୨୩ ନଭେମ୍ବର, ସୋମବାର: ଶତ୍ରୁମାନେ ମିତ୍ରତାର ଭାବ ଦେଖାଇ ନିକଟତର ହେବେ

ମେଷ: ଧିରେ ଧିରେ ଆମଦାନୀର ସ୍ରୋତ ବୃଦ୍ଧି ପାଇବ।ସମାଜରୁ ଉଚ୍ଚବର୍ଗଙ୍କ ସାନିଧ୍ୟ ଲାଭ କରିବାର ସୁଯୋଗ ପାଇବେ। ଅନ୍ୟମାନଙ୍କର ଅଭିମାନ ଭଲପାଇବାରେ ପରିଣତ ହେବ। ବୃଷ:ପୂର୍ବ ଯୋଜନା ଅନୁଯାୟୀ କାମ ଗୁଡିକ ଆଗେଇ ଚାଲିବ। ବିଦେଶରୁ ଅର୍ଥର ଆଗମନ ହେବ। ଆଧ୍ୟାତ୍ମିକ ପରିବେଶରେ ସମୟ କାଟିବାର ସୁଯୋଗ ପାଇ ଶାନ୍ତି ପାଇବେ। ମିଥୁନ: ନିରାଶଭରା ମନ ନେଇ ସକାଳ ସମୟଟି ବିଭିନ୍ନ କ୍ଷେତ୍ରରେ ନିରୁତ୍ସାହିତ କରିବ। ଅପରାହ୍ନରେ ବଳିଷ୍ଠ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଆସିବେ, ଯାହା ଆର୍ଥିକ ଓ […]

hhhhhhhhhhhhhh

Tapaswini Nayak
  • Published: Monday, 23 November 2020
  • , Updated: 23 November 2020, 08:17 AM IST

ମେଷ: ଧିରେ ଧିରେ ଆମଦାନୀର ସ୍ରୋତ ବୃଦ୍ଧି ପାଇବ।ସମାଜରୁ ଉଚ୍ଚବର୍ଗଙ୍କ ସାନିଧ୍ୟ ଲାଭ କରିବାର ସୁଯୋଗ ପାଇବେ। ଅନ୍ୟମାନଙ୍କର ଅଭିମାନ ଭଲପାଇବାରେ ପରିଣତ ହେବ।

ବୃଷ:ପୂର୍ବ ଯୋଜନା ଅନୁଯାୟୀ କାମ ଗୁଡିକ ଆଗେଇ ଚାଲିବ। ବିଦେଶରୁ ଅର୍ଥର ଆଗମନ ହେବ। ଆଧ୍ୟାତ୍ମିକ ପରିବେଶରେ ସମୟ କାଟିବାର ସୁଯୋଗ ପାଇ ଶାନ୍ତି ପାଇବେ।

ମିଥୁନ: ନିରାଶଭରା ମନ ନେଇ ସକାଳ ସମୟଟି ବିଭିନ୍ନ କ୍ଷେତ୍ରରେ ନିରୁତ୍ସାହିତ କରିବ। ଅପରାହ୍ନରେ ବଳିଷ୍ଠ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଆସିବେ, ଯାହା ଆର୍ଥିକ ଓ ମାନସିକ ବଳ ବୃଦ୍ଧି କରିବ। ଦେବ ଆରାଧନା ସହ ପରୋପକାର ଚିନ୍ତା କରି ଶାନ୍ତି ପାଇବେ।

କର୍କଟ: ସ୍ବାସ୍ଥ୍ୟ ଭଲ ରହିବା ସହ ଆର୍ଥିକ ସ୍ଥିତି ସ୍ଵଚ୍ଛଳ ରହିବ। ପରିପକ୍ୱତାର ଭାଷା ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ସହାୟକ ହେବ।

ଖାଦ୍ୟପେୟ ଓ ପାରିବାରିକ ସୁଖ ପାଇ ଖୁସି ହେବେ।

ସିଂହ: ବିଭିନ୍ନ ଅଡ଼ୁଆ ସୁତାକୁ ସଜାଡିବାରେ ସଫଳ ହେବେ। ମନ ଭିତରେ ପ୍ରେମ ଓ ଭାବପ୍ରବଣତା ବୃଦ୍ଧି ପାଇ ମନକୁ ହାଲକା କରିଦେବ।
ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବା ସହ ପାରିବାରିକ ଓ ସନ୍ତାନ ସୁଖ ମିଳିବ।

ତୁଳା:ଶତ୍ରୁମାନେ ମିତ୍ରତାର ଭାବ ଦେଖାଇ ନିକଟତର ହେବେ। ନୀତିନିୟମ ଓ ନିଷ୍ଠାରେ ଜୀବନ ଆଗେଇ ଚାଲିବ। ସନ୍ତାନ ସୁଖ ମିଳିବା ସହ ଅନ୍ୟମାନଙ୍କୁ କ୍ଷମା କରି ଶାନ୍ତି ଲାଭ କରିବେ।

ବିଛା:ଉଚ୍ଚ ଚିନ୍ତାଧାରା ସୃଷ୍ଟି ହୋଇ ବିଭିନ୍ନ ଅଭିଳାଷ ଯୁକ୍ତ ହେବେ। ପାରିବାରିକ ସୁଖରେ ସୁଖୀ ରହିବେ। ନିରୋଗ ରହିବା ସହ ଦାନ ଧର୍ମ ଓ ଉଦାରତା ଗୁଣ ପାଈଁ ପ୍ରଶଂସିତ ହେବେ।

ଧନୁ:ସମସ୍ତଙ୍କୁ ଉତ୍ତମ ଉପଦେଶ ଦେଇ ସମ୍ମାନିତ ହେବେ।ପାଖପଡୋଶୀ ଓ ଭାତୃ ସମ୍ପର୍କ ମନକୁ ପ୍ରସନ୍ନ ରଖିବ। ଆସ୍ତିକତା ଭଳି ଦିବ୍ୟ ଗୁଣ ଗୁଡ଼ିକ ବିକାଶ ଲାଭ କରିବ।

ମକର:ବିଳାଶବ୍ୟସନ ପ୍ରତି ଅନୁରାଗ ବୃଦ୍ଧି ପାଇବ। ଆର୍ଥିକ ଦିଗଟି ସ୍ଵଚ୍ଛଳ ରହିବ। ପରିବାର ପ୍ରତି ସ୍ନେହଶ୍ରଦ୍ଧା ବୃଦ୍ଧି ପାଇବା ସହ କିଛି ଦ୍ରବ୍ୟ କ୍ରୟ କରିବାର ସୁଯୋଗ ମିଳିବ।

କୁମ୍ଭ:ମନୋରଞ୍ଜନ ପ୍ରତି ଆଗ୍ରହ ବୃଦ୍ଧି ପାଇବ। କୌଣସି କାମରେ ପୂରା ମନ ଲଗାଇବା କଷ୍ଟକର ହେବ। ଅପରାହ୍ନରେ ଆର୍ଥିକ ପ୍ରଗତି ହେବା ସହ ପାରିବାରିକ ସୁଖ ପ୍ରାପ୍ତି ହେବ।

ମୀନ:ଅଯଥା ଶତ୍ରୁ ଭୟ ମନରେ ଦେଖାଦେଇପାରେ। ମାଙ୍ଗଳିକ କାମରେ ବ୍ୟୟ କରିବାର ସୁଯୋଗ ମିଳିବ। ମାତୃସୁଖରେ ବାଧା ହେବା ସହ ଚକ୍ଷୁର ସମସ୍ୟା ଆସିପାରେ।

Related story