୧୦ ସେପ୍ଟେମ୍ବର,ଗୁରୁବାର; ମନ ବିଚଳିତ ରହିବ

ମେଷ: ଆଧ୍ୟାତ୍ମିକ ପରିବେଶରେ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହଯୋଗ ମିଳିବ। ଖାଦ୍ୟପେୟର ଯତ୍ନ  ନିଅନ୍ତୁ।

ବୃଷ: ଦ୍ୱନ୍ଦ୍ୱ ଭିତରେ ରହିବେ। ଭୁଲ୍ ସମ୍ବାଦ ପାଇ ବ୍ୟଥିତ ହେବେ। ଅଧିକ ପରିଶ୍ରମ କରିବେ।

ମିଥୁନ: ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ପତିପତ୍ନୀଙ୍କ ମଧ୍ୟରେ ମାନ ଅଭିମାନ ଦେଖାଦେବ। କୁକୁରଙ୍କୁ ଖାଇବାକୁ ଦିଅନ୍ତୁ।

କର୍କଟ: ପରୋପକାର କାର୍ଯ୍ୟରେ ସମୟ ଅତିବାହିତ ହେବ। ଶତ୍ରୁଙ୍କ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ସିଂହ:  ବ୍ୟସ୍ତତା ଭିତରେ ଦିନଟି କଟିବ। ମିଠା କଥା କହି ଲୋକଙ୍କ ମନ ଜିତିବେ। ପିଲାମାନେ ମନ ଦେଇ ପାଠ ପଢ଼ିବେ।

କନ୍ୟା: ପରିବାରରେ ହସ ଓ ଖୁସିର ପରିବେଶ ରହିବ। ଅନ୍ୟମନସ୍କ  ରହି ଭୁଲ୍ କରି ପାରନ୍ତି। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ତୁଳା: ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ। ମନ ବିଚଳିତ ରହିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ।

ବିଛା: ଆତ୍ମବିଶ୍ୱାସ ବଢ଼ିବ। ଖର୍ଚ୍ଚ ବଢ଼ିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ: ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଅପରାହ୍ଣ ପରେ ଅସୁସ୍ଥ ଅନୁଭବ କରିବେ।

ମକର: ଜିଦି ସ୍ୱଭାବ ଯୋଗୁ ସମ୍ପର୍କରେ ବାଧା ସୃଷ୍ଟିହେବ। ମାନ-ସମ୍ମାନ ମିଳିବ। ମନକଥା କାହାକୁ କହିପାରିବେ ନାହିଁ।

କୁମ୍ଭ: ଶରୀରରେ ଆଘାତ ଲାଗିପାରେ। ଯୁକିତର୍କ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ମୀନ:  ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ପାଇବେ। ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ।