ମେଷ:ବିଭିନ୍ନ କ୍ଷେତ୍ରରୁ ଅର୍ଥ ସଂଗ୍ରହ କରିବାକୁ ସକ୍ଷମ ହେବେ। ପରିବାର ମଧ୍ୟରେ ଭୁଲ ବୁଝାମଣା ଅନ୍ୟମାନଙ୍କ ଉପରେ କୁପ୍ରଭାବ ପକାଇବ।
ଖାଦ୍ୟପେୟରେ ଅନିୟମିତତା ଦେଖାଦେବ।
ବୃଷ: ଅନୈତିକ ଲୋକମାନଙ୍କ ସହ ସମ୍ପର୍କ ବୃଦ୍ଧି ହେବ। ପରିବାରରେ ଥିବା ଅଶାନ୍ତି ମନୋମାଳିନ୍ୟ ଦୂର ହୋଇଯିବ। ପରିଶ୍ରମ ତୁଳନାରେ ଉଚିତ ପାରିଶ୍ରମିକ ଲାଭ କରିବେ। ଛାତ୍ରଛାତ୍ରୀମାନେ ପାଠ ପଢାରେ ମନ ନିବେଶ କରିବେ।
ମିଥୁନ: ନିଜର ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖାଦେଇପାରେ।
କର୍କଟ: ପିଲାମାନଙ୍କ କାର୍ଯ୍ୟ ସନ୍ତୋଷ ଜନକ ହେବ। ମହିଳାମାନଙ୍କ କାର୍ଯ୍ୟ ସବୁଠାରେ ପ୍ରଶଂସନୀୟ ହେବ।
ସିଂହ: ଦେହ ମନ ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲ ରହିବ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରେ ଅଗ୍ରଗତି କରିବେ।
କନ୍ୟା: ସ୍ୱାଦିଷ୍ଟ ଭୋଜନ ଖାଇପାରନ୍ତି। ମାନ-ସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହଯୋଗ ପାଇବେ।
ତୁଳା: ଶରୀର ଅସୁସ୍ଥ ହୋଇଯାଇପାରେ। ତେଣୁ ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। କୌଣସି ଜମିଜମା ସମସ୍ୟାକୁ ନେଇ ମନ ଭାରାକ୍ରାନ୍ତ ହେବ। ପାରିବାରିକ ଜୀବନରେ ଅଯଥା ଝ଼ଡଝଞ୍ଜା ଦେଖାଦେଇପାରେ।
ବିଛା: ନିର୍ମାଣାଧୀନ କାର୍ଯ୍ୟକୁ ତ୍ୱାରାନ୍ୱିତ କରି ପୂର୍ଣ୍ଣାଙ୍ଗ କରିବେ। ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଲାଭ କରିବେ।
ଧନୁ: ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିପାରିବେ। ପରିବାରରେ ସନ୍ତାନମାନେ ଆଜ୍ଞାଧୀନ ହେବେ। ମହିଳାମାନେ କାମ କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ,ନଚେତ୍ ବିପଦରେ ପଡିଯାଇପାରନ୍ତି।
ମକର: ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ହେବାର ସମ୍ଭାବନା ରହିଛି। ଦାମ୍ପତ୍ୟ ଜୀବନ ସରସ ସୁନ୍ଦର ମଧୁମୟ ହେବ। ଅଣ୍ଟା, ଆଣ୍ଠୁ କିମ୍ବା ପାଦରେ ପୀଡା ଦେଖାଦେଇପାରେ।
କୁମ୍ଭ: ଶରୀର ସୁସ୍ଥ ରହିବ। ଯେକୌଣସି କାମରେ ହାତ ଦେଲେ ସଫଳ ହେବେ। ପରିବାରରେ ଶାନ୍ତିର ବାତାବରଣ ଦେଖାଦେବ। ମା’ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।
ମୀନ: ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ ଆଖିରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।