ଜୁଲାଇ ୧୩, ସୋମବାର: ଆପଣା ଲୋକ କ୍ଷତି କରିବାକୁ ପ୍ରୟାସ କରିବେ

ମେଷ: ନାନା ପ୍ରକାର ଅଭାବ ଅନାଟନ ଦେଇ ଗତି କରିବେ। ସାମାନ୍ୟ ଘଟଣାକୁ ନେଇ ବନ୍ଧୁଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବୃଥା ଭ୍ରମଣ ଜନିତ କ୍ଲେଶ ଅନୁଭବ କରିବେ। ବୃଷ: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ସାଂଗଠନିକ କ୍ଷେତ୍ରରେ ଯୋଗ ଦେଇ ପ୍ରଶଂସିତ ହେବେ। ମିଥୁନ: ଦେହ ଓ ମନ ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ଆର୍ଥିକ ଉନ୍ନତି ଲାଭ କରିବେ। ଗାଈକୁ କିଛି ଦୁବ […]

Daily Horoscope

Jitendra Garnayak
  • Published: Monday, 13 July 2020
  • , Updated: 13 July 2020, 03:36 PM IST

ମେଷ: ନାନା ପ୍ରକାର ଅଭାବ ଅନାଟନ ଦେଇ ଗତି କରିବେ। ସାମାନ୍ୟ ଘଟଣାକୁ ନେଇ ବନ୍ଧୁଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବୃଥା ଭ୍ରମଣ ଜନିତ କ୍ଲେଶ ଅନୁଭବ କରିବେ।

ବୃଷ: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ। ସାଂଗଠନିକ କ୍ଷେତ୍ରରେ ଯୋଗ ଦେଇ ପ୍ରଶଂସିତ ହେବେ।

ମିଥୁନ: ଦେହ ଓ ମନ ସୁସ୍ଥ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ଆର୍ଥିକ ଉନ୍ନତି ଲାଭ କରିବେ। ଗାଈକୁ କିଛି ଦୁବ ଘାସ ଖାଇବାକୁ ଦିଅନ୍ତୁ।

କର୍କଟ: ବକେୟା ଅର୍ଥ ହସ୍ତଗତ ହେବ। ବନ୍ଧୁବାନ୍ଧବଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ।

ସିଂହ: ଅପମାନିତ ହେବେ। ଆପଣା ଲୋକ କ୍ଷତି କରିବାକୁ ପ୍ରୟାସ କରିବେ। ବ୍ୟବସାୟରେ ଆଶା ମୁତାବକ ଲାଭ ହେବ ନାହିଁ।

କନ୍ୟା: କୌଣସି ଶୁଭ ସମ୍ବାଦ ପାଇ ମନ ପ୍ରଫୁଲ୍ଲ ରହିବ। ରାଜନେତାମାନେ ନୂତନ ପଦକ୍ଷେପ ଗ୍ରହଣ କରି ପ୍ରଶଂସିତ ହେବେ। ମହିଳାମାନେ ସତର୍କତାର ସହିତ କାର୍ଯ୍ୟ କରନ୍ତୁ।

ତୁଳା: ନିଜର ପ୍ରତିଭା ଯୋଗୁ ସମସ୍ତଙ୍କ ଆଦରଣୀୟ ହେବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଅତୁଟ ରହିବ। ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନଟି କାଟିବେ।

ବିଛା: ସୁସ୍ଥ ରହିବେ। ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ଗୁପ୍ତଶତ୍ରୁ ପରାଜିତ ହେବେ। ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ଲାଭ କରିବେ।

ଧନୁ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ଲାଭ ପରିବର୍ତ୍ତେ କ୍ଷତିରେ ପଡ଼ିପାରନ୍ତି।

ମକର: ଦୀର୍ଘଦିନର ସ୍ୱପ୍ନ ସାକାର ହେବ। କର୍ମକ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ଼ କରିବେ। ମହିଳାମାନେ ସନ୍ତାନଙ୍କ ପାଇଁ ଚିନ୍ତିତ ରହିବେ।

କୁମ୍ଭ: ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଜମିବାଡ଼ି ସମସ୍ୟାର ସମାଧାନ କରିବେ। କୃଷି, ବାଣିଜ୍ୟ ଓ ରାଜନୀତି କ୍ଷେତ୍ରରେ ସଫଳତା ପାଇବେ।

ମୀନ: କୌଣସି ନୂତନ କାର୍ଯ୍ୟ କରିବାକୁ ଯୋଜନା କରିବେ। କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ଯାତ୍ରା କଲାବେଳେ ସତର୍କ ରୁହନ୍ତୁ।

Related story