ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ଭିତରର ଗୋପନୀୟତା ହେଉକି ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ହେଉ ଲୋକମାନେ ଡୋର ସ୍କ୍ରିନ୍ ଲଗାଇଥାଆନ୍ତି। ଖାଲି ଡୋର୍ ସ୍କ୍ରିନ୍ ନୁହେଁ ଝରକା କିମ୍ବା ବାଲକୋନିରେ ଏହି ସ୍କ୍ରିନ୍ ବା ପରଦା ଲାଗାଇବାକୁ ଲୋକମାନେ ବେଶ୍ ପସନ୍ଦ କରିଥାନ୍ତି। ଘରର ରଙ୍ଗକୁ ଖାପ ଖାଇଲା ଭଳି ପରଦା ଲଗାଇବାକୁ ମନ ହୋଇଥାଏ।
କିନ୍ତୁ ଜାଣିଛନ୍ତି ଏହି ସ୍କ୍ରିନ୍ ସୌନ୍ଦର୍ଯ୍ୟ ବଢ଼ାଇବା ସହ ଯଦି ଏହାର ବାସ୍ତୁ ପ୍ରତି ଦୃଷ୍ଟି ଦିଆଯାଏ ପରିବାର ଲୋକଙ୍କ ଭାଗ୍ୟଦୋୟ ହୋଇପାରେ। ବାସ୍ତୁଶାସ୍ତ୍ର ଅନୁସାରେ ଅଲଗା ଅଲଗା ଘର ପାଇଁ ପରଦାର ସଠିକ୍ ରଙ୍ଗ ଚୟନ କଲେ ଆପଣଙ୍କ ଭାଗ୍ୟ ବଦଳି ଯାଇପାରେ। ତେବେ ଚାଲନ୍ତୁ ଜାଣିବା କେଉଁ ଘରର ପରଦା କେମିତି ହେବା ଆବଶ୍ୟକ।
ପିଲାଙ୍କ ରୁମ୍: ପିଲାଙ୍କ ରୁମ୍ରେ ହାଲୁକା ନୀଳ ଓ ସବୁଜ ରଙ୍ଗର ପରଦା ଲଗାଇ ପାରିବେ। ସବୁଜ ଓ ନୀଳ ରଙ୍ଗ ଶାନ୍ତି ଓ ସୁସ୍ଥତାର ପ୍ରତୀକ ହୋଇଥାଏ। ଏହାଦ୍ୱାରା ପିଲାଙ୍କ ଶରୀର ଠିକ୍ ରହିଥାଏ ଓ ସେମାନଙ୍କ ମନ ବି ପାଠ ପଢ଼ାରେ ଲାଗିଥାଏ।
ନବବିବାହିତ ଯୋଡ଼ିଙ୍କ ରୁମ୍: ନବାବିବାହିତ ଯୋଡ଼ିଙ୍କ ରୁମ୍ର ପରଦା ଲାଲ୍, ବାଇଗଣୀ କିମ୍ବା ଗୋଲାପି ରଙ୍ଗର ହେବା ଦରକାର। ନାଲି ରଙ୍ଗର ଅର୍ଥ ରୋମାନ୍ସ ସହ ଉନ୍ମାଦନାକୁ ଦର୍ଶାଇଥାଏ। ନବଦମ୍ପତିଙ୍କୁ ଖୁବ୍ଶୀଘ୍ର ସନ୍ତାନର ସୁଖପ୍ରାପ୍ତି ହୋଇଥାଏ।
ମୁରବିଙ୍କ ରୁମ୍: ଘରର ମୁରବିଙ୍କ ରୁମ୍ରେ ନୀଳ, ନାରଙ୍ଗୀ କିମ୍ବା ଧୂଶର ରଙ୍ଗର ପରଦା ଲଗାଇବା ଶୁଭ ହୋଇଥାଏ। ନୀଳ ରଙ୍ଗ ଉନ୍ନତିର ମାର୍ଗକୁ ଦର୍ଶାଇଥାଏ। ନୀଳ ରଙ୍ଗର ପରଦା ଘରର ମୁଖ୍ୟଙ୍କୁ ଆଗକୁ ବଢ଼ିବାର ରାସ୍ତା ଖୋଲି ଦେଇଥାଏ।
ଡାଇନିଂ ସ୍ପେସ୍ : ଘରର ଡାଇନିଂ ସ୍ପେସ୍ର ଝରକାରେ ହାଲୁକା କିମ୍ବା ବ୍ରାଉନ୍ ରଙ୍ଗର ପରଦା ଲଗାଇବା ଉଚିତ୍। ଅଗ୍ନେୟ କୋଣର ଏହି ରଙ୍ଗ ସବୁଠୁ ଶୁଭ ବୋଲି ବିବେଚନା କରାଯାଏ।
ଅତିଥି ରୁମ୍: ଆପଣଙ୍କ ଅତିଥିମାନଙ୍କ ପାଇଁ ହାଲୁକା ବାଦାମୀ କିମ୍ବା କ୍ରିମ୍ ରଙ୍ଗର ପରଦା ଲଗାଇବା ଉଚିତ୍। ଏହା ଦ୍ୱାରା ଘରର ଉନ୍ନତି ହେବା ସହ ଖୁସି ମଧ୍ୟ ଆସିଥାଏ।
ପୂଜା ଘର: ଆପଣ ନିଜ ପୂଜା ଘରେ ହାଲୁକା ହଳଦିଆ କିମ୍ବା ହାଲୁକା ନାରଙ୍ଗି ରଙ୍ଗର ପରଦା ଲଗାଇ ପାରିବେ। ଏହି ଦୁଇ ରଙ୍ଗକୁ ଶୁଦ୍ଧତାର ପ୍ରତୀକ ଭାବେ ଗ୍ରହଣ କରାଯାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।