୨୫ ମେ’, ମଙ୍ଗଳବାର: ଦୁଃଖୀ ଲୋକଙ୍କୁ ସାହାଯ୍ୟ କରନ୍ତୁ

ମେଷ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ  ମନ ଭଲ ରହିବ। ସନ୍ତାନଙ୍କ ଦିଗରୁ ଶୁଭ ସମ୍ବାଦ ପାଇ ଖୁସି ହେବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ବୃଷ:  ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ।ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱ ଦେବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ। ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ପାରିବାରିକ ସମସ୍ୟା ଆପୋଷ […]

Horoscope

Tapas Behera
  • Published: Tuesday, 25 May 2021
  • , Updated: 25 May 2021, 08:15 AM IST

ମେଷ: ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ  ମନ ଭଲ ରହିବ। ସନ୍ତାନଙ୍କ ଦିଗରୁ ଶୁଭ ସମ୍ବାଦ ପାଇ ଖୁସି ହେବେ। ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:  ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ।ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ୱ ଦେବେ। ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ପାରିବାରିକ ସମସ୍ୟା ଆପୋଷ ସମାଧାନର ରାସ୍ତା ଖୋଲିଯିବ।

କର୍କଟ: ପାରିବାରିକ ବ୍ୟବସ୍ଥା  ପରିବର୍ତ୍ତନ ସାଙ୍ଗକୁ  ଅର୍ଥ ସଂକଟରୁ ମୁକ୍ତି ମିଳିବ। କମ ପରିଶ୍ରମରେ ଆଶାଜନକ  ଫଳପ୍ରାପ୍ତି ହେବ। ଅଶକ୍ତ ଲୋକଙ୍କୁ ସହଯୋଗ କରିବା ପାଇଁ ହାତ ବଢାଇବେ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ସିଂହ: ବ୍ୟବସାୟରେ ଆଶାଜନକ  ସଫଳତା ହାସଲ କରିବେ। ଅଧିକାରୀଙ୍କ ଠାରୁ  ସହଯୋଗ ମିଳିବ। ଦୁଃଖୀ ଲୋକଙ୍କୁ ସାହାଯ୍ୟ  କରିବା ଫଳରେ ପ୍ରଶଂସିତ ହେବେ।

କନ୍ୟା: ସମାଜ ସେବାରେ ସ୍ୱନାମ ଅର୍ଜନ କରି ପାରିବେ। ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ସମସ୍ତ ବ୍ୟବସାୟରେ ପ୍ରଚୁର  ଲାଭ ପାଇବେ।

ତୁଳା: ଶାରୀରିକ ଓ ମାନସିକ ଅସ୍ଥିରତା  ଦେଖାଦେବ। ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ। ଆକସ୍ମିକ ଧନ ପ୍ରାପ୍ତି ହେବ। କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ବିଛା: ସାମ୍ବାଦିକମାନେ ପ୍ରଶଂସିତ ହେବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ଠାରୁ  ସମ୍ମାନ ମିଳିବ। ବ୍ୟବସାୟରେ ସାହାଯ୍ୟ ସହଯୋଗ ମିଳିବ।

ଧନୁ: ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ  ଚେଷ୍ଟା ଜାରି ରଖିବେ। ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ।

ମକର:  ସାମାଜିକ  ପତିଆରା ଅମଳିନ ରହିବ। ସ୍ୱାସ୍ଥ୍ୟ ସମସ୍ୟା  ଦୂର ହୋଇ  ଦୈନିକ  କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ। ସାମ୍ବାଦିକମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ।

କୁମ୍ଭ: ସଂପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ପରିବାରର ସମସ୍ତ ଆଶାପୂରଣ କରିବାକୁ ସାମର୍ଥ୍ୟ ହେବେ। ପୁରାତନ ରୋଗ ପୀଡାରୁ ଉପଶମ ପାଇବେ।

ମୀନ: ସାମାଜିକ ପତିଆରା ଅମଳିନ ରହିବ। ସାମ୍ବାଦିକମାନଙ୍କର ପଦମର୍ଯ୍ୟଦା ବୃଦ୍ଧି ପାଇବ। ବ୍ୟବସାୟ ବାଣିଜ୍ୟ ମାମଲାରେ କର୍ମଚାରୀମାନଙ୍କ ଦ୍ୱାରା ଲାଭବାନ ହେବେ।

 

Related story