୫ ଡିସେମ୍ବର, ଶନିବାର; ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ

ମେଷ: ନାନା ପ୍ରକାର ଅଭାବ ଅନାଟନ ଦେଇ ଗତି କରିବେ। ସାମାନ୍ୟ ଘଟଣାକୁ ନେଇ ବନ୍ଧୁଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବୃଥା ଭ୍ରମଣ ଜନିତ କ୍ଳେଶ ଓ ଅଙ୍ଗପୀଡା ଅନୁଭବ କରିବେ। ବୃଷ: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ଲାଭ କରିବେ। କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ସାଂଗଠନିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ। ମିଥୁନ: ଦେହ ମନ ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ଆର୍ଥିକ ଉନ୍ନତିଲାଭ କରିବେ। […]

hhhhhhhhhhhhhh

hhhhhhhhhhhhhh

Tapaswini Nayak
  • Published: Saturday, 05 December 2020
  • Updated: 05 December 2020, 07:59 AM IST

Sports

Latest News

ମେଷ: ନାନା ପ୍ରକାର ଅଭାବ ଅନାଟନ ଦେଇ ଗତି କରିବେ। ସାମାନ୍ୟ ଘଟଣାକୁ ନେଇ ବନ୍ଧୁଙ୍କ ସହିତ ମନୋମାଳିନ୍ୟ ହୋଇପାରେ।
ବୃଥା ଭ୍ରମଣ ଜନିତ କ୍ଳେଶ ଓ ଅଙ୍ଗପୀଡା ଅନୁଭବ କରିବେ।

ବୃଷ: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ଲାଭ କରିବେ। କର୍ମ କ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ପାଇବ। ସାଂଗଠନିକ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ।

ମିଥୁନ: ଦେହ ମନ ସୁସ୍ଥ ରହିବ ଓ ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ଆର୍ଥିକ ଉନ୍ନତିଲାଭ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ପାଇବେ।

କର୍କଟ: ବକେୟା ଅର୍ଥ ହସ୍ତଗତ ହେବ, ଯାହାଫଳରେ ମାନସିକ ଶାନ୍ତି ଲାଭ କରିବେ। ନିଜ ଆତ୍ମୀୟ ସ୍ଵଜନଙ୍କ ପୂର୍ଣ୍ଣ ସହଯୋଗ ପାଇବେ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ।

ସିଂହ:ପ୍ରତ୍ୟେକଟି ଦିଗରେ ଅପମାନିତ,ନିନ୍ଦିତ ହୋଇପାରନ୍ତି। ନିଜର ଲୋକମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିବେ। ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କନ୍ୟା:କୌଣସି ଶୁଭ ସମ୍ବାଦ ପାଇ ମନ ପ୍ରଫୁଲ୍ଲ ରହିବ। ରାଜନେତା ମାନେ ନୂତନ ପଦକ୍ଷେପମାନ ଗ୍ରହଣ କରି ପ୍ରଶଂସିତ ହେବେ।
ମହିଳାମାନେ ସତର୍କତାର ସହ କାର୍ଯ୍ୟକରନ୍ତୁ ନଚେତ୍ ଆଘାତ ଲାଗିପାରେ।

ତୁଳା:ନିଜର ପ୍ରତିଭା ବଳରେ ଜନ ସମାଜରେ ଆଦରଣୀୟ ହେବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି,ସ୍ନେହ ଶ୍ରଦ୍ଧା ଅତୁଟ ରହିବ।
ମହିଳା ଓ ଛାତ୍ରଛାତ୍ରୀମାନେ ଆନନ୍ଦ ଉଲ୍ଲାସରେ ଦିନ କଟାଇବେ।

ବିଛା:ଶରୀର ସୁସ୍ଥ ମନ ନିର୍ମଳ ରହିବା ସହିତ ସ୍ବାଦିଷ୍ଟ ଭୋଜନ ପ୍ରାପ୍ତିହେବ। ଗୁପ୍ତ ଶତ୍ରୁମାନେ ପରାଜିତ ହୋଇ ମିତ୍ରତାର ହାତ ବଢାଇବେ।
ଚେଷ୍ଟା କରୁଥିବା ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ। କିନ୍ତୁ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

ଧନୁ:ଶାରୀରିକ ପୀଡା ଓ ମାନସିକ ଦୁଃଶ୍ଚିନ୍ତା ଦେଖାଦେବ। କର୍ମ କ୍ଷେତ୍ରରେ ବାଧାବିଘ୍ନ ଓ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ଲାଭ ପରିବର୍ତ୍ତେ କ୍ଷତିରେ ପଡିପାରନ୍ତି।

ମକର: ଦୀର୍ଘ ଦିନର ସ୍ଵପ୍ନ ସାକାର ହେବ ଯାହାଫଳରେ ଆନନ୍ଦିତ ହେବେ। କର୍ମ କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ ହେବ। ମହିଳାମାନେ ସନ୍ତାନ ମାନଙ୍କପାଇଁ ଚିନ୍ତିତ ରହିବେ।

କୁମ୍ଭ:ନୂତନ ଗୃହ ନିର୍ମାଣ  ଆରମ୍ଭ କରିପାରନ୍ତି। ଜମିବାଡି ସମସ୍ୟାର ଅବସାନ ଘଟିବ। କୃଷି, ବାଣିଜ୍ୟ, ରାଜନୀତି କ୍ଷେତ୍ରରେ ସଫଳତା ମିଳିବ।

ମୀନ:କୌଣସି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। କର୍ମ କ୍ଷେତ୍ରରେ ମାନ ସମ୍ମାନ, ଯଶ ଗୌରବର ଅଧିକାରୀ ହେବେ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos