୧ ଡିସେମ୍ବର, ମଙ୍ଗଳବାର: ଦୀର୍ଘଦିନର ଆଶା ପୂରଣ ହେବ

ମେଷ: ପାରିବାରିକ ଜୀବନ ସରସ ସୁନ୍ଦର ହେବ। କୌଣସି ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ। ବୃଷ: କୌଶଳ ପ୍ରୟୋଗ କରି ବିବାଦର ସରଳ ସମାଧାନ କରିବେ। ଦୀର୍ଘଦିନର ଆଶା ପୂରଣ ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ। ମିଥୁନ: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ସମାଜରେ ମାନସମ୍ମାନ ବଢ଼ିବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ନିଜ ମନ ମୁତାବକ କାର୍ଯ୍ୟ କରିବାକୁ […]

Daily Horoscope

Niharika Rout
  • Published: Tuesday, 01 December 2020
  • , Updated: 01 December 2020, 09:09 AM IST

ମେଷ: ପାରିବାରିକ ଜୀବନ ସରସ ସୁନ୍ଦର ହେବ। କୌଣସି ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ବୃଷ: କୌଶଳ ପ୍ରୟୋଗ କରି ବିବାଦର ସରଳ ସମାଧାନ କରିବେ। ଦୀର୍ଘଦିନର ଆଶା ପୂରଣ ହେବ। ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି।

ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।

ମିଥୁନ: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ସମାଜରେ ମାନସମ୍ମାନ ବଢ଼ିବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ନିଜ ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ପାଇବ।

କର୍କଟ: ସନ୍ଦେହ ଓ ଭୁଲ୍ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ଝଞ୍ଜା ଦେଖାଦେବ। ଜମିଜମା ଜନିତ ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ।

ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

କନ୍ୟା: କୌଣସି ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ବ୍ୟବସାୟରେ ଭଲ ଲାଭ ମିଳିବ। ଗାଡ଼ିରେ ଯିବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ତୁଳା: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଖୁସି ରହିବେ। ଜୀବନସାଥୀଙ୍କ ଦ୍ୱାରା ଉପକୃତ ହେବେ। କୌଣସି ଦରିଦ୍ର ବ୍ୟକ୍ତିଙ୍କୁ କିଛି ଫଳ ଦାନ କରନ୍ତୁ। ଶୁଭଫଳ ପ୍ରାପ୍ତି ହେବ।

ବିଛା: ପୈତୃକ ସମ୍ପତ୍ତିକୁ ନେଇ ଭାଇମାନଙ୍କ ସହିତ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ପ୍ରତ୍ୟେକଟି କ୍ଷେତ୍ରରେ ଅସମ୍ମାନିତ ତଥା ସମାଲୋଚିତ ହୋଇପାରନ୍ତି।

ଧନୁ: ନିଜର ବୁଦ୍ଧି ଓ ବିବେକ ପ୍ରୟୋଗ କରି ସମସ୍ତ କାର୍ଯ୍ୟ ସଂପାଦନ କରିବେ। କୌଣସି ନୂତନ ଦ୍ରବ୍ୟ ଗୃହକୁ କ୍ରୟ କରି ଆଣିବେ।
ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ।

ମକର: ଗୁପ୍ତ ଶତ୍ରୁମାନେ ପରାଜିତ ହେବେ। ଫଳରେ ମାନସିକ ଶାନ୍ତି ପାଇବେ। ଜନକଲ୍ୟାଣ ମୂଳକ କାମ କରି ସମାଜରେ ପ୍ରଶଂସିତ ହେବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ ଅଧିକ ପାଇବେ।

କୁମ୍ଭ: ନିଜ ମନ ମୁତାବକ କାର୍ଯ୍ୟ କରି ଆନନ୍ଦ ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସଭାଜନ ହେବେ।
ମହିଳାମାନେ ଜଗିରଖି ଚଳିବା ଉଚିତ୍। ନଚେତ୍ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି।

ମୀନ: ପ୍ରତ୍ୟେକଟି କାର୍ଯ୍ୟ ସ୍ଥିର ମସ୍ତିଷ୍କରେ କରନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। ଘରୋଇ କଳହକୁ ନେଇ ମନ ଅଶାନ୍ତ ରହିବ।
ନିଜ ଲୋକମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିବେ।

Related story