୭ ଫେବ୍ରୁଆରୀ, ରବିବାର: ଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇ ପାରନ୍ତି

ମଷ: ପାରିବାରିକ ଅଶାନ୍ତି ଓ ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବୃଥା ଭ୍ରମଣ, ଅଯଥା ଖର୍ଚ୍ଚ ଓ ଦେହହାତ ପୀଡା ଦେଖାଦେବ। ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମହିଳାମାନେ ଚିନ୍ତିତ ରହିବେ। ପ୍ରତିକାର- ମା ପାର୍ବତୀଙ୍କୁ ସାତଟି ଲାଲ୍ ମନ୍ଦାରଫୁଲ ଚଢାନ୍ତୁ ଓ ମାଙ୍କ ସିନ୍ଦୂର ନିଜ ମଥାରେ ଲଗାନ୍ତୁ। ବୃଷ: ପ୍ରତ୍ୟେକଟି କାମରେ ସିଦ୍ଧି ଲାଭ କରିବେ ଓ ପ୍ରଶଂସାର ପାତ୍ର ହେବେ। କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ମହିଳାମାନେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ […]

Daily Horoscope

Daily Horoscope

Madhupriya Mistry
  • Published: Sunday, 07 February 2021
  • Updated: 07 February 2021, 07:42 AM IST

Sports

Latest News

ମଷ: ପାରିବାରିକ ଅଶାନ୍ତି ଓ ମନୋମାଳିନ୍ୟ ମନକୁ ଭାରାକ୍ରାନ୍ତ କରାଇବ। ବୃଥା ଭ୍ରମଣ, ଅଯଥା ଖର୍ଚ୍ଚ ଓ ଦେହହାତ ପୀଡା ଦେଖାଦେବ। ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ମହିଳାମାନେ ଚିନ୍ତିତ ରହିବେ।

ପ୍ରତିକାର- ମା ପାର୍ବତୀଙ୍କୁ ସାତଟି ଲାଲ୍ ମନ୍ଦାରଫୁଲ ଚଢାନ୍ତୁ ଓ ମାଙ୍କ ସିନ୍ଦୂର ନିଜ ମଥାରେ ଲଗାନ୍ତୁ।

ବୃଷ: ପ୍ରତ୍ୟେକଟି କାମରେ ସିଦ୍ଧି ଲାଭ କରିବେ ଓ ପ୍ରଶଂସାର ପାତ୍ର ହେବେ। କୌଣସି ମନୋରଞ୍ଜନ ଧର୍ମୀ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ମହିଳାମାନେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ସମ୍ମାନିତ ହେବେ।

ପ୍ରତିକାର-  ନମଃ ଶିବାୟଃ ମନ୍ତ୍ରକୁ ୨୭ ଥର ଜପ କରନ୍ତୁ।

ମିଥୁନ: ଶତ୍ରୁମାନେ ପରାଜିତ ହେବେ ଓ କାର୍ଯ୍ୟରେ ସଫଳ ହେବେ। କୌଣସି ନୂତନ ଯାନବାହନ କ୍ରୟ କରିବାର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆସ୍ଥା ଭାଜନ ହେବେ।

ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କ ନିକଟରେ ସାତଟି ତୁଳସୀ ମଞ୍ଜରୀ ଚଢାନ୍ତୁ।

କର୍କଟ: ସମସ୍ତ ଦିଗରୁ ବାଧାବିଘ୍ନ, ଅସୁବିଧା ଦେଖାଦେଇପାରେ, ତେଣୁ ଜଗିରଖି କାର୍ଯ୍ୟ କରନ୍ତୁ। ସନ୍ତାନମାନଙ୍କ କାର୍ଯ୍ୟ କଳାପକୁ ନେଇ ଦୁଃଖ ପ୍ରକାଶ କରିବେ। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହେବା ଯୋଗ ରହିଛି।

ପ୍ରତିକାର- ମାହାଦେବଙ୍କ ପାଖରେ କଞ୍ଚାକ୍ଷୀର ୫ଟି ତ୍ରିଶାଖା ବେଲପତ୍ର ଚଢାନ୍ତୁ।

ସିଂହ: ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି, ସ୍ନେହ ଶ୍ରଦ୍ଧା ଅତୁଟ ରହିବ। କୌଣସି ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟ ବାଣିଜ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ପ୍ରତିକାର- ଗାଈକୁ ଗୁଡ ଖାଇବାକୁ ଦିଅନ୍ତୁ।

