୩୧ ଡିସେମ୍ବର, ଗୁରୁବାର: ବର୍ଷର ଶେଷ ଦିନଟି କେମିତି କଟିପାରେ ଜାଣନ୍ତୁ

ମେଷ: ଆତ୍ମବଳରେ ବଳିୟାନ ହୋଇ ସଫଳତାର ଶୀର୍ଷରେ ପହଁଞ୍ଚିବେ। ନୀତି, ନିୟମ ଓ ନିଷ୍ଠାର ସହ ପ୍ରତିଟି କାର୍ଯ୍ୟ ସମ୍ପାଦନ କରିବେ। ଅର୍ଥ ସୁଖ ସହ ପାରିବାରିକ ସୁଖରେ ସୁଖି ହୋଇ ଜୀବନକୁ ଆଗେଇ ନେବେ। ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ ବୃଷ: ଅର୍ଥ ସଂଗ୍ରହ କରିବାର ପ୍ରଚେଷ୍ଟା ଫଳପ୍ରଦ ହେବ। ପରିବାରକୁ ଭରପୁର ସ୍ନେହ, ଶ୍ରଦ୍ଧା ଦେବାରେ ସକ୍ଷମ ହେବେ। ଉତ୍ତମ କଥା, ଉତ୍ତମ ଖାଦ୍ୟ ଓ ବ୍ୟବହାର ଜୀବନଚର୍ଯ୍ୟାକୁ ସମୃଦ୍ଧ କରିବ। ପ୍ରତିକାର- ସାତ୍ତ୍ୱିକ ଖାଦ୍ୟ […]

astrological-78999

Madhupriya Mistry
  • Published: Thursday, 31 December 2020
  • , Updated: 31 December 2020, 12:48 PM IST

ମେଷଆତ୍ମବଳରେ ବଳିୟାନ ହୋଇ ସଫଳତାର ଶୀର୍ଷରେ ପହଁଞ୍ଚିବେ। ନୀତି, ନିୟମ ଓ ନିଷ୍ଠାର ସହ ପ୍ରତିଟି କାର୍ଯ୍ୟ ସମ୍ପାଦନ କରିବେ। ଅର୍ଥ ସୁଖ ସହ ପାରିବାରିକ ସୁଖରେ ସୁଖି ହୋଇ ଜୀବନକୁ ଆଗେଇ ନେବେ।

ପ୍ରତିକାର- ମଥାରେ ହଳଦୀ ଟିକା ଲଗାନ୍ତୁ

ବୃଷ: ଅର୍ଥ ସଂଗ୍ରହ କରିବାର ପ୍ରଚେଷ୍ଟା ଫଳପ୍ରଦ ହେବ। ପରିବାରକୁ ଭରପୁର ସ୍ନେହ, ଶ୍ରଦ୍ଧା ଦେବାରେ ସକ୍ଷମ ହେବେ। ଉତ୍ତମ କଥା, ଉତ୍ତମ ଖାଦ୍ୟ ଓ ବ୍ୟବହାର ଜୀବନଚର୍ଯ୍ୟାକୁ ସମୃଦ୍ଧ କରିବ।

ପ୍ରତିକାର- ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ

ମିଥୁନ: ସାଜସଜ୍ଜା ଓ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦେବେ। ବନ୍ଧୁ ପରିଜନ ଓ ସମାଜରୁ ଆଦର ଓ ସମ୍ମାନ ପାଇବେ। ଉପଯୁକ୍ତ ବିଚାର କରି ଶାନ୍ତି ପ୍ରାପ୍ତି ହେବ।

ପ୍ରତିକାର- ମାଆଙ୍କର ଆଶୀର୍ବାଦ ନିଅନ୍ତୁ

କର୍କଟ: ପରୋପକାର ଓ ଆଧ୍ୟାତ୍ମ୍ୟ ଚେତନା ମନକୁ ପ୍ରଫୁଲ୍ଲିତ ରଖିବ। ଉପଯୁକ୍ତ କାର୍ଯ୍ୟରେ ବ୍ୟୟ କରିବାକୁ ଇଚ୍ଛା କରିବେ। ନିଜ କାମକୁ ଅବହେଳା କରି ଅନ୍ୟମାନଙ୍କ ପାଇଁ ସମୟ ଦେବେ। ଯାନବାହାନରେ ସତର୍କତା ଅବଲମ୍ବନ କରିବା ଜରୁରୀ।

ପ୍ରତିକାର- ଦେବାଳୟରେ ଦାନ କରନ୍ତୁ

ସିଂହ: ଯାହା ଚାହିଁବେ ତାହା ପାଇବେ। ଧନ, ମାନ, ସମ୍ମାନ ଓ ପ୍ରାଚୁର୍ଯ୍ୟ ଭରା ଜୀବନ ଶାନ୍ତି ପ୍ରଦାନ କରିବ। ସନ୍ତାନ ମାନଙ୍କ ପାଇଁ ଚିନ୍ତା ଦୂର ହେବ ଏବଂ ନିଜ ଲୋକମାନଙ୍କ ସାନିଧ୍ୟ ପାଇ ମନ ପ୍ରଫୁଲ୍ଲିତ ରହିବ ।

ପ୍ରତିକାର- ହଳଦୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ

କନ୍ୟା: ସାମାଜିକ ସ୍ଥିତିରେ ଉଚ୍ଚ ସୋପାନରେ ପହଁଚିବାରେ ବନ୍ଧୁ ସହଯୋଗ ପ୍ରାପ୍ତି ହେବ। ଉପରିସ୍ଥଙ୍କର ପ୍ରୀତିଭାଜନ ହେବେ। ଦେଶ ପ୍ରେମରେ ମନବଳାଇବେ ଏବଂ ଅର୍ଥ ସହ ସମ୍ମାନ ମଧ୍ୟ ମିଳିବ।

ପ୍ରତିକାର- ମାଙ୍କର ଆଶୀର୍ବାଦ ନିଅନ୍ତୁ

ତୁଳା: ଅନ୍ୟମାନଙ୍କ ପାଇଁ ବହୁତ କିଛି କରିବେ ହେଲେ ଅନ୍ୟମାନେ ଆପଣଙ୍କ ଦୋଷ ଖୋଜିବେ। ଦୟା, କ୍ଷମା ଓ ଉଦାରତା ଗୁଣ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ।

ପ୍ରତିକାର- ସାନଭାଇଙ୍କୁ ଉପହାର ଦିଅନ୍ତୁ

ବିଛା: ଆର୍ଥିକ ସ୍ଥିତି ମଜବୁତ ରହିବ। ଆଧ୍ୟାତ୍ମିକ ଜ୍ଞାନ ପ୍ରତି ରୁଚି ବଢିବ। ଯୋଜନା ଗୁଡିକ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନ ପାରିବାରୁ ମନ ବିଚଳିତ ରହିବ।

ପ୍ରତିକାର- ଖାଲି ପେଟରେ ହଳଦୀ ଖା’ନ୍ତୁ

ଧନୁ: ଗବେଷଣାରତ କାର୍ଯ୍ୟରେ ସଫଳତା ମିଳିବ। ନିଜକୁ ବୁଝିବାକୁ ଚେଷ୍ଟା କରିବେ ଏବଂ ବୁଝିବେ ମଧ୍ୟ। ବାଣିଜ୍ୟ, ବ୍ୟବସାୟରେ ଲାଭ ହେବା ସହ ଉତ୍ତମ ଖାଦ୍ୟ ମିଳିବ।

ପ୍ରତିକାର- ଦୁର୍ଗା ସହସ୍ର ନାମ ପାଠ କରନ୍ତୁ

ମକର: ବିଭିନ୍ନ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ଖର୍ଚ୍ଚାନ୍ତ ହେବେ। ସାମାଜିକ ପରାକ୍ରମ ବୃଦ୍ଧି ହେବ। ବୁଦ୍ଧି, ବିଦ୍ୟା ଖଟାଇ ଶତୃମାନଙ୍କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ।

ପ୍ରତିକାର- ସାନଙ୍କୁ ଆପ୍ୟାୟିତ କରନ୍ତୁ

କୁମ୍ଭ: ଅର୍ଥ ସମ୍ପର୍କିତ କାର୍ଯ୍ୟ ଗୁଡିକରେ ସଫଳତା ପ୍ରାପ୍ତି ହେବ। ବିଦ୍ୟା ଅଧ୍ୟୟନ, ଅଧ୍ୟାପନା କାମରେ ପରିପକ୍ୱତାର ପରିଚୟ ପ୍ରଦାନ କରିବେ। ହସଖୁସିରେ ରହିବା ସହ ଅନ୍ୟମାନଙ୍କୁ ଖୁସି କରାଇବେ।

ପ୍ରତିକାର- ବିଷ୍ଣୁ ଦର୍ଶନ କରନ୍ତୁ

ମୀନ: ବନ୍ଧୁମାନଙ୍କ ମଧ୍ୟରେ ଉଦାରତା ଗୁଣ ଯୋଗୁଁ ପ୍ରଶଂସିତ ହେବେ। ପରିପକ୍ୱ ଜ୍ଞାନର ପରିଚୟ ଦେଇ ସମାଜରୁ ଆଦର ସମ୍ମାନ ମିଳିବ। ଯାତ୍ରା, ବନ୍ଧୁ ମିଳନରୁ ଆନନ୍ଦିତ ହେବେ।

Related story