୨୦ ସେପ୍ଟେମ୍ବର, ରବିବାର: ଶତ୍ରୁମାନେ ପରାଜିତ ହେବେ

ମେଷ: ପାରିବାରିକ ଅଶାନ୍ତି ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକମାନ ଦେଖାଦେବ। ନାନା ପ୍ରକାରର ଅଭାବ ଅନାଟନ ଦେଇ ଗତି କରିବେ। ବୃଷ: ଦୀର୍ଘ ଦିନର ଆଶା ପୂରଣ ହେବ। ମହିଳାମାନେ ପ୍ରତ୍ୟେକଟି ଦିଗରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ମିଥୁନ: କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତ୍ରୁମାନେ ପରାଜିତ ହେବେ ଓ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ। କର୍କଟ: ସମସ୍ୟାର […]

hhhhhhhhhhhhhh

Tapaswini Nayak
  • Published: Sunday, 20 September 2020
  • , Updated: 20 September 2020, 07:49 AM IST

ମେଷ: ପାରିବାରିକ ଅଶାନ୍ତି ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକମାନ ଦେଖାଦେବ। ନାନା ପ୍ରକାରର ଅଭାବ ଅନାଟନ ଦେଇ ଗତି କରିବେ।

ବୃଷ: ଦୀର୍ଘ ଦିନର ଆଶା ପୂରଣ ହେବ। ମହିଳାମାନେ ପ୍ରତ୍ୟେକଟି ଦିଗରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ।

ମିଥୁନ: କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତ୍ରୁମାନେ ପରାଜିତ ହେବେ ଓ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ।

କର୍କଟ: ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭବାନ୍ ହେବେ।

ସିଂହ: ଜଗିରଖି କାମ କରନ୍ତୁ ନଚେତ୍ ବାଧାବିଘ୍ନର ସମ୍ମୁଖିନ ହେବେ। କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ସନ୍ତାନମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପରେ କ୍ଷୁବ୍ଧ ହେବେ।

କନ୍ୟା: ଶରୀର ସୁସ୍ଥ ରହିବ ଓ ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ। ସନ୍ଦେହ ଓ ଭୁଲ୍ ବୁଝାମଣା ଦୂର ହୋଇ ବନ୍ଧୁତ୍ୱ ନିବିଡ଼ ହେବ।

ତୁଳା: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ । ରାଜନେତାମାନେ ଜନପ୍ରିୟତା ହାସଲ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ କୃତକାର୍ଯ୍ୟ ହେବେ।

ବିଛା: ଦୀର୍ଘ ଦିନର ସ୍ୱପ୍ନ ସାକାର ହେବ। ଫଳରେ ଆନନ୍ଦିତ ହେବେ। କର୍ମକ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବେ। ମହିଳାମାନେ ସନ୍ତାନମାନଙ୍କ ପାଇଁ ଚିନ୍ତିତ ରହିବେ।

ଧନୁ: ବୃଥା ଆରୋପ ଓ ମିଥ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ ତେଣୁ ଜଗିରଖି ଚଳନ୍ତୁ।
ପାରିବାରିକ ସମସ୍ୟା, ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରାଇବ।

ମକର: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ପାଇବେ।  ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ମହିଳାମାନେ କାମ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ବିପଦରେ ପଡ଼ିପାରନ୍ତି।

କୁମ୍ଭ: ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରିବେ। ଜମିବାଡ଼ି ସମସ୍ୟାର ଅବସାନ ଘଟିବ। କୃଷି, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରେ ସଫଳତା ମିଳିବ।

ମୀନ: ମନ ବିଚଳିତ ରହିବ। ଅଳସୁଆ ଅନୁଭବ କରିବେ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

Related story