ଜୁଲାଇ ୧୦, ରବିବାର: ଅଚାନକ ଧନପ୍ରାପ୍ତି ହେବ

todays horoscope

Horoscope

Madhupriya Mistry
  • Published: Sunday, 10 July 2022
  • , Updated: 10 July 2022, 07:52 AM IST

ମେଷ: ଛାତ୍ରଛାତ୍ରୀ ମାନେ  ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ।

ବୃଷ: ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ପାରିବାରିକ ଅଶାନ୍ତି ଅସନ୍ତୋଷ ଦୂର ହୋଇଯିବ, ଯାହାଫଳରେ  ମାନସିକ ଶାନ୍ତି ଅନୁଭବ କରିବେ।

ମିଥୁନ: ଅପରାହ୍ଣରେ କୌଣସି ଶୁଭ ଖବର ଶୁଣିପାରନ୍ତି। ବ୍ୟବସାୟରେ ସଫଳତା ସହ ଆଶାନୁରୂପ ଲାଭ ମିଳିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ

କର୍କଟ: ସହକର୍ମୀମାନଙ୍କର ସାହାଯ୍ୟ ସହଯୋଗ ପାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ବିଶ୍ୱାସ ଭାଜନ ହେବେ। ଧନହାନୀ ହେବାର ସମ୍ଭାବନା ଅଛି।

ସିଂହ: ଆଜି ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖାଦେଇପାରେ। କୌଶଳକ୍ରମେ ତାକୁ ସମାଧାନ କରିବେ। ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଲାଭ ମିଳିବ।

କନ୍ୟା: ଆଜି ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖମୟ ହେବ।

ତୁଳା: ଆଜି ହସଖୁସିରେ ଦିନଟିକୁ କାଟିବେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

ବିଛା: ଆଜି ନୂତନ କାର୍ଯ୍ୟ କରିବାକୁ ଅଗ୍ରସର ହେବେ। କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ପାଇବେ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।

ଧନୁ: ଆଜି ଶାରୀରିକ, ମାନସିକ ଓ ପାରିବାରିକ ଅଭିବୃଦ୍ଧି ଘଟିବ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ମକର: ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ନୂତନ ଗୃହ ର୍ନିମାଣ ପାଇଁ ମନ ବଳାଇବେ। ମନ ଭାରାକ୍ରାନ୍ତ ରହିବ।

କୁମ୍ଭ: ଆଜି ଦିନଟି ଭଲରେ ଅତିବାହିତ ହେବ। ଜମିଜମା ଓ ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ। ପରିବାରରେ ହଠାତ୍ କୌଣସି ଘଟଣା ମନକୁ ବିବ୍ରତ କରିପାରେ।

ମୀନ: ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ।

Related story