୬ ଡିସେମ୍ବର,ରବିବାର; ବହୁଦିନର ଆଶା ଆକାଂକ୍ଷା ପୂରଣ ହେବ

ମେଷ: ପାରିବାରିକ ଅଶାନ୍ତି ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବୃଥା ଭ୍ରମଣ, ସ୍ଵ।ସ୍ଥ୍ୟହାନୀ ଓ ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ମାନ ଦେଖାଦେବ। ବୃଷ:ବହୁଦିନର ଆଶା ଆକାଂକ୍ଷା ପୂରଣ ହେବ। ଅଟକି ରହିଥିବା କାମ ଗୁଡିକ ସମ୍ପୂର୍ଣ୍ଣ ହେବ। ମହିଳାମାନେ ପ୍ରତ୍ୟେକଟି ଦିଗରେ ପ୍ରଶଂସିତ ହେବେ। ମିଥୁନ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତ୍ରୁମାନେ ପରାଜିତ ହେବେ ଓ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି […]

hhhhhhh-1

Tapaswini Nayak
  • Published: Sunday, 06 December 2020
  • , Updated: 06 December 2020, 10:27 AM IST

ମେଷ: ପାରିବାରିକ ଅଶାନ୍ତି ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବୃଥା ଭ୍ରମଣ, ସ୍ଵ।ସ୍ଥ୍ୟହାନୀ ଓ ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ମାନ ଦେଖାଦେବ।

ବୃଷ:ବହୁଦିନର ଆଶା ଆକାଂକ୍ଷା ପୂରଣ ହେବ। ଅଟକି ରହିଥିବା କାମ ଗୁଡିକ ସମ୍ପୂର୍ଣ୍ଣ ହେବ। ମହିଳାମାନେ ପ୍ରତ୍ୟେକଟି ଦିଗରେ ପ୍ରଶଂସିତ ହେବେ।

ମିଥୁନ: କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ। ଶତ୍ରୁମାନେ ପରାଜିତ ହେବେ ଓ ମନ ପ୍ରଫୁଲ୍ଲ ରହିବ। ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଭ କରିବେ।

କର୍କଟ: ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ଦେଖାଦେବ। ବ୍ୟବସାୟରେ ଲାଭବାନ ହେବେ ଓ ଆର୍ଥିକ ସ୍ଥିତି ସୁଦୃଢ ହେବ।

ସିଂହ: ଜଗି ରଖି କାମ କରନ୍ତୁ । କର୍ମକ୍ଷେତ୍ରରେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ସନ୍ତାନମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପରେ କ୍ଷୁବ୍ଧ ହେବେ।

କନ୍ୟା: ଶରୀର ସୁସ୍ଥ ରହିବ ଓ ପ୍ରତ୍ୟେକଟି କାର୍ଯ୍ୟରେ ସଫଳତା ମିଳିବ। ସନ୍ଦେହ ଓ ଭୁଲ ବୁଝାମଣା ଦୂର ହୋଇ ବନ୍ଧୁତ୍ୱ ନିବିଡ ହେବ।
ମହିଳାମାନଙ୍କ କାର୍ଯ୍ୟ ସବୁଠାରେ ପ୍ରଶଂସନୀୟ ହେବ।

ତୁଳା: ରାଜନେତା ମାନେ ଜନପ୍ରିୟତା ହାସଲ କରିବେ। ଛାତ୍ରଛାତ୍ରୀମାନେ ବିଦ୍ୟା ଶିକ୍ଷାରେ କୃତକାର୍ଯ୍ୟ ହେବେ।

ବିଛା: ସ୍ଵ।ଦିଷ୍ଟ ଭୋଜନ ପ୍ରାପ୍ତି ସହିତ ମାନସିକ ସୁଖଶାନ୍ତି ଲାଭ କରିବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ପାଇବେ।
ପରୋପକାର କରି ସମସ୍ତଙ୍କର ଆଦରଣୀୟ ହେବେ।
ଧନୁ: ବୃଥା ଆରୋପ ଓ ମିଥ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ, ତେଣୁ ଜଗି ରଖି ଚଳନ୍ତୁ। ପାରିବାରିକ ସମସ୍ୟା, ଆର୍ଥିକ ଚିନ୍ତା ମନକୁ ଭାରାକ୍ରାନ୍ତ କରାଇବ।

ମକର: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ପାଇବେ। ବହୁ ପୁରାତନ ବନ୍ଧୁଙ୍କ ସହିତ ଯୋଗାଯୋଗ ସ୍ଥାପନ ହେବ। ମହିଳାମାନେ କାମ କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ, ନଚେତ୍ ବିପଦରେ ପଡିପାରନ୍ତି।

କୁମ୍ଭ: ମଧୁର ବଚନ ଦ୍ୱାରା ସମସ୍ତ କାର୍ଯ୍ୟ ହାସଲ କରିବେ। ନିଜ ଜୀବନସାଥୀର ପ୍ରେରଣା ପାଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବେ। ବ୍ୟବସାୟ ବାଣିଜ୍ୟରେ ଆଶାନୁରୂପ ଲାଭବାନ ହେବେ।

ମୀନ:ପରିବାରରୁ ମନୋମାଳିନ୍ୟ ଦୂର ହୋଇ ଭାତୃ ସମ୍ପର୍କ ନିବିଡ ହେବ। କର୍ମକ୍ଷେତ୍ରରେ ମାନସମ୍ମାନ, ପ୍ରତିଷ୍ଠା ଅର୍ଜନ କରିବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିବେ।

Related story