୪ ଫେବ୍ରୁଆରୀ, ଗୁରୁବାର: ଭୁଲ ନକରି ବି ଦୋଷୀ ହୋଇପାରନ୍ତି

ମେଷ: ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଘାତ ପ୍ରତିଘାତ ଦେଖାଦେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ। ସହଯୋଗୀମାନଙ୍କ ବିରୋଧାଭାଷ ପ୍ରକାଶ ପାଇପାରେ।

ବୃଷ: ପାରିବାରିକ ଓ ଦାମ୍ପତ୍ୟ ଜୀବନରେ ସ୍ନେହ, ଶ୍ରଦ୍ଧା, ସୁଖ ଶାନ୍ତି ଅତୁଟ ରହିବ। ଯେଉଁ କାମରେ ହାତ ଦେବେ ସେଥିରେ ବିଜୟ ଲାଭ କରିବେ। ଅପେକ୍ଷାରତ ଶୁଭ ଖବରଟି ପାଇ ଆନନ୍ଦିତ ହେବେ।

ମିଥୁନ: କୌଣସି ଶୁଭ ତଥା ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ପାରନ୍ତି। କର୍ମକ୍ଷେତ୍ରରେ ନୂତନ ପଦ-ପଦବୀ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ: ବୃଥା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି ତେଣୁ ଜଗି ରଖି ଚଳନ୍ତୁ। ଛୋଟ ଛୋଟ କଥାରେ ମିତ୍ରମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବା କଷ୍ଟକର ହୋଇପାରେ।

ସିଂହ: କୌଣସି ନୂତନ ସ୍ଥାନ ଭ୍ରମଣ ସହିତ ଉତ୍ତମ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହିତ ସୁସମ୍ପର୍କ ସ୍ଥାପନ ହେବ। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନ ନିବେଶ କରିବେ।

କନ୍ୟା: ଗୃହକୁ ବନ୍ଧୁଙ୍କ ଆଗମନ ହେବେ, ଯାହା ଫଳରେ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ ଘରେ ତଥା ବାହାରେ ପ୍ରଶଂସନୀୟ ହେବେ। ଯଦି ଯାନବାହନ ଚଳାଉଛନ୍ତି ତେବେ ସତର୍କତା ଅବଲମ୍ବନ କରନ୍ତୁ, ଯାନ୍ତ୍ରିକ ତ୍ରୁଟି ଦେଖା ଦେଇପାରେ।

ତୁଳା: କୌଣସି ଜରୁରୀ କାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଅସମ୍ପୂର୍ଣ୍ଣ ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ଘଟଣାରେ ଜୟଯୁକ୍ତ ହୋଇପାରନ୍ତି।

ବିଛା: ନୃତ୍ୟ, ସଙ୍ଗୀତ, ଅଭିନୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ। ଜନକଲ୍ୟାଣ ମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ। ନିଜ ଜୀବନସାଥୀର ପ୍ରେରଣା ପାଇ ଉପକୃତ ହେବେ।

ଧନୁ: ଗୁପ୍ତଶତ୍ରୁ ଭୟ ମନରେ ଆଶା ଆଶଙ୍କା ସୃଷ୍ଟି କରିବ। ଭୁଲ ନ କରିବି ଦୋଷୀ ହୋଇପାରନ୍ତି । ଯେଉଁମାନଙ୍କୁ ସାହାଯ୍ୟ ସହଯୋଗ କରିଥିବେ ସେମାନେ ଶତ୍ରୁତା ଆଚରଣ କରିବେ।

ମକର: ଶରୀରର କୌଣସି ଅଙ୍ଗରେ ପୀଡା ଅନୁଭବ କରିପାରନ୍ତି। ପ୍ରତ୍ୟେକଟି ଦିଗରେ ନିନ୍ଦା ଅପନିନ୍ଦାର ଶିକାର ହୋଇପାରନ୍ତି। ଆର୍ଥିକ ସମସ୍ୟା ଓ ପାରିବାରିକ ଅଶାନ୍ତି ମନକୁ ବ୍ୟଥିତ କରାଇବ।

କୁମ୍ଭ: ନିଜସ୍ୱ ଯୋଜନା ଅନୁସାରେ କାମ କରି ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ବୃତ୍ତିଗତ ବ୍ୟବସାୟରେ ଉନ୍ନତି ଦେଖାଦେବ।

ମୀନ: ଗୁପ୍ତ ଶତ୍ରୁମାନଙ୍କର ଷଡଯନ୍ତ୍ର ବିଫଳ ହେବ ଓ ମନ ଖୁସି ରହିବ। ବିଳମ୍ବ ହେଲେ ମଧ୍ୟ ଅଟକିଥିବା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବ। ସନ୍ତାନ ସନ୍ତତି ମାନେ ଆଜ୍ଞାଧୀନ ହେବେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।