କନ୍ୟା: ବହୁ ଦିନର ବାଦବିବାଦ ଓ ଅଶାନ୍ତି ଦୂର ହୋଇପାରେ। ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରିକୃତ ହେବ, ଫଳରେ ମନ ପ୍ରଫୁଲ୍ଲିତ ରହିବ। ମହିଳାମାନେ କାମ କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ ଦୁର୍ଘଟଣାର ଶିକାର ହୋଇପାରନ୍ତି।

ପ୍ରତିକାର- ଗୃହ ପ୍ରବେଶ ପଥରେ ପୂର୍ଣ୍ଣ କୁମ୍ଭଟିଏ ସ୍ଥାପନ କରନ୍ତୁ।

ତୁଳା: ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବିପଦରେ ପକାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ପ୍ରତ୍ୟେକଟି କାର୍ଯ୍ୟରେ ବିଳମ୍ବ ହେବ ଓ ନାନା ପ୍ରକାର ସମସ୍ୟା ଦେଖାଦେବ।

ପ୍ରତିକାର- ମାହମୃତ୍ୟୁଞ୍ଜୟ ମନ୍ତ୍ରକୁ ୧୦୮ଥର ଜପ କରନ୍ତୁ।

ବିଛା: ଶରୀର ସୁସ୍ଥ ମନ ପ୍ରସନ୍ନ ରହିବା ସହିତ ଉତ୍ତମ ଭୋଜନ ପ୍ରାପ୍ତ ହେବ। ଅଟକି ରହିଥିବା କାମକୁ ଶେଷ କରିବାରେ ସମର୍ଥ ହେବେ। ଛାତ୍ରଛାତ୍ରୀମାନେ ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ।

ପ୍ରତିକାର- ସାତଟି ବୁନ୍ଦିଲଡୁ ସାତଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ଧନୁ: କୌଣସି ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ। ଜନକଲ୍ୟାଣ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ମହିଳାମାନଙ୍କ କାର୍ଯ୍ୟ ଆଦରଣୀୟ ହେବ।

ପ୍ରତିକାର- ହଳଦି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ମକର: ପ୍ରତ୍ୟେକଟି କ୍ଷେତ୍ରରେ ସାହାଯ୍ୟ ସହାନୁଭୂତି ପାଇବେ। ଅନେକ ଦିନରୁ ବକେୟା ଅର୍ଥ ପ୍ରାପ୍ତି ହେବ। ମହିଳାମାନେ ଜଗିରଖି କାମ କରନ୍ତୁ ନଚେତ୍ ଶରୀରରେ ଆଘାତ ଲାଗିବା ସମ୍ଭାବନା ରହିଛି।

ପ୍ରତିକାର- ୧୧ଟି ରାଶି ଲଡୁ ଶ୍ରୀ ଗଣେଶଙ୍କ ପାଖରେ ଭୋଗ କରନ୍ତୁ।

କୁମ୍ଭ: ପ୍ରିୟ କଥା କହି ସମସ୍ତ କାର୍ଯ୍ୟ ହାସଲ କରିବେ। କୌଣସି ନୂତନ ସ୍ଥାନକୁ ଯାତ୍ରା କରିବାର ସୁଯୋଗ ପାଇପାରନ୍ତି। ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ପାଇବ।

ପ୍ରତିକାର- କୁଆକୁ ରୁଟି ବା ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡଝଞ୍ଜା ଦେଖା ଦେଇପାରେ। ଶରୀରର କୌଣସି ଅଙ୍ଗରେ ପୀଡା ଅନୁଭବ କରିପାରନ୍ତି। ପ୍ରତ୍ୟେକଟି କ୍ଷେତ୍ରରେ ଅପମାନିତ ତଥା ଲଜ୍ଜିତ ହୋଇପାରନ୍ତି ତେଣୁ ଭାବିଚିନ୍ତି କାର୍ଯ୍ୟ କରନ୍ତୁ।

ପ୍ରତିକାର- ଶ୍ରୀ ଜଗନ୍ନାଥଙ୍କୁ ସାତଟି ହଳଦିଆ ଫୁଲ ଅର୍ପଣ କରନ୍ତୁ ଓ ଘିଅ ଦୀପଟିଏ ଜାଳନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos