୩ ଡିସେମ୍ବର, ଗୁରୁବାର: ଯାତ୍ରାକରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଅପେକ୍ଷାରତ ସୁସମ୍ବାଦଟି ପାଇ ଆନନ୍ଦିତ ହେବେ। ବୃଷ: ପ୍ରତ୍ୟେକଟି ଦିଗରେ ନିନ୍ଦା ଅପନିନ୍ଦା ଓ ଅସମ୍ମାନିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହେବେ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେଇପାରେ। ମିଥୁନ: କୌଣସି ଶୁଭ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ରହିଛି। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। […]

hhhhhhh-1

Tapaswini Nayak
  • Published: Thursday, 03 December 2020
  • , Updated: 03 December 2020, 07:59 AM IST

ମେଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖ ଶାନ୍ତିରେ କଟିବ। ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଅପେକ୍ଷାରତ ସୁସମ୍ବାଦଟି ପାଇ ଆନନ୍ଦିତ ହେବେ।

ବୃଷ: ପ୍ରତ୍ୟେକଟି ଦିଗରେ ନିନ୍ଦା ଅପନିନ୍ଦା ଓ ଅସମ୍ମାନିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହେବେ।

ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେଇପାରେ।

ମିଥୁନ: କୌଣସି ଶୁଭ କାର୍ଯ୍ୟରେ ଯୋଗଦାନ କରିବାର ସୁଯୋଗ ରହିଛି। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଉତ୍ତମ ଭୋଜନ ସହିତ ନୂତନ ବସ୍ତ୍ର ଆଭୁଷଣ ପ୍ରାପ୍ତି ହେବ।

କର୍କଟ: ଗୃହକୁ ବନ୍ଧୁଙ୍କ ଆଗମନ ହେବ ଯାହାଫଳରେ ମନ ଖୁସି ରହିବ। ମହିଳା ମାନଙ୍କ କାର୍ଯ୍ୟ ଘରେ ତଥା ବାହାରେ ପ୍ରଶଂସନୀୟ ହେବ।
ଛାତ୍ର ଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

ସିଂହ:ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ।

କନ୍ୟା:କୌଣସି ଜରୁରୀ କାମ ପାଇଁ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ନିଜ ଜୀବନସାଥୀର ପ୍ରେରଣା ପାଇ ଉପକୃତ ହେବେ। ବ୍ୟବାସାୟୀମାନେ ଆଶାନୁରୂପ ଲାଭବାନ ହେବେ।

ତୁଳା: ଗୁପ୍ତ ଶତ୍ରୁଭୟ ମନରେ ଆଶା ଆଶଙ୍କା ସୃଷ୍ଟି କରିବ।ଅପ୍ରିୟ ସତ୍ୟକଥା କହି ଦୋଷୀ ସାବ୍ୟସ୍ତ ହେବେ। ନିଜର ଲୋକମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିବେ।

ବିଛା:ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତପ୍ରତିଘାତ ଦେଖାଦେବ। ଯାତ୍ରାକରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ବୃତ୍ତିଗତ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ନାହିଁ।

ଧନୁ:ନିଜ ଯୋଜନା ଅନୁସାରେ କାର୍ଯ୍ୟକରି ସଫଳତା ପାଇବେ। ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ ଓ ମାନସମ୍ମାନର ଅଧିକାରୀ ହେବେ।ନୃତ୍ୟ ସଂଗୀତ ଓ ଅଭିନୟ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିବେ।

ମକର:ଗୁପ୍ତ ଶତ୍ରୁମାନେ ପରାଜୟ ସ୍ବୀକାର କରିବେ। ସାଧାରଣ କଥା ଅସାଧାରଣ ପରିସ୍ଥିତି ସୃଷ୍ଟି କରିବ। ସନ୍ତାନ ମାନଙ୍କ କାର୍ଯ୍ୟକଳାପ ମନକୁ ଭାରାକ୍ରାନ୍ତ କରାଇବ।

କୁମ୍ଭ: ହେବାକୁଥିବା କାର୍ଯ୍ୟରେ ପ୍ରତିବନ୍ଧକମାନ ସୃଷ୍ଟି ହେବ। ମହିଳା ମାନଙ୍କସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇପାରେ। ଛାତ୍ର ଛାତ୍ରୀମାନେ ପାଠ ପଢାରେ ଅମନଯୋଗୀ ହେବେ।

ମୀନ: ବିଳମ୍ବ ହେଲେ ମଧ୍ୟ କାର୍ଯ୍ୟଗୁଡିକ ଠିକ ଭାବେ ସମ୍ପନ୍ନ ହେବ। ରାଜନିତୀ କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ ହେବ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ।

 

Related story