୧୫ ନଭେମ୍ବର, ରବିବାର: ଆୟ ଅନୁସାରେ ବ୍ୟୟ ଅଧିକ ହେବ

ମେଷ: ଚାକିରି କ୍ଷେତ୍ରରେ ସାମାନ୍ୟ ଅଶାନ୍ତି ଦେଖାଦେବ। ମିଡିଆ ସେକ୍ଟରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭଫଳ ଦେବ। ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ।

ବୃଷ: ଛାତ୍ରଛାତ୍ରୀମାନେ ପାଠପଢାରେ ଉନ୍ନତି କରିବେ। କର୍ମକ୍ଷେତ୍ରରେ ଉନ୍ନତି କରିବେ। ବକେୟା ଅର୍ଥ ଆଦାୟ ହେବ। ବନ୍ଧୁବାନ୍ଧବ ସହଯୋଗର ହାତ ବଢାଇବେ।

ମିଥୁନ: ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ପାଇବେ। ଆୟ ଅନୁସାରେ ବ୍ୟୟ ଅଧିକ ହେବ। ବୃତ୍ତିଗତ କାମରେ ଦୂର ସ୍ଥାନକୁ ଯାତ୍ରା କରିବେ।

କର୍କଟ: ପାରିବାରିକ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ଉନ୍ନତି ହେବ। ଜୀବନ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ।

ସିଂହ: ସାମାଜିକ କ୍ଷେତ୍ରରେ ଅଧିକ ସମୟ ଦେବେ। ଚାକିରି କ୍ଷେତ୍ରରେ ଉନ୍ନତି ହେବ। ଭବିଷ୍ୟତ ଲାଗି ସୁସମ୍ବାଦ ପାଇବେ।

କନ୍ୟା: ଯାନବାହନରେ ଗଲାବେଳେ ସାବଧାନ ସହିତ ଯାଆନ୍ତୁ। ବନ୍ଧୁଙ୍କ ସହିତ ବାଦବିବାଦ ଲାଗିପାରେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ।

ତୁଳା: ବ୍ୟବସାୟ କ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କରିବେ। ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଛା: ଆଜି ଦିନରେ ଯାତ୍ରା ଲାଭପ୍ରଦ ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ବନ୍ଧୁ ସହଯୋଗର ହାତ ବଢାଇବେ।

ଧନୁ: ଛାତ୍ରଛାତ୍ରୀଙ୍କ ଦିନଟି ଭଲରେ କଟିବ। ଅଫିସ୍‌ରେ ଅଧିକ ଦାୟିତ୍ୱ ନିର୍ବାହ କରିବେ। ପାରିବାରିକ ସମସ୍ୟାର ସମାଧାନ ହେବ।

ମକର: ବ୍ୟବସାୟ ଲାଭଜନକ ହେବ। ଆର୍ଥିକ ସ୍ଥିତି ସୁଦୃଢ ହେବ। ନୂଆ ଲୋକଙ୍କ ସହିତ ବନ୍ଧୁତା ବଢ଼ିବ।

କୁମ୍ଭ: ରାଜନୀତି କରୁଥିବା ବ୍ୟକ୍ତି ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇ ବାପାମା’ ଚିନ୍ତାଗ୍ରସ୍ତ ହେବେ।

ମୀନ: ପାରିବାରିକ କଳହ ଲାଗି ରହିବା ସହିତ ଅଶାନ୍ତି ବୃଦ୍ଧି ହେବ। ପ୍ରତ୍ୟେକ କାର୍ଯ୍ୟରେ ନିନ୍ଦିତ ହେବେ। ଅପରାହ୍ନରେ ଶୁଭଫଳ ପାଇବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।