୨୮ ଅକ୍ଟୋବର,ବୁଧବାର; ଯାତ୍ରା କଲାବେଳେ ସତର୍କ ରୁହନ୍ତୁ

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ବହୁଦିନର ଆଶା ପୂରଣ ହେବ। ଯାତ୍ରା କଲାବେଳେ ସତର୍କ ରୁହନ୍ତୁ। ବୃଷ: ମିତ୍ରମାନେ ଶତ୍ରୁ ଭଳି ଆଚରଣ କରିବେ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ପାଇବେ। ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଏପରିକି ଚିକିତ୍ସାଳୟ ଯିବାକୁ ବାଧ୍ୟ ହେବେ। ମିଥୁନ: ଶରୀର ସୁସ୍ଥ ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ପାଇବେ। କର୍କଟ: ସନ୍ତାନମାନେ ଆଜ୍ଞାଧୀନ ହେବେ। ବ୍ୟବସାୟ କ୍ଷେତ୍ରରେ […]

hhhhhhh-1

Tapaswini Nayak
  • Published: Wednesday, 28 October 2020
  • , Updated: 28 October 2020, 07:52 AM IST

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ। ବହୁଦିନର ଆଶା ପୂରଣ ହେବ। ଯାତ୍ରା କଲାବେଳେ ସତର୍କ ରୁହନ୍ତୁ।

ବୃଷ: ମିତ୍ରମାନେ ଶତ୍ରୁ ଭଳି ଆଚରଣ କରିବେ। ପରିଶ୍ରମ ଅନୁସାରେ ପାରିଶ୍ରମିକ କମ୍ ପାଇବେ। ହଠାତ୍ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଏପରିକି ଚିକିତ୍ସାଳୟ ଯିବାକୁ ବାଧ୍ୟ ହେବେ।

ମିଥୁନ: ଶରୀର ସୁସ୍ଥ ରହିବ। ଉତ୍ତମ ଭୋଜନ ପ୍ରାପ୍ତି ହେବ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ପାଇବେ।

କର୍କଟ: ସନ୍ତାନମାନେ ଆଜ୍ଞାଧୀନ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଆୟ ବୃଦ୍ଧି ହେବ।

ସିଂହ: ପାରିବାରିକ ଦ୍ୱନ୍ଦ୍ୱ ଓ ଆର୍ଥିକ ସମସ୍ୟାକୁ ନେଇ ମାନସିକ ଅସ୍ଥିରତା ଦେଖାଦେବ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ ନାହିଁ।

କନ୍ୟା: ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ। ମହିଳାମାନେ ହସଖୁସିରେ ଦିନଟି କଟାଇବେ। ଗାଡ଼ିରେ ଗଲା ବେଳେ ସତର୍କ ରୁହନ୍ତ।

ତୁଳା: ନିଜ ମନପସନ୍ଦର କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ସମାଜରେ ମାନସମ୍ମାନ ବଢ଼ିବ। ବସ୍ତ୍ର ଓ ଅଳଙ୍କାର ଜାତୀୟ ବ୍ୟବସାୟରେ ଭଲ ଲାଭ ମିଳିବ।

ବିଛା: ଗବେଷଣାରତ ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ମହିଳାମାନେ ଗୃହ ଉପକରଣ କ୍ରୟ କରିବେ ଓ ପରିବାର ପ୍ରତି ଯତ୍ନଶୀଳ ହେବେ।

ଧନୁ: ସାମାନ୍ୟ କଥାକୁ ନେଇ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ କ୍ଲାନ୍ତି ଅନୁଭବ କରିବେ।

ମକର: ବକେୟା ଅର୍ଥ ହସ୍ତଗତ ହେବ। ଫଳରେ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ସାହାଯ୍ୟ ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ବ୍ୟବସାୟରେ ପୂର୍ବାପେକ୍ଷା ଅଧିକ ଲାଭ ପାଇବେ।

କୁମ୍ଭ: ରାଜନେତାମାନେ ସମ୍ମାନର ଅଧିକାରୀ ହେବେ। ଗୁପ୍ତଶତ୍ରୁମାନେ ପରାଜିତ ହେବେ। ସବୁକ୍ଷେତ୍ରରେ ବିଜୟଲାଭ କରିବେ।

ମୀନ: ନିଜର ଉପସ୍ଥିତ ବୁଦ୍ଧି ବଳରେ ସମସ୍ୟାର ସରଳ ସମାଧାନ କରିବେ। ନୂଆ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି।

Related story