Advertisment

ଜାଣନ୍ତୁ, ବାସ୍ତୁ ଅନୁସାରେ ଘରେ କେଉଁ କେଉଁ ଜିନିଷ ରଖିବେ ନାହିଁ; ନହେଲେ ଆସିଥାଏ ବିପଦ

ଖାଲି ଡବା, ଅଚଳ ଘଣ୍ଟା, ଅକାମୀ ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ ଘରକୁ ଆଣିଥାଏ ବିପଦ

House

House

Advertisment

ବାସ୍ତୁ ଅନୁସାରେ ଏମିତି କିଛି ଜିନିଷ ଅଛି, ଯେଉଁଗୁଡ଼ିକୁ ଘରେ ରଖିଲେ ଶୁଭଫଳ ମିଳିନଥାଏ। ସେଗୁଡ଼ିକୁ ଘରେ ରଖିଲେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ ଓ ପରିବାର ସଦସ୍ୟଙ୍କ ପ୍ରତି ବିପଦ ଆଣିଥାଏ। ସେହି ଭଳି କିଛି ଜିନିଷ ସଂପର୍କରେ ସୂଚନା ଦେଇଛନ୍ତି ବିଶିଷ୍ଟ ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା। ନିମ୍ନଲିଖିତ ଜିନିଷ ଗୁଡ଼ିକୁ ଘରେ ନରଖିବା ପାଇଁ ସେ କହିଛନ୍ତି।

Advertisment
  1. ଘରେ କଣ୍ଟା ଜାତୀୟ ଗଛ ରଖନ୍ତୁ ନାହିଁ।
  2. ଘରେ ଭଙ୍ଗା ପ୍ଲାଷ୍ଟିକ୍, କାଚ, ଏକ୍ସପାରୀ ମେଡିସିନ୍ କେବେବି ରଖନ୍ତୁ ନାହିଁ।
  3. ଖାଲି ଡବା, ଅଚଳ ଘଣ୍ଟା, ଅକାମୀ ଇଲେକ୍ଟ୍ରୋନିକ୍ସ୍ ସାମଗ୍ରୀ ଘରକୁ ଆଣିଥାଏ ବିପଦ। 
  4. କେବେବି କଳଙ୍କ ଯୁକ୍ତ ଲୁହା, ଭଙ୍ଗା ଆଇନା, ଭଙ୍ଗାରୁଜା ବାସନକୁସନ ରଖନ୍ତୁ ନାହିଁ।
  5. ଘରେ ଭଙ୍ଗା କବାଟ, ଭଙ୍ଗା ଆସବାବପତ୍ର, ଛିଣ୍ଡା ଝାଡ଼ୁ ରଖିଲେ ଦରିଦ୍ରତା ଆସିଥାଏ। 
  6. ଘରେ ଦୂର୍ଗନ୍ଧଯୁକ୍ତ କପଡ଼ା ଥିଲେ ଅନେକ ପ୍ରକାର ସମସ୍ୟା ଆସେ।
  7. ଘରର କବାଟ କେଁ କଟର ଶବ୍ଦ କରୁଥିଲେ କିମ୍ୱା ଠିକ୍ ଭାବରେ ଖୋଲିବା ଓ ବନ୍ଦ ହେଉନଥିଲେ ଦରିଦ୍ରତା ଆସିଥାଏ। 
  8. ଦୁଆର ମୁହଁରେ ବାଘର ପ୍ରତିମୂର୍ତ୍ତି, ଭଙ୍ଗା ବା ନଷ୍ଟ ହୋଇଯାଇଥିବା ଠାକୁରଙ୍କ ଫଟୋ ଘରକୁ ସମସ୍ୟା ଆଣିଥାଏ।
  9. ଘରେ ଯୁଦ୍ଧର ଚିତ୍ର, ଚିତ୍କାର ସମୟର ଚିତ୍ର, ବୁଡ଼ି ଯାଉଥିବା ଡଙ୍ଗାର ଚିତ୍ର ଆଣିଥାଏ ବିପଦ। 
  10. ଘରର ରଙ୍ଗ ନୀଳ କିମ୍ବା କଳା ହୋଇଥିଲେ ଘରକୁ ବିପଦ ଛାଡ଼ି ଯାଇନଥାଏ।
Vastu Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe