Advertisment

ବାପା ନାଁ ମଧ୍ୟପ୍ରଦେଶ ପୁଅ ନାଁ ଭୋପାଲ୍‌

ନୂଆଦିଲ୍ଲୀ: ରାଜ୍ୟ ଏବଂ ଜିଲ୍ଲାକୁ ନଇ ପରିବାର ସଦସ୍ୟଙ୍କ ନାଁ। ବାପା ନାଁ ମଧ୍ୟପ୍ରଦେଶ ତ ପୁଅ ନାଁ ଭୋପାଲ୍। ଏମିତି କିଛି ନିଆରା ନାଁ ରଖି ଚର୍ଚ୍ଚାରେ ମଧ୍ୟପ୍ରଦେଶର ଭମାରା ଗାଁରେ ରହୁଥିବା ମଧ୍ୟପ୍ରଦେଶ ସିଂହ। ଧାର ଜିଲ୍ଲାର ଜନ୍ମିତ ମଧ୍ୟପ୍ରଦେଶ ସିଂହ ଝାବୁଆ ଚନ୍ଦ୍ରଶେଖର ଆଜାଦ ସରକାରୀ ମହାବିଦାୟଳୟରେ ଜଣେ ଗେଷ୍ଟ ଫ୍ୟାକଲ୍‌ଟି ଭାବେ କାମ କରନ୍ତି। ତାଙ୍କ କହିବା ଅନୁଯାୟୀ, ୯ ଭାଇ ଭଉଣୀଙ୍କ ମଧ୍ୟରେ ସେ ସବୁଠୁ ଛୋଟ ଥିଲେ। ବଡ଼ […]

ଅଦ୍ୟତନ ହୋଇଛି
ବାପା ନାଁ ମଧ୍ୟପ୍ରଦେଶ ପୁଅ ନାଁ ଭୋପାଲ୍‌

bapa-pua

Advertisment

ନୂଆଦିଲ୍ଲୀ: ରାଜ୍ୟ ଏବଂ ଜିଲ୍ଲାକୁ ନଇ ପରିବାର ସଦସ୍ୟଙ୍କ ନାଁ। ବାପା ନାଁ ମଧ୍ୟପ୍ରଦେଶ ତ ପୁଅ ନାଁ ଭୋପାଲ୍। ଏମିତି କିଛି ନିଆରା ନାଁ ରଖି ଚର୍ଚ୍ଚାରେ ମଧ୍ୟପ୍ରଦେଶର ଭମାରା ଗାଁରେ ରହୁଥିବା ମଧ୍ୟପ୍ରଦେଶ ସିଂହ।

Advertisment

ଧାର ଜିଲ୍ଲାର ଜନ୍ମିତ ମଧ୍ୟପ୍ରଦେଶ ସିଂହ ଝାବୁଆ ଚନ୍ଦ୍ରଶେଖର ଆଜାଦ ସରକାରୀ ମହାବିଦାୟଳୟରେ ଜଣେ ଗେଷ୍ଟ ଫ୍ୟାକଲ୍‌ଟି ଭାବେ କାମ କରନ୍ତି। ତାଙ୍କ କହିବା ଅନୁଯାୟୀ, ୯ ଭାଇ ଭଉଣୀଙ୍କ ମଧ୍ୟରେ ସେ ସବୁଠୁ ଛୋଟ ଥିଲେ। ବଡ଼ ଭାଇ ଭଉଣୀମାନେ ମିଶି ତାଙ୍କ ନାଁ ମଧ୍ୟପ୍ରଦେଶ ରଖିଥିଲେ।

ମଧ୍ୟପ୍ରଦେଶଙ୍କ କହିବା ଅନୁଯାୟୀ, ସେ ଏମିତି ନାଁ ପାଇ ବେଶ୍‌ ଗର୍ବ ଅନୁଭବ କରନ୍ତି। ଯେହେତୁ ତାଙ୍କ ନାଁ ମଧ୍ୟପ୍ରଦେଶ ଥିଲା ତେଣୁ ସେ ତାଙ୍କ ପୁଅ ନାଁ ଭୋପାଲ୍‌ ରଖିବେ ବୋଲି ଚିନ୍ତା କରିଥିଲେ। ପୁଅ ଜନ୍ମହେବା ପରେ ସେ ତାଙ୍କର ନଁ ଭୋପାଲ୍‌ ରଖିଛନ୍ତି।

Advertisment

କଲେଜ୍‌ର ଜଣେ ସହପାଠିନୀଙ୍କ ସହ ମଧ୍ୟପ୍ରଦେଶ ପ୍ରେମ ବିବାହ କରିଛନ୍ତି। ତାଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ପ୍ରଥମେ ମଧ୍ୟପ୍ରଦେଶଙ୍କ ନାଁ ଶୁଣି ତାଙ୍କୁ ଟିକେ ଅଜବ ଲାଗୁଥିଲା ଧୀରେ ଧୀରେ ସେ ଏହି ନାଁକୁ ଭଲପାଇଗଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe