୨୪ ନଭେମ୍ବର, ମଙ୍ଗଳବାର:ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ

ମେଷ: ସାମାଜିକ କ୍ଷେତ୍ରରେ ପରୋପକାର ଓ ତ୍ୟାଗ ପ୍ରଦର୍ଶନ କରି ଶ୍ରଦ୍ଧା ଓ ସମ୍ମାନ ଲାଭ କରିବେ। ମାତୃ ସୁଖରେ କିଛି ବାଧା ଦେଖାଦେଇପାରେ। ପରିବାର ପାଇଁ ଖର୍ଚ୍ଚ ବୃଦ୍ଧି ହେବ। ବୃଷ:ବିଭିନ୍ନ କ୍ଷେତ୍ରରେ ଥିବା ସନ୍ଦେହ ଆପେ ଆପେ ଦୂର ହୋଇଯିବେ। ସକାଳର ପରିଶ୍ରମ  ଉତ୍ତମ ଫଳ ପ୍ରଦାନ କରିବ।ଆତ୍ମବଳରେ ବଳୀୟାନ ହୋଇ ସର୍ବ ସଫଳତା ଲାଭ କରିବେ। ମିଥୁନ: ପ୍ରତି କ୍ଷେତ୍ରରେ ଆଦର ସମ୍ମାନ ପ୍ରାପ୍ତି ହେବ। ବନ୍ଧୁ ବାନ୍ଧବମାନଙ୍କ ଗହଣରେ ସମୟ ବିତାଇବାର […]

hhhhhhh-1

Tapaswini Nayak
  • Published: Tuesday, 24 November 2020
  • , Updated: 24 November 2020, 08:05 AM IST

ମେଷ: ସାମାଜିକ କ୍ଷେତ୍ରରେ ପରୋପକାର ଓ ତ୍ୟାଗ ପ୍ରଦର୍ଶନ କରି ଶ୍ରଦ୍ଧା ଓ ସମ୍ମାନ ଲାଭ କରିବେ। ମାତୃ ସୁଖରେ କିଛି ବାଧା ଦେଖାଦେଇପାରେ। ପରିବାର ପାଇଁ ଖର୍ଚ୍ଚ ବୃଦ୍ଧି ହେବ।

ବୃଷ:ବିଭିନ୍ନ କ୍ଷେତ୍ରରେ ଥିବା ସନ୍ଦେହ ଆପେ ଆପେ ଦୂର ହୋଇଯିବେ। ସକାଳର ପରିଶ୍ରମ  ଉତ୍ତମ ଫଳ ପ୍ରଦାନ କରିବ।ଆତ୍ମବଳରେ ବଳୀୟାନ ହୋଇ ସର୍ବ ସଫଳତା ଲାଭ କରିବେ।

ମିଥୁନ: ପ୍ରତି କ୍ଷେତ୍ରରେ ଆଦର ସମ୍ମାନ ପ୍ରାପ୍ତି ହେବ। ବନ୍ଧୁ ବାନ୍ଧବମାନଙ୍କ ଗହଣରେ ସମୟ ବିତାଇବାର ସୁଯୋଗ ମିଳିବ। ଉଚ୍ଚ କର୍ତ୍ତପକ୍ଷଙ୍କର ଶୁଭ ଦୃଷ୍ଟି ପାଇ ନିଶ୍ଚିତତା ଅନୁଭବ କରିବେ।

କର୍କଟ: ସୌଭାଗ୍ୟ ଯୁକ୍ତ ହେବ। ମନରେ ଆଧ୍ୟାତ୍ମିକତା ବୃଦ୍ଧି ପାଇବ। ଦୟାବାନ ହେବା ସହ ଧନ ଓ ଆଦର ପ୍ରାପ୍ତି ହେବାରେ କୌଣସି ଅସୁବିଧା ନାହିଁ।

