୨୫ ଏପ୍ରିଲ, ରବିବାର: ଅଚାନକ ଧନପ୍ରାପ୍ତି ହୋଇପାରେ

ମେଷ: ବ୍ୟବସାୟରେ ବାକିଥିବା ଅର୍ଥପ୍ରାପ୍ତି ହେବା ସହ ଭଲ ଲାଭ ପାଇବେ। ପାରିବାରିକ ମାମଲା ବହୁତ ଆନନ୍ଦ ଦାୟକ ରହିବ। ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ। ବୃଷ: ଇଚ୍ଛା ପୂରଣ ପାଇଁ କୌଣସି ଏକ ଭଲ କାମ କରି ପ୍ରଶଂସା ପାଇପାରନ୍ତି। ସନ୍ତାନମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରା କରନ୍ତୁ ନାହିଁ। ପ୍ରତିକାର- କୁକୁରକୁ […]

Horoscope

Madhupriya Mistry
  • Published: Sunday, 25 April 2021
  • , Updated: 25 April 2021, 07:57 AM IST

ମେଷ: ବ୍ୟବସାୟରେ ବାକିଥିବା ଅର୍ଥପ୍ରାପ୍ତି ହେବା ସହ ଭଲ ଲାଭ ପାଇବେ। ପାରିବାରିକ ମାମଲା ବହୁତ ଆନନ୍ଦ ଦାୟକ ରହିବ। ବନ୍ଧୁବାନ୍ଧବ ମାନଙ୍କ ସହ ସାବଧାନତା ପୂର୍ବକ ନ ଚଳିଲେ ବିପଦରେ ପଡିପାରନ୍ତି। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ: ଇଚ୍ଛା ପୂରଣ ପାଇଁ କୌଣସି ଏକ ଭଲ କାମ କରି ପ୍ରଶଂସା ପାଇପାରନ୍ତି। ସନ୍ତାନମାନଙ୍କୁ ନେଇ ଚିନ୍ତିତ ରହିପାରନ୍ତି। କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରା କରନ୍ତୁ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ: ଶିକ୍ଷାକୁ ଉଚିତ ମନେକରି ପାଠ ପଢାରେ ମନଯୋଗ ଦେବେ। କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସହଯୋଗୀଙ୍କ ପ୍ରତି ସତର୍କ ନରହିଲେ କ୍ଷତି ସହିବେ। ପ୍ରତିକାର- କୁଆ ବା ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

କର୍କଟ: ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେଇପାରେ। କାରବାରରେ ସୁଧାର ଆସିବା ଫଳରେ ମାନସିକ ଶାନ୍ତି ମିଳିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁଯୋଗ ପାଇ ପାରନ୍ତି। ପ୍ରତିକାର- ମାଆ-ବାପା, ଓ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

ସିଂହ: ନିଜର ଯୋଗ୍ୟତା ଓ କ୍ଷମତାର ଲାଭ ମିଳିବ। ମିତ୍ରଙ୍କ ଦ୍ୱାରା ସହାୟତା ମିଳି ଉନ୍ନତି ହେବ। ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ସହ ମନ ଖୁସି ରହିବ। ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ।

କନ୍ୟା: ସମସ୍ୟା ସମାଧାନର ଆଶା ଉଜ୍ୱଳ ହେବା ସହ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ। ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ। ବ୍ୟବସାୟର ଲାଭ ଯୋଗେ ଆୟରେ ବୃଦ୍ଧି ଘଟିବ। ପ୍ରତିକାର- ତୁଳସୀ ମୂଳ ମାଟି ମୁଣ୍ଡରେ ଲଗାନ୍ତୁ।

ତୁଳା: ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯୋଗାଯୋଗ କରିବାକୁ ପଡ଼ିବ। ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗୁଁ ବ୍ୟଥିତ ହେବେ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ବିଚ୍ଛା: ସମସ୍ତ ଫଇସଲା ଓ ର୍ନିଣ୍ଣୟ ବୁଦ୍ଧିମତା ସହ ନେବେ। ଆର୍ଥିକ ସ୍ଥିତି ସୁଧୁରି ଯାଇ ଯଶ ପ୍ରତିଷ୍ଠା ମିଳିବା ସହ ସନ୍ତାନର ଭଲ ଖବର ଶୁଣି ଖୁସି ହେବେ। ଅଟକି ଥିବା କାର୍ଯ୍ୟ ପୂରଣ ହେବା ସହ କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ।

ଧନୁ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଯିବା ସହ ପାରିବାରିକ ଜୀବନରେ ଶାନ୍ତି ଆସିବ। ବହୁ ଦିନରୁ ଚିନ୍ତା କରୁଥିବା କାର୍ଯ୍ୟ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ। ନୂଆ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରୟାସ କରିବେ। ପ୍ରତିକାର- କେଶର ଓ ହଳଦି ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର: ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହୋଇପାରେ। ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରିତ ପରିସ୍ଥିତିର ସାମ୍ନା କରିପାରନ୍ତି। ମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାର- ମାଆ-ବାପା, ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ: ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ୱପୂର୍ଣ୍ଣ କାମ କରିପାରନ୍ତି। ବନ୍ଧୁ ମିତ୍ରଙ୍କ ଆଗମନ ଫଳରେ ପାରିବାରିକ ସ୍ଥିତି ସନ୍ତୋଷଜନକ ରହିବ। ଶତ୍ରୁମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରି ପାରିବେ ନାହିଁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ: ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଧୁରି ଯାଇ ଉନ୍ନତି ଦେଖାଦେଇପାରେ। ନୂତନ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ। ପ୍ରତିକାର- ହଳଦି ଚନ୍ଦନ ଟୀକା ମୁଣ୍ଡରେ ଲଗାନ୍ତୁ।

Related story