ଏପ୍ରିଲ୭, ବୁଧବାର: ଆକସ୍ମିକ ଧନଲାଭ ଯୋଗ ରହିଛି

ମେଷ: ଆଜି ଆପଣଙ୍କୁ  ନୂତନ  ନିଯୁକ୍ତି ମିଳିବା ନେଇ ସମ୍ଭାବନା ରହିଛି।  ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ। ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଘଟିପାରେ।  ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି।  ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ। ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ […]

Horoscope

Madhupriya Mistry
  • Published: Thursday, 07 April 2022
  • , Updated: 07 April 2022, 08:09 AM IST

ମେଷ: ଆଜି ଆପଣଙ୍କୁ  ନୂତନ  ନିଯୁକ୍ତି ମିଳିବା ନେଇ ସମ୍ଭାବନା ରହିଛି।  ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ।

ବୃଷ: ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଘଟିପାରେ।  ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି।  ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ।

ମିଥୁନ: ପାରିବାରିକ ସମସ୍ୟାକୁ ନେଇ ମନ ଅସ୍ଥିର ରହିବ। ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ପରୋକ୍ଷରେ ସେମାନେ ଆପଣଙ୍କ ବିପକ୍ଷରେ ଯିବେ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ।

କର୍କଟ: କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ। ଅଚାନକ  ଧନପ୍ରାପ୍ତିର ଯୋଗ ରହିଛି। ସୁସମାଚାର ଶୁଣି ଆନନ୍ଦିତ ହେବେ।

ସିଂହ: ପୂର୍ବରୁ ଲାଗି ରହିଥିବା ବାଦ ବିବାଦରେ  ଆଶୁ ସମାଧାନ ହୋଇଯିବ। ବାଣିଜ୍ୟ, ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ ଉଚ୍ଚ କତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। ଦେହ ମନ ସୁସ୍ଥ ରହିବ।

କନ୍ୟା: ଆଜି ଆପଣ ଯଗିରଖି ଚଳନ୍ତୁ। ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ବାପାମାଙ୍କ  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।  ପରିଶ୍ରମ ଅନୁଯାୟୀ ଶୁଭ ଫଳ ମିଳିବନି।

ତୁଳା: ଆଜି ବ୍ୟବସାୟରେ ଆୟ ମଧ୍ୟମ ରହିବ।  ନିଜର ଉପସ୍ଥିତ ବୁଦ୍ଧି ବଳରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ମୂଲ୍ୟବାନ ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି।

ବିଛା: ଆଜି କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବ। ସମସ୍ତ କର୍ମରେ ଆଶାନୁରୂପ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି।

ଧନୁ: ଆଜି ପରିଶ୍ରମ ଅନୁଯାୟୀ ଆଶାଜନକ ପାରିଶ୍ରମିକ ମିଳିବ ନାହିଁ। କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ।  ଯାତ୍ରା ସମୟରେ ସତର୍କ ଅବଲମ୍ବନ କରନ୍ତୁ ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

ମକର: ଆଜି ଆପଣଙ୍କର ବହୁଦିନର ଆଶା ପୂରଣ ହେବ। ଯଶ, ମାନ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ।

କୁମ୍ଭ: ଅଟକିଥିବା କାମକୁ ପୁଣି ଆରମ୍ଭ କରିବେ। ବ୍ୟବସାୟରେ ଆୟ ବୃଦ୍ଧି ଘଟିବ। ପୂର୍ବର ଯୋଜନାକୁ ପରିବର୍ତ୍ତିତ କରି ପ୍ରଶଂସିତ ହେବେ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ।

ମୀନ: ଆଜି ଆକସ୍ମିକ ଧନଲାଭ ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଯାତ୍ରାରେ ଶୁଭଫଳ ମିଳିବ।

ଶାରୀରିକ ମାନସିକ ପାରିବାରିକ ଅଭିବୃଦ୍ଧି ଘଟିବ।

Related story