୧୬ ମେ’, ସୋମବାର: ବାକି ପଡିଥିବା ଅର୍ଥ ଆଦାୟ ହେବ

ମେଷ: ବାକି ପଡିଥିବା ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। କର୍ମକ୍ଷେତ୍ରକୁ ନେଇ ମନରେ ଅସ୍ଥିରତା ଦେଖାଦେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶୃତି ଦେବେ। ବୃଷ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବାକି ପଡିଥିବା ଅର୍ଥ ଆଦାୟ ହେବ। ମିଥୁନ: ଗୁପ୍ତଶତ୍ରୁମାନେ ମନରେ ଭୟ ସୃଷ୍ଟି କରାଇବେ। ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବାରୁ ମନ ଭଲ ରହିବ ନାହିଁ। ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇବେ। […]

RASI

Tapaswini Nayak
  • Published: Monday, 16 May 2022
  • , Updated: 16 May 2022, 07:58 AM IST

ମେଷ: ବାକି ପଡିଥିବା ନିର୍ମାଣଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। କର୍ମକ୍ଷେତ୍ରକୁ ନେଇ ମନରେ ଅସ୍ଥିରତା ଦେଖାଦେବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶୃତି ଦେବେ।

ବୃଷ: ପାରିବାରିକ ସମସ୍ୟାକୁ ନେଇ ମାନସିକ ଅଶାନ୍ତି ଦେଖାଦେବ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ। ବାକି ପଡିଥିବା ଅର୍ଥ ଆଦାୟ ହେବ।

ମିଥୁନ: ଗୁପ୍ତଶତ୍ରୁମାନେ ମନରେ ଭୟ ସୃଷ୍ଟି କରାଇବେ। ସ୍ୱାସ୍ଥ୍ୟଗତ ପୀଡା ଦେଖାଦେବାରୁ ମନ ଭଲ ରହିବ ନାହିଁ। ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢାଇବେ।

କର୍କଟ: ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ହେବ। ବହୁଦିନର ଆଶା କରିଥିବା କାର୍ଯ୍ୟ ପୂରଣ କରିବେ।ଘରେ ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ।

ସିଂହ: ବ୍ୟବସାୟୀ ମାନଙ୍କର ବ୍ୟୟଭାବ ଓ ଅର୍ଥାଭାବ ଦେଖାଦେବାରୁ ମନରେ ଅସ୍ଥିରତା ଦେଖାଦେବ।ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିବେ। ଅପରାହ୍ନରେ ଖୁସି ଖବର ମିଳିବାରୁ ମନ ଖୁସି ରହିବ।

କନ୍ୟା: ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକଟି କାର୍ଯ୍ୟରେ ଶୁଭଫଳ ପାଇପାରିବେ।

ତୁଳା: ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଆନୁଷ୍ଠାନିକ କାର୍ଯ୍ୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।

ବିଛା: କୌଣସି ଆନୁଷ୍ଠାନିକ କାର୍ଯ୍ୟ ଯୋଗଦାନ କରି ପ୍ରଶଂସିତ ହେବେ। ସାହାଯ୍ୟ ସହଯୋଗର ପାଇ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ। ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ।

ଧନୁ:  ଜଗିରଖି ଚଳନ୍ତୁ, ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ବ୍ୟତୀତ କିଛି କରିପାରିବେ ନାହିଁ।

ମକର: ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ କରିବା ଓ କହିବା ଭଲ ହେବ। ଅନ୍ୟଥା ଭୁଲ୍ ବୁଝାମଣା ସୃଷ୍ଟି ହୋଇପାରେ। ରାଜନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

କୁମ୍ଭ: କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ। ନିଜର ଦକ୍ଷତା ଯୋଗ୍ୟତାକୁ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବହୁ ଦିନର ଆଶା ପୂରଣ ହେବ।

ମୀନ: ଆଶା ଆଶଙ୍କା ଦେଇ ଗତି କରିବେ। ପ୍ରତ୍ୟେକ କ୍ଷେତ୍ରରେ ବାଧା ବିଘ୍ନ ଦେଖାଦେଇପାରେ। ଅତୀତ କଥାକୁ ନେଇ ଗୁଡ଼ାଏ ଚିନ୍ତାକରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ

Related story