ସିଂହ: ଇଚ୍ଛା କରୁଥିବା ଦିଗରୁ ଅର୍ଥର ଆଗମନ ହେବ। ଗବେଷଣା କ୍ଷେତ୍ରରେ ସଫଳତା ଲାଭ କରିବେ। ଜୀବନର ରହସ୍ୟାକୁ ବୁଝିବାକୁ ଚେଷ୍ଟା କରିବେ।

କନ୍ୟା:ବ୍ୟବସାୟିକ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ହେବ। ପାରିବାରିକ ବୁଝାମଣା ଠିକ୍ ରହିବ। ଭାବ ପ୍ରବଣତା ବୃଦ୍ଧି ପାଇବ ଏବଂ ମଧୁର ଭୋଜନ ସହ ଉତ୍ତମ ବିଚାରକ ହେବେ।

ତୁଳା: ପରିଶ୍ରମ ଜନିକ କ୍ଳାନ୍ତି ଦେଖାଦେଇପାରେ। ଆପଣଙ୍କ ପ୍ରଗତିକୁ ପ୍ରତିରୋଧ କରିବାକୁ ଶତ୍ରୁମାନେ ଚେଷ୍ଟା କରିବେ। ଅପରାହ୍ନରେ ସମସ୍ତଙ୍କୁ ଦୁର୍ବଳ କରି ସଫଳତା ଦିଗକୁ ଗତି କରିବେ।

ବିଛା: କଳ୍ପନା ବିଳାସୀ ହେବେ। ସନ୍ତାନମାନଙ୍କୁ ନେଇ ସୁଖଶାନ୍ତିର ବାତାବରଣ ଲାଗି ରହିବ। ଲୋକପ୍ରିୟତା ବୃଦ୍ଧି ପାଇବା ସହ ଆର୍ଥିକ ପ୍ରଗତୀ ହେବ।

ଧନୁ: ପିଲାମାନେ ମନ ଦେଇ ପାଠ ପଢ଼ିବେ। ବିଦ୍ୟା ଗ୍ରହଣ ସହ ବନ୍ଧୁ ଗହଣରେ ସମୟ କଟିବ। ପାରିବାରିକ ଅଶାନ୍ତି ଓ କଳହ ଦେଖାଦେଇପାରେ,  ଯାହା ଆପଣଙ୍କ ଶାନ୍ତିକୁ ବ୍ୟାହାତ କରିବ।

ମକର: ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ କାର୍ଯ୍ୟ କରିବେ। ସାମାଜିକ ପରାକ୍ରମ ବୃଦ୍ଧି ପାଇବ।ପଡୋଶୀଙ୍କ ଘରେ ଚର୍ଚ୍ଚା ହେବାର ସୁଯୋଗ ରହିଛି ,ଯାହା ଆନନ୍ଦ ପ୍ରଦାନ କରିବ।

କୁମ୍ଭ:ପାରିବାରିକ ସୁ୍ଖ ସହ ଉତ୍ତମ ଖାଦ୍ୟପେୟର ସୁଯୋଗ ରହିଅଛି। ଘରକୁ ଅର୍ଥର ଆଗମନ ହେବ ଏବଂ କିଛି ସଞ୍ଚୟ କରିବେ। ମଧୁର ବ୍ୟବହାର ଦ୍ୱାରା ସମସ୍ତଙ୍କୁ ନିଜର କରିବେ।

ମୀନ:ବସ୍ତ୍ର, ଆଭୂଷଣରେ ସଜ୍ଜିତ ହୋଇ ଆମୋଦ ପ୍ରମୋଦଯୁକ୍ତ ହେବେ। ମାନ, ସମ୍ମାନ ଓ ଅର୍ଥ ପ୍ରାପ୍ତି ହେବ। ବିଭିନ୍ନ କ୍ଷେତ୍ରରେ ସଫଳ ହେବା ସହ ଲୋକପ୍ରିୟତା ବୃଦ୍ଧି ପାଇବ।

Related story