୮ଫେବ୍ରୁଆରୀ, ସୋମବାର: ଶତ୍ରୁମାନେ ମିତ୍ରତାର ହାତ ବଢାଇବେ

ମେଷ: ନିଜର ତୀକ୍ଷ୍ଣ ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ। ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ । ବୃଷ:  ଶତ୍ରୁମାନେ ପରାଜୟ ସ୍ୱୀକାର କରି ମିତ୍ରତାର ହାତ ବଢାଇବେ। ଶରୀର ସୁସ୍ଥ ରହିବ ଓ ଯାତ୍ରା ସଫଳ ହେବ । ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ପ୍ରଶଂସାର ଅଧିକାରୀ ହେବେ । ପ୍ରତିକାର- ସାତଜଣ ଛୋଟ ପିଲାଙ୍କୁ […]

RASI

Niharika Rout
  • Published: Monday, 08 March 2021
  • , Updated: 08 March 2021, 08:37 AM IST

ମେଷ: ନିଜର ତୀକ୍ଷ୍ଣ ବୁଦ୍ଧି ଓ କୌଶଳ ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ। ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହେବ ।

ବୃଷ:  ଶତ୍ରୁମାନେ ପରାଜୟ ସ୍ୱୀକାର କରି ମିତ୍ରତାର ହାତ ବଢାଇବେ। ଶରୀର ସୁସ୍ଥ ରହିବ ଓ ଯାତ୍ରା ସଫଳ ହେବ । ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ପ୍ରଶଂସାର ଅଧିକାରୀ ହେବେ । ପ୍ରତିକାର- ସାତଜଣ ଛୋଟ ପିଲାଙ୍କୁ ସାତଟି ଚକୋଲେଟ ବାଣ୍ଟନ୍ତୁ ।

ମିଥୁନ: ମିତ୍ରମାନଙ୍କ ସହିତ ଅଯଥା ଯୁକ୍ତିତର୍କ ମତପାର୍ଥକ୍ୟ ଦେଖାଦେଇପାରେ। କୌଣସି ଖାଦ୍ୟର ଅନିୟମିତତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇଯାଇ ପାରେ। ତେଣୁ ଜଗି ରଖି ଚଳନ୍ତୁ । ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତପ୍ରତିଘାତ ଦେଖାଦେବ । ପ୍ରତିକାର- ତୁଳସୀ ଚଉରା ମୂଳରେ ଜଳ ପ୍ରଦାନ କରନ୍ତୁ ଓ ତୁଳସୀ ମୂଳର ମାଟିକୁ ମଥାରେ ଲଗାନ୍ତୁ

କର୍କଟ: ପାରିବାରିକ ମନୋମାଳିନ୍ୟ ଦୂରହୋଇ ସୁଖ ଶାନ୍ତି ବିରାଜମାନ କରିବ । ନିଜ ଲୋକମାନଙ୍କ ପ୍ରେରଣା ପାଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ମହିଳାମାନଙ୍କ କାର୍ଯ୍ୟ ଜନସମାଜରେ ପ୍ରଶଂସନୀୟ ହେବ। ପ୍ରତିକାର- ଡାଲିମ୍ବ ବୃକ୍ଷ ମୂଳରେ କିଛି କଞ୍ଚାକ୍ଷୀର ଅରୁଆ ଚାଉଳ ମିଶାଇ ଢାଳନ୍ତୁ ।

ସିଂହ: ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଲାଗିରହିଥିବା ସମସ୍ୟାଗୁଡିକର ସମାଧାନ ହୋଇଯିବ । ସାମାଜିକ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବେ। ପ୍ରତିକାର-ରୁଟି ଓ ଗୁଡ ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା: ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ। ଆକସ୍ମିକ ଦୁର୍ଘଟଣା ଦେଖାଦେଇପାରେ ତେଣୁ ସତର୍କତା ଅବଲମ୍ବନ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଦ୍ରବ୍ୟ ହାନି ବା ଚୋରି ହେବାର ସମ୍ଭାବନା ରହିଛି। ପ୍ରତିକାର- ପାଞ୍ଚଟି ତ୍ରିଶାଖା ବେଲପତ୍ର ମହାଦେବଙ୍କୁ ଅର୍ପଣ କରନ୍ତୁ।

ତୁଳା: ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ ଓ ଉତ୍ତମ ଭୋଜନ ପ୍ରାପ୍ତିହେବ। ଶରୀର ସୁସ୍ଥ ରହିବ ସମସ୍ତ ଆଶା ଅଭିଳାଷ ପୂରଣ ହେବ । କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାର ସୁଯୋଗ ରହିଛି । ପ୍ରତିକାର- ଶ୍ରୀଗଣେଶଙ୍କ ପାଖରେ ସାତଟି ବୁନ୍ଦି ଲଡୁ ଭୋଗଲାଗି କରନ୍ତୁ ।

ବିଛା: ଗୁରୁଜନମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ମହିଳାମାନେ ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ । ପ୍ରତିକାର- ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ସାତଟି ପେଡା ଭୋଗ କରନ୍ତୁ    ।

ଧନୁ: ନିର୍ମାଣଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ । ନୂତନ ଯାନ ବାହନ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ରହିଛି । ମହିଳା ଓ ଛାତ୍ରଛାତ୍ରୀମାନେ ହସ ଖୁସିରେ ଦିନ କଟାଇବେ। ପ୍ରତିକାର- କଦଳୀ ଗଛ ମୂଳରେ ହଳଦୀ ମିଶ୍ରିତ ଜଳ ପ୍ରଦାନ କରନ୍ତୁ    ।

ମକର: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟଟିକୁ ସମ୍ପାଦନ କରିବେ । କର୍ମ କ୍ଷେତ୍ରରେ ସହଯୋଗୀମାନଙ୍କର ସାହାଯ୍ୟ ସହାନୁଭୂତି ମିଳିବ । ଆର୍ଥିକ, ମାନସିକ,ଶାରୀରିକ ଅଭିବୃଦ୍ଧି ଘଟିବ। ପ୍ରତିକାର- ଅଶ୍ୱତଥ୍ ପତ୍ରଟିଏ ନିଜ ପାଖରେ ରଖନ୍ତୁ ।

କୁମ୍ଭ: ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣରେ ଦୁଃଖିତ ହେବେ । ଜମିବାଡିଜନିତ ସମସ୍ୟାକୁ ନେଇ କୋର୍ଟ କଚେରୀର ଦ୍ୱାରସ୍ଥ ହୋଇପାରନ୍ତି । କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶିକାର ହୋଇପାରନ୍ତି। ପ୍ରତିକାର- କୁଆକୁ ରୁଟି ଖାଇବାକୁ ଦିଅନ୍ତୁ     ।

ମୀନ: ଶରୀରର କୌଣସି ଅଙ୍ଗରେ ଆଘାତ ଲାଗି କ୍ଷତାକ୍ତ ହୋଇପାରେ । ତେଣୁ ସାବଧାନ ହୋଇ କାମ କରନ୍ତୁ । ବୃଥା ଭ୍ରମଣ ,ଧନ ହାନୀ, ପ୍ରାଣପୀଡା ଦେଖାଦେଇପାରେ । ପ୍ରତ୍ୟେକଟି ଦିଗରେ ବାଦାନୁବାଦ ଦେଇ ଗତି କରିବାକୁ ପଡିବ । ପ୍ରତିକାର- କିଛି ଗହମରେ ଗୁଡ ମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ॥

Related story