଙ୍କ ସହିତ ଭେଟ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ।

ମିଥୁନ: ଦିନଟି ଭଲରେ କଟିବ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ ହେବ। ବ୍ୟବସାୟରେ ଆହୁରି ଉନ୍ନତି ହେବ।

କର୍କଟ: କର୍ମକ୍ଷେତ୍ରର ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୋଷ ଅନୁଭବ କରିବେ। ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହେବେ।

ସିଂହ: କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ଧାର କରିବାକୁ ପଡ଼ିପାରେ।

କନ୍ୟା: ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବହୁ ଦିନର ସ୍ୱପ୍ନ ପୂରଣ ହୋଇପାରେ। କୌଣସି ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରନ୍ତି।

ତୁଳା: ଆତ୍ମବିଶ୍ୱାସ ବଢ଼ିବ। ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ସହିତ ସଂପନ୍ନ କରିବେ। ଘରେ ସୁଖଶାନ୍ତି ବଜାୟ ରହିବ।

ବିଛା: ସୁଖଶାନ୍ତିରେ ଦିନଟି କଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କୌଣସି କଥାକୁ ନେଇ ଭାବପ୍ରବଣ ହେବେ।

ଧନୁ: ଅଯଥାରେ ବିବାଦ ଭିତରେ ପଶନ୍ତୁ ନାହିଁ। ସମାଜରେ ମାନସମ୍ମାନ ବଢ଼ିବ। ଅପରାହ୍ଣରେ କୌଣସି ଶୁଭ ଖବର ଶୁଣିପାରନ୍ତି।

ମକର: ପାରିବାରିକ ଜୀବନ ଭଲ ରହିବ। ବହୁ ଦିନର ସ୍ୱପ୍ନ ଆଜି ବାସ୍ତବରେ ପରିଣତ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତ କରିବେ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନକାରାତ୍ମକ ବିଚାରକୁ ମନକୁ ଆସିବାକୁ ଦିଅନ୍ତୁ ନାହିଁ। କାହାକୁ କଡ଼ା କଥା କୁହନ୍ତୁ ନାହିଁ।

ମୀନ: ଦିନଟି ଶୁଭଫଳ ପ୍ରଦାନ କରିବ। ନୂତନ କାର୍ଯ୍ୟର ଶୁଭାରମ୍ଭ କରିବା ପାଇଁ ଦିନଟି ଅନୁକୂଳ ରହିଛି।

Related story