୨୧ ଫେବ୍ରୁଆରୀ, ରବିବାର: ପାରିବାରିକ ଜୀବନ ସୁଖମୟ ହେବ

ମେଷ: ଜନ ସେବାରେ ନିଜକୁ ନିୟୋଜିତ କରିବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରିପାରନ୍ତି। ପ୍ରତିକାର- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ରଖି ପ୍ରଣାମ କରନ୍ତୁ ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ସନ୍ତାନ ସନ୍ତତିଙ୍କ ଚିନ୍ତା ଦୂର ହୋଇପାରେ। ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ନୂଆ ଯାନବାହନ କିଣାକିଣି କରିବା ସୁଯୋଗ ପାଇବେ। ବନ୍ଧୁମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିପାରନ୍ତି। ପ୍ରତିକାର- […]

Horoscope

Horoscope

Madhupriya Mistry
  • Published: Sunday, 21 February 2021
  • Updated: 21 February 2021, 08:43 AM IST

ମେଷ: ଜନ ସେବାରେ ନିଜକୁ ନିୟୋଜିତ କରିବେ। ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରିପାରନ୍ତି। ପ୍ରତିକାର- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ ରଖି ପ୍ରଣାମ କରନ୍ତୁ

ବୃଷ: ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ସନ୍ତାନ ସନ୍ତତିଙ୍କ ଚିନ୍ତା ଦୂର ହୋଇପାରେ। ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ନୂଆ ଯାନବାହନ କିଣାକିଣି କରିବା ସୁଯୋଗ ପାଇବେ। ବନ୍ଧୁମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିପାରନ୍ତି। ପ୍ରତିକାର- ଧଳା ବସ୍ତ୍ର ପରିଧାନ କରନ୍ତୁ

ମିଥୁନ: ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇ କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ। ଜୀବନ ସାଥୀଙ୍କ ସହ ମନୋମାଳିନ୍ୟ ଦୂର ହେବା ସହ ପାରିବାରିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ୱାସ୍ଥ୍ୟ ହାନୀ ହେବାସହ ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହୋଇପାରେ। ପ୍ରତିକାର- ଅସହାୟାମାନଙ୍କୁ ସାହାଯ୍ୟ କରନ୍ତୁ

କର୍କଟ: ସ୍ୱାସ୍ଥ୍ୟ ଭଲ ରହିବା ସହ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧିହେବ। ପାରିବାରିକ ସମସ୍ୟାର ସମାଧାନ ହୋଇ ଆର୍ଥିକ ମାମଲା ସୁଧୁରି ଯିବ। ନୂତନ ବ୍ୟବସାୟ ଆରମ୍ଭ କରିବା ସୁଯୋଗ ରହିଛି। ପ୍ରତିକାର- ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ

ସିଂହ: ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ, ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଜାଗା, ଜମି ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ପ୍ରତିକାର- କମଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ

କନ୍ୟା: ପ୍ରିୟ ଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଧର୍ମାନୁଷ୍ଠାନରେ ଯୋଗଦେଇ ସମ୍ମାନ ପାଇବେ ଓ ପାରିବାରିକ ଜୀବନ ସୁଖମୟ ହେବ। ପ୍ରତିକାର- ମାଆ ବାପା ଗୁରୁଜନଙ୍କୁ ପ୍ରଣାମ କରନ୍ତୁ

ତୁଳା: ସହନଶୀଳତା ଗୁଣରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ବନ୍ଧୁ ମିତ୍ରଙ୍କ ସହଯୋଗରେ ସମସ୍ୟାର ସମାଧାନ ହୋଇପାରେ । ପୂରାତନ ରୋଗର ଯୋଗୁଁ କଷ୍ଟ ଭୋଗ କରିପାରନ୍ତି। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ

ବିଛା: ସହଯୋଗୀମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ପ୍ରତିଯୋଗୀତା ପରୀକ୍ଷାରେ ସଫଳ ହେବା ସହ ସନ୍ତାନସନ୍ତତିଙ୍କ ଶୁଭ ଖବର ଶୁଣି ଖୁସି ହେବେ। କୃଷିଜାତ ଦ୍ରବ୍ୟ ବାଣିଜ୍ୟରେ ଆୟ ଅଧିକ ହୋଇପାରେ। ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ପିଲାଙ୍କୁ ବାଣ୍ଟି ଦିଅନ୍ତୁ

ଧନୁ: ସମାଜ ସେବାରେ ସୁନାମ ଅର୍ଜନ କରିପାରନ୍ତି। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବ୍ୟବସାୟ କ୍ଷେତ୍ରରେ ଅନେକ ଦିନର ଅଭିଳାଷା ପୂର୍ଣ୍ଣ ହେବା ସହ କିଛି କ୍ଷେତ୍ରରେ ଧନ ପାଇବା ସୁଯୋଗ ରହିଛି। ପ୍ରତିକାର- ତୁଳସୀ ଗଛ ମୂଳର ମାଟି ମୁଣ୍ଡରେ ଲଗାନ୍ତୁ

ମକର: ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣ କରି ବେଶ୍ ଆନନ୍ଦ ଅନୁଭବ କରିବେ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହି ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ପ୍ରତିକାର- ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ

କୁମ୍ଭ: ସମସ୍ୟାର ସମାଧାନ ହେବ। ପରିବାରରେ ହସ ଖୁସିର ବାତାବରଣ ଖେଳିଯିବ। ସାମାନ୍ୟ କଥାରେ ଅଯଥା ତର୍କ ନକରି ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ। ବନ୍ଧୁବାନ୍ଧବ ଦିଗରୁ ସ୍ୱାର୍ଥ ପ୍ରବଣତାର ଅଭିବୃଦ୍ଧି ଘଟିବ। ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟିହେବ। ପ୍ରତିକାର- ପକ୍ଷୀଙ୍କୁ କିଛି ଖାଇବାକୁ ଦିଅନ୍ତୁ

ମୀନ: ଶତୃମାନେ ପରାଜିତ ହେବେ ଓ ଅର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହୋଇ ଋଣଭାର କମିଯିବ। ଯଦି କୌଣସି ନୂତନ ଯୋଜନା ଆରମ୍ଭ କରିବାକୁ ଚାହୁଁଥାନ୍ତି ତା ହେଲେ ଆଗକୁ ବଢ଼ିପାରନ୍ତି। ଭାଇ ବନ୍ଧୁ ବା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳ ବଢ଼ାଇବ। ପ୍ରତିକାର- ମାଆ ବାପା ଗୁରୁଙ୍କୁ ପ୍ରଣାମ କରନ୍ତୁ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos