Advertisment

ନିଜ ବେଡ୍‌ରୁମ୍‌କୁ ସଜେଇ ଦିଅନ୍ତୁ ଏମିତି, ଲଭ୍‌ ଲାଇଫ୍‌ ହେବ ସୁଦୃଢ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍ସ ସପ୍ତାହ। ସବୁ ପ୍ରେମୀଯୁଗଳ ଏହି ଦିନକୁ ସ୍ୱତନ୍ତ୍ର କରିବାରେ ଲାଗି ପଡ଼ିଛନ୍ତି। ରୋଜ୍‌, ଚକଲେଟ୍‌ଠୁ ଆରମ୍ଭ କରି ଅନ୍ୟାନ୍ୟ ଉପହାର ଦେଇ ନିଜ ପାର୍ଟନରଙ୍କୁ ଖୁସି କରିବାରେ ଲାଗିଛନ୍ତି। ଖାଲି ଅବିବାହିତ ଯୋଡ଼ି ନୁହେଁ ବରଂ ବିବାହିତ ଦମ୍ପତି ମଧ୍ୟ ଭ୍ୟାଲେଣ୍ଟାଇନ୍‌ ଡେ’ ପାଳନ କରୁଛନ୍ତି। ହୁଏତ ଆପଣ ବି ପାଳୁଥିବେ। ନୂଆ ନୂଆ ବାହା ହୋଇଥିଲେ ଆମ ଟିପ୍ସ ଖାସ୍‌ ଆପଣଙ୍କ କାମରେ ଲାଗିବ ବୋଲି ଆଶା। ନବ […]

ନିଜ ବେଡ୍‌ରୁମ୍‌କୁ ସଜେଇ ଦିଅନ୍ତୁ ଏମିତି, ଲଭ୍‌ ଲାଇଫ୍‌ ହେବ ସୁଦୃଢ଼

couple

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ଭ୍ୟାଲେଣ୍ଟାଇନ୍ସ ସପ୍ତାହ। ସବୁ ପ୍ରେମୀଯୁଗଳ ଏହି ଦିନକୁ ସ୍ୱତନ୍ତ୍ର କରିବାରେ ଲାଗି ପଡ଼ିଛନ୍ତି। ରୋଜ୍‌, ଚକଲେଟ୍‌ଠୁ ଆରମ୍ଭ କରି ଅନ୍ୟାନ୍ୟ ଉପହାର ଦେଇ ନିଜ ପାର୍ଟନରଙ୍କୁ ଖୁସି କରିବାରେ ଲାଗିଛନ୍ତି। ଖାଲି ଅବିବାହିତ ଯୋଡ଼ି ନୁହେଁ ବରଂ ବିବାହିତ ଦମ୍ପତି ମଧ୍ୟ ଭ୍ୟାଲେଣ୍ଟାଇନ୍‌ ଡେ’ ପାଳନ କରୁଛନ୍ତି। ହୁଏତ ଆପଣ ବି ପାଳୁଥିବେ। ନୂଆ ନୂଆ ବାହା ହୋଇଥିଲେ ଆମ ଟିପ୍ସ ଖାସ୍‌ ଆପଣଙ୍କ କାମରେ ଲାଗିବ ବୋଲି ଆଶା।

Advertisment

ନବ ବିବାହିତ ଦମ୍ପତିଙ୍କ ସମ୍ପର୍କ କେମିତି ଅଧିକ ମଜବୁତ୍‌ ତଥା ରୋମାଣ୍ଟିକ୍‌ ହେବ ଆସନ୍ତୁ ଜାଣିବା ସେ ବିଷୟରେ। ଏ ଟିପ୍ସଗୁଡ଼ିକ ବାସ୍ତୁ ଓ ଫେଙ୍ଗ୍‌ସୁଇ ଆଧାରରେ ଆମେ କହିବୁ।

publive-image

  • ନବବିବାହିତ ଦମ୍ପତିଙ୍କ ବେଡ୍‌ରୁମ୍‌ ଦକ୍ଷିଣ ପଶ୍ଚିମ କୋଣରେ ରହିଥିବା ଦରକାର। ଏହା ସହ ବେଡ୍‌ରୁମ୍‌ ଚାରି କଣିଆ ହେବା ଦରକାର। କାରଣ ଅନ୍ୟ କୌଣସି ଆକାର ରୁମ୍‌ ବିଶେଷ କରି ତ୍ରିକୋଣୀୟ କକ୍ଷ ପ୍ରେମ ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ।
  • ଦମ୍ପତି କେବେ ବି ବେଡ୍‌ରେ ଏମିତି ଶୋଇବା ଉଚିତ୍‌ ନୁହେଁ ଯେମିତି କି ସେମାନଙ୍କ ଗୋଡ଼ ମୁଖ୍ୟ ଦ୍ୱାରା ଠିକ୍‌ ସମ୍ମୁଖରେ ରହିବ। ଏହି ଭଳି ଶୋଇବା ଦମ୍ପତିଙ୍କ ପାଇଁ କ୍ଷତିକାରକ। ଯାହା ବନ୍ଧନରେ ବିରକ୍ତି ଓ ମତାନ୍ତର ବଢ଼ାଇତାଏ। ଏହା ସହ ଖଟକୁ କେବେ ବି ବିମ୍‌ ତଳେ ରଖିବା ଉଚିତ୍‌ ନୁହେଁ। ନ ହେଲେ ଅନ୍ୟଥା ସଂଘର୍ଷ, ଝଗଡ଼ା ବଢିବ।
  • କପଲ୍‌ ଶୋଇବା ସସମୟରେ ସେମାନଙ୍କ ମୁଣ୍ଡ ଦକ୍ଷିଣ ଦିଗକୁ ରହିବା ଉଚିତ୍‌। ଏହା ଦ୍ୱାରା ସବୁ ପ୍ରକାରର ଶାନ୍ତି ଓ ଖୁସି ଆସିଥାଏ। ବେଡ୍‌ରେ ମୋଟା ବେଡ୍‌ସିଟ୍‌ ବିଛାଇ ପାରିବେ।
Advertisment

publive-image

  • ବେଡ୍‌ରୁମ୍‌ କାନ୍ଥରେ ହାଲୁକା ଗ୍ରୀନ୍‌ କିମ୍ବା ହାଲୁକା ଗୋଲାପି ରଙ୍ଗର ଉପଯୋଗ କରିବା ଉଚିତ୍‌। ବେଡ୍‌ରୁମ୍‌ ଭିତର ଭାଗ ହାଲୁକା ଓ ୧୩ ପ୍ରତିଶତ ଲାଲ୍‌ ରଙ୍ଗ ହେବା ଉଚିତ୍‌। କିନ୍ତୁ ପୂରା ରୁମ୍‌ ଲାଲା ରଙ୍ଗ କରିବେ ନାହିଁ। ଏହା ଦ୍ୱାରା ଝଗଡ଼ା ସୃଷ୍ଟି ହୋଇଥାଏ।
  • ବାସ୍ତୁଶାସ୍ତ୍ର ଅନୁସାରେ ବେଡ୍‌ରେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ  ଏହା ସମ୍ପର୍କକୁ ଖରାପ କରିଥାଏ। ଯଥାସମ୍ଭବ ରୁମ୍‌କୁ ସଫା ରଖନ୍ତୁ।

publive-image

  • ଯଦି ଆପଣଙ୍କ ମଧ୍ୟରେ ମତାନ୍ତର ହେଉଛି ତେବେ ରୋମାଣ୍ଟିକ୍‌ ଫଟୋ ଲଗାନ୍ତୁ। ଯାହା ସକାରତ୍ମକ ପରିବେଶ ସୃଷ୍ଟି କରିବ